author

ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ

ଗଞ୍ଜାମରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ । ଘଟଣା ଦିନ କ’ଣ ହୋଇଥିଲା ? ଏମାନଙ୍କର ଭୂମିକା କ’ଣ ଥିଲା? ଅନ୍ୟ ଅପରାଧୀଙ୍କ ଭୂମିକା କ’ଣ ଥିଲା ? ଏନେଇ ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ । ସୁଧୀର ପାତ୍ରଙ୍କୁ କେମିତି କେମିତି ଅପହରଣ କରିଥିଲା ନେଇ ଡେମୋ ଦେଖାଇଥିଲା ସୁମିତ ସିଂ ସୁନୀଲ ରାଜପୁତ। ଅନ୍ୟଜଣେ ଅଭିଯୁକ୍ତ ମୁକେଶ ସାହୁ […]

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩୬୦ ଅଧିକାରୀଙ୍କ ବଦଳି

ସହରାଞ୍ଚଳ ଶାସନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ଵ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ୩୬୦ ଜଣ ଅଧିକାରୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ନାଗରିକ-କେନ୍ଦ୍ରିକ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଚାଲିଥିବା ପ୍ରୟାସର ଏକ ଅଂଶସ୍ୱରୂପ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ […]

ଫାଟିବନି କି ମଇଳା ହେବନି ! ଭାରତରେ ଚାଲିବ ପ୍ଲାଷ୍ଟିକ ନୋଟ୍, RBIର ବଡ଼ ପ୍ରସ୍ତୁତି

ବଜାରକୁ ଆସୁଛି ଏମିତି ନୋଟ୍, ନା ସେ ନୋଟ୍ ଚିରିବ, ନା ଓଦା ହେବ। ଏମିତି ନୋଟ୍ ଆଣୁଛି ଆରବିଆଇ। କେନ୍ଦ୍ରୀୟ ବ୍ୟାଙ୍କ ଏବେ ପାରମ୍ପରିକ କାଗଜ ବଦଳରେ ପ୍ଲାଷ୍ଟିକ ଅର୍ଥାତ୍ ପଲିମର ନୋଟ୍‌ ଛାପିବା ଯୋଜନାକୁ ଗମ୍ଭୀରତାର ସହ ବିଚାର କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ପାଟନା ଏବଂ ମୁମ୍ବାଇରେ ଅନୁଷ୍ଠିତ ଆରବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଏହି ବଡ଼ ପରିବର୍ତ୍ତନ ସମ୍ପର୍କରେ ଘନ ଘନ ଆଲୋଚନା ହୋଇଛି । ଏହି ନୂତନ […]

୩ ମାସ ମଧ୍ୟରେ ରାୟ ଦେବାକୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ହାଇକୋର୍ଟଗୁଡ଼ିକ ପାଇଁ କଡ଼ା ଡେଡ୍ ଲାଇନ୍ ରଖିଲେ ସୁପ୍ରିମକୋର୍ଟ! । ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବା ସହ ସାଧାରଣ ଜନତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ସ୍ମରଣୀୟ ଏବଂ ଐତିହାସିକ ନିର୍ଦ୍ଦେଶ ।ଆଦେଶ ସଂରକ୍ଷଣ ରଖିବାର ତିନି ମାସ ମଧ୍ୟରେ ଚୂଡ଼ାନ୍ତ ରାୟ ପ୍ରଦାନ କରିବାକୁ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, […]

ଓଡିଶାରେ ନିର୍ମାଣ ହେବ ବିହାର ସଂଗ୍ରହାଳୟ ଶୈଳୀରେ ଅତ୍ୟାଧୁନିକ ସଂଗ୍ରାହଳୟ

ବିହାରର ପାଟନାସ୍ଥିତ ବିହାର ସଂଗ୍ରହାଳୟ ଶୈଳୀରେ ଓଡିଶାରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରାହଳୟ । ଏହି ସଂଗ୍ରହାଳୟ ହେବ ଓଡିଶା ଇତିହାସ, ଭୂଗୋଳ,ସାମାଜିକ ଜୀବନ ଓରାଜନୈତିକ ଯାତ୍ରର ଚଳନ୍ତି ଦସ୍ତାବିଜ । ଏହା ଓଡିଶାର ପରିଚୟ ହେବ । ଏଣୁ ଏହି ସଂଗ୍ରାହଳୟର ନିର୍ମାଣ କାର୍ଯ୍ୟ ଶ୍ରୀଘ୍ର ଆରମ୍ଭ କରିବାକୁ ଜୋର ଦେଇଛନ୍ତି ରାଜ୍ୟ ସରକାର ।ତେବେ  କଳିଙ୍ଗ ଯୁଦ୍ଧ, ଖାରବେଳଙ୍କ ଶାସନକାଳ,ଶିବ-ଶକ୍ତି ଓ ବୈଷ୍ଣବ ଧର୍ମର ପ୍ରଚାର କାଳ,ଜୈନ ଓ ବୌଦ୍ଧ କାଳ,ଓଡିଆ ସାହିତ୍ୟର କ୍ରମ […]

ଏଣିକି ୧୧୨ ନମ୍ବରରେ ମିଳିବ ସବୁ ଜରୁରୀକାଳୀନ ସେବା: ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଯୁଜ୍ୟ । ତିନି ମାସ ମଧ୍ୟରେ ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ୟାଟି ଜରୁରୀକାଳୀନ କଲ୍ ନମ୍ବର ୧୦୦, ୧୦୧ ଏବଂ୧୦୮ ସହିତ ଜଡିତ, ଯାହାକୁ ପୁଲିସ, ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବାହିନୀକୁ ଡାକିବା ପାଇଁ ଡାଏଲ୍ କରାଯାଏ। ଏହି ନମ୍ବରଗୁଡ଼ିକୁ ବନ୍ଦ କରି […]

ଜୁନ୍ ୧ ରୁ କାର୍ଯ୍ୟକାରୀ ହେବ ଏହି ସବୁ ନୂଆ ନିୟମ

ଜୁନ୍ ମାସ ଆରମ୍ଭ ହେବରକୁ ଯାଉଛି । ପ୍ରତି ମାସ ପରି, ପରବର୍ତ୍ତୀ ମାସରେ ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି, ଯାହା ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବ । ତେଲ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ LPG ସିଲିଣ୍ଡରର ନୂତନ ମୂଲ୍ୟ ପ୍ରକାଶ କରନ୍ତି। ଫଳସ୍ବରୂପ, ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଜୁନ 1 ରେ ମଧ୍ୟ ହୋଇପାରେ। ସେହିପରି ୧ ଜୁନ୍, ୨୦୨୬ ଠାରୁ, HDFC ବ୍ୟାଙ୍କ […]

କାଲିଠୁ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ

ଶନିବାର ଠାରୁ ରାଜ୍ୟରେ ଏସଆଇଆର ଆରମ୍ଭ ହୋଇ ଜୁନ୍ ୨୮ ଯାଏଁ ଚାଲିବ । ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ।ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ମଧ୍ୟ ଏରର ବାହାରିଛି।ଯଦି କୌଣସି ଭୋଟଙ୍କ କିଛି […]

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପରେ ଖୋଲିଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ ୱିଣ୍ଡୋ

CBSEର ବିବାଦୀୟ ‘ଅନ୍-ସ୍କ୍ରିନ୍ ମାର୍କିଂ’ ସିଷ୍ଟମକୁ ନେଇ ଚାଲିଥିବା ତୀବ୍ର ସମାଲୋଚନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପୁନଃମୂଲ୍ୟାୟନ ୱିଣ୍ଡୋ ଖୋଲିଛି। କିନ୍ତୁ ଉତ୍ତର ଖାତା ପାଇଁ ପ୍ରବଳ ଭିଡ଼ ସତ୍ତ୍ୱେ, କେତେ ଜଣ ଛାତ୍ରଛାତ୍ରୀ ପ୍ରକୃତରେ ପୁନଃମୂଲ୍ୟାୟନ କରିବେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପର୍ୟ୍ୟନ୍ତ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ଉତ୍ତର ଖାତା ପାଇବା ପାଇଁ ଆବେଦନ […]

ଏଥର ଓଡିଶାରେ କମ ବର୍ଷା, ଜୁଲାଇରୁ ଏଲ ନିନୋ ପ୍ରଭାବ

ଜୁନ ମାସରେ ସ୍ବାଭାବିକ ଠାରୁ କମ ବର୍ଷା ନେଇ ଆଶଙ୍କା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ।ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଜୁଲାଇ ମାସରେ ବର୍ଷାର ପରିମାଣ ଆହୁରି ହ୍ରାସ ପାଇପାରେ। ରାଜ୍ୟରେ ସାମଗ୍ରିକ ମୌସୁମୀ ଏବଂ ବର୍ଷାର ତୀବ୍ରତାକୁ ପ୍ରଭାବିତ କରିବା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଲ୍ ନିନୋ ଯୋଗୁଁ ପାଗରେ ପରିବର୍ତ୍ତନ ଏବଂ ବର୍ଷା ପରିମାଣକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରିଛନ୍ତି ଆଇଏମଡି ଡିଜି ।ଓଡିଶା […]

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଦେଶର ସବୁଠାରୁ ବଡ଼ ଚିକିତ୍ସା ଶିକ୍ଷା ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ସର୍ବୋଚ୍ଚ ଅଦାଲତ ବା ସୁପ୍ରିମକୋର୍ଟରେ ଶୁଣାଣି ହେବ । ପରୀକ୍ଷା ପରିଚାଳନାରେ ହୋଇଥିବା ବଡ଼ ଧରଣର ଅନିୟମିତତାକୁ ନେଇ ଦାଖଲ ହୋଇଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଉପରେ କୋର୍ଟ ଆଜି ବିଚାର କରିବେ । ‘ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍’ (FAIMA) ଏବଂ ‘ୟୁନାଇଟେଡ୍ ଡକ୍ଟର୍ସ ଫ୍ରଣ୍ଟ’ ପକ୍ଷରୁ ଦାଖଲ ହୋଇଥିବା ଏହି ଆବେଦନଗୁଡ଼ିକରେ ପରୀକ୍ଷା […]

ଏଡିଆର  ରିପୋର୍ଟ୍: ଆଞ୍ଚଳିକ ଦଳର ଆୟ ୫୧% ହ୍ରାସ

ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ରେ ୩୬ଟି ଆଞ୍ଚଳିକ ରାଜନୈତିକ ଦଳର ମିଳିତ ଆୟ ୫୧%ରୁ ଅଧିକ ହ୍ରାସ ପାଇଛି । ଏଥିସହିତ ୨୧ଟି ଦଳ ସେମାନଙ୍କ ଘୋଷିତ ଆୟଠାରୁ ଅଧିକ ଖର୍ଚ୍ଚ କରିଛନ୍ତି। ଦେଶର ୬୭ ପଞ୍ଜିକୃତ ରାଜନୈତିକ ଦଳଗୁଡିକ ମଧ୍ୟରୁ ୩୬ଟି ଦଳର ବାର୍ଷିକ ଅଡିଟ୍ ରିପୋର୍ଟକୁ ଆଧାର କରି ଏଡିଆର ଏହି ତଥ୍ୟ ପ୍ରକାଶ କରିଛି। ଉକ୍ତ ଆଞ୍ଚଳିକ ଦଳଗୁଡିକ ସେମାନଙ୍କ […]