author

ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗୁଳି ଛକରେ ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିବାବେଳେ ସୁଧାକର ବସନ୍ତଙ୍କ କାରଟି ଆସି ପିଟି ହୋଇଯାଇଛି। କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।ଦୁଇ ଜଣଙ୍କୁ ଚିକିତ୍ସା ପାଇଁ […]

ପ୍ରାଣ ପ୍ରତିଷ୍ଠାରେ ଓପିଡି ରହିବ ଖୋଲା, ସର୍କୁଲାର ଜାରି

ପୂର୍ବ ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ରେ ହସ୍ପିଟାଲ ଓପିଡି ବନ୍ଦ ରହିବ ବୋଲି ଆଦେଶ ଦିଆଯାଇଥିଲା । ତେବେ ଏହାକୁ ଫେରାଇ ନେଇଛନ୍ତି କର୍ତ୍ତୃପକ୍ଷ । ଅନ୍ୟ ହସ୍ପିଟାଲ ମାନେ ମଧ୍ୟ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ଯାହା ଦ୍ୱାରା ରୋଗୀ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ରୋଗୀ ସେବା ସୁବିଧା […]

୧୩ ଜିଲାରେ ୧୯ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଭିତ୍ତି ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ,ଖର୍ଚ୍ଚ ହେବ ୪,୬୦୦ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ବହୁଳ ଭାବେ ଉପକୃତ ହେବେ । ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ଆସିବ ସୁଧାର । ଏହାସହ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ । ଏହି ପ୍ରକଳ୍ପ ସବୁ ଭୂତଳ ଜଳସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ ବୋଲି […]

ଆଜିର ରାଶିଫଳ(୨୧ ଜାନୁଆରୀ,୨୦୨୪)

*ମେଷ: ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।* *ବୃଷ: ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ […]

ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୩୬୧ ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ

୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।ମୟୂରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୩ଟି ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ୩୩, ରାୟଗଡ଼ାର ୬୦ ଓ ବଲାଙ୍ଗୀରର ୧୦୦ଟି ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ସ୍କୁଲ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ […]

ମାତୃଭାଷା ଦିବସ ସହ ପାଳନ ହେବ ଓଡ଼ିଆ ଭାଷା ସପ୍ତାହ

ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବ୍ରୁଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ୍‌।ଫେବୃଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜନତା ମଇଦାନ, ଭୁବନେଶ୍ବର ଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି। ଅକ୍ଷର ଭୂମିକୁ […]

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଥିଲେ ପୂର୍ବତନ ବିଧାୟକ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।ସେ ଶନିବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଦୀର୍ଘ ଦିନ ହେଲା ସେ ବିଭିନ୍ନ ଜଟିଳ ରୋଗରେ ପୀଡିତ ଥିଲେ। ଜୟ ନାରାୟଣ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୧୯୪୮ ମସିହାରେ ଜୟନାରାୟଣ ମହାନ୍ତି ଜନ୍ମଗ୍ରହଣ କରିଥିଲେ। ପରେ ସେ ରାଜନୀତିରେ […]

ଶନିବାର ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି

ଶନିବାର ସକାଳ ୬ଟାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି। ମୋଟ୍ ୧୮ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି। ଚିଲିକାକୁ ୪ଟି ଅଞ୍ଚଳରେ ବିଭକ୍ତ କରାଯାଇ ଗଣନା ଚାଲିଛି।ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟଙ୍କ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି । ବାଲୁଗାଁ, ବଡ଼କୂଳରେ ୧୦ ଟିମ୍ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ଜିପିଏସ ଓ ବାଇନା କୁଲାର ଜରିଆରେ ଡଲଫିନ୍ ଗଣନା […]

ପୂର୍ବତନ ପୋଲିସ ଆଇଜି ଅନାଦି ସାହୁଙ୍କ ପରଲୋକ

ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ତଥା ବ୍ରହ୍ମପୁରର ପୂର୍ବତନ ବିଜେପି ସାଂସଦ ଅନାଦି ସାହୁଙ୍କ ପରଲୋକ। କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ପୋଲିସ ସେବାର ବିଭିନ୍ନ ମେଡାଲ […]

ଇଶା ଦେଓଲ ତାଙ୍କ ସ୍ୱାମୀକୁ ଛାଡପତ୍ର ଦେବେ କି ?

ବଲିଉଡ ହିଟ୍‍ ଯୋଡି ଧର୍ମେନ୍ଦ୍ର ଓ ହେମାମାଳୀନିଙ୍କ ଝିଅ ଇଶା ଦେଓଲ ଫିଲ୍ମ ଦୁନିଆ ଅପେକ୍ଷା ବ୍ୟକ୍ତଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି। ଇଶା ସ୍ୱାମୀଙ୍କୁ ଛାଡପତ୍ର ଦେବା ନେଇ ଖବର ଶୁଣିବାକୁ ମିଳିଛି।ବଲିଉଡ ଲାଇଫ ଏବଂ ବଲିଉଡ ସାଦି ଡଟ୍‌ କମ୍‌ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିଲା ଯେତେବେଳେ ନିକଟରେ ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ରେଡ୍ଡିଟରେ ଏକ ପୋଷ୍ଟ ଶେୟାର କରିଥିଲେ ଏବଂ ଏଥିରେ ଦର୍ଶାଇଥିଲେ ଯେ […]

ଆଜିର ରାଶିଫଳ(୨୦ ଜାନୁଆରୀ,୨୦୨୪)

*ମେଷ:  ଆଜି କୌଣସି କାରଣ ରୁ ଆପଣ ଖୁସି ରେ  ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।* *ବୃଷ : ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା […]

କାହିଁକି ଜୟ ଶ୍ରୀରାମ ଲେଖି କ୍ଷମା ମାଗିଲେ ନୟନତାରା ?

ଭୁଲ୍ ମାଗିଲେ ଅନ୍ନପୂର୍ଣ୍ଣୀ ସିନେମା ଷ୍ଟାର ନୟନତାରା। ଅନ୍ନପୂର୍ଣ୍ଣୀ ଫିଲ୍ମକୁ ନେଇ ଦର୍ଶକଙ୍କ ଆଘାତ ଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତ୍ରୀ ନୟନତାରା। କାହାର ଧର୍ମୀୟ ଭାବନାକୁ କ୍ଷତି ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ସୂଚନା ମୁତାବକ ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ନୟନତାରା ତାଙ୍କ ଚଳଚ୍ଚିତ୍ର’ ଅନ୍ନପୂର୍ଣ୍ଣି ‘ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ପ୍ରଭୁ ରାମଙ୍କୁ ଅଣଶାକାହାରୀ (ନନ୍‌ ଭେଜିଟାରିଆନ) ଭାବରେ ବର୍ଣ୍ଣନା କରାଯାଇଥିବାରୁ ଏହି ଚଳଚ୍ଚିତ୍ର ବିବାଦ ଭିତରକୁ ଆସିଥିଲା। […]