author

୭ ବର୍ଷ ହେବ ଦୁବାଇରେ ବନ୍ଧା ପଡିଛନ୍ତି ଓଡ଼ିଆ ମହିଳା ! ସ୍ୱାମୀ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ

୭ ବର୍ଷ ହେବ ଦୁବାଇରେ ବନ୍ଧା ପଡିଛନ୍ତି ଓଡ଼ିଆ ମହିଳା। ବନ୍ଧା ହୋଇଥିବା ମହିଳାଙ୍କୁ ନିଜ ସ୍ୱାମୀ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧା ମାଆ ଓ ବାପା।ସୂଚନା ମୁତାବକ, କିଛି ବର୍ଷ ତଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦଙ୍କୁ ହସ୍ତା ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ। ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କର ତିନି ଝିଅ ଜନ୍ମ […]

‘ନିପା’କୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟମନ୍ତ୍ରୀ

ନିପା ଭୁତାଣୁକୁ ନେଇ ଆତଙ୍କିତ ନହେବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଲେ ମନ୍ତ୍ରୀ ।ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ, ନିପା ଭାଇରସ୍‌ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍‌ ଗଠନ ହୋଇଛି। ଏପରିକି ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲା ଏବଂ ରାଜ୍ୟର ବଡ଼ ସହରରେ ସର୍ଭେଲାନ୍ସ ବଢ଼ାଯାଇଛି। ରାଜ୍ୟରେ ଏଯାଏଁ ନିପା ଭାଇରସ୍‌ ଚିହ୍ନଟ ହୋଇ ନାହିଁ। ଯଦି ଏଭଳି କେସ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା […]

ଆସନ୍ତା ୧୮ ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା

ଆସନ୍ତା ୧୮ ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା । ୫ଟି ରେଞ୍ଜରେ ମୋଟ ୨୨ଟି ଟିମ କରିବେ ଗଣନା । ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡାରେ କରିବେ ଗଣନା । ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ହେବ ଡଲଫିନ ଗଣନା । ୧୮ଟି ଟିମରେ ୯୦ ଜଣ ବାଲୁଗାଁ ଓ ସାତପଡାରେ କରିବେ ଗଣନା ।ଅବିଭକ୍ତ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ରାଜସ୍ବ ଜିଲ୍ଲାର ଅଂଶବିଶେଷକୁ ନେଇ ୧୧୬୫ ବର୍ଗ […]

ପୁଣି ଚିପ୍ସ ପ୍ୟାକେଟ ହେଲା କାଳ: ଚାଲିଗଲା ୬ ବର୍ଷ ଶିଶୁର ଜୀବନ

ବଜାରରେ ବିକ୍ରି ହେଉଥିବା ପ୍ୟାକେଟ ଫୁଡ୍‌ ଖାଇ କୋମଳମତି ବାଳକର ଚାଲିଗଲା ଜୀବନ।ଏହି ଘଟଣା ବେଗୁନିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମରେ ଘଟିଛି ।ଅଭୟ ପାଇକରାୟଙ୍କ ଗୋଟିଏ ବୋଲି ପୁଅ ତାପସ। ଗାଁ ସ୍କୁଲ ଶିଶୁ ବାଟିକାରେ ପଢୁଥିଲେ। ଗତ ସୋମବାର ସ୍କୁଲ, ଟ୍ୟୁସନ ସାରି ଘରକୁ ଫେରିଥିଲେ। ଘରେ ଥିବା ଏକ ବେନାମୀ କମ୍ପାନୀ ଚିପ୍ସ ଖାଇବା ବେଳେ ସେଥିରେ ଥିବା ଗିଫ୍ଟ(ଫ୍ରି କୁପନ) ବେଲୁନ ଫୁଙ୍କିବା ବେଳେ ହଠାତ ତଣ୍ଟି ଭିତରକୁ ଚାଲି ଯାଇଥିଲା। […]

ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା

ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ଆଲମାରୀରେ ବିଡ଼ା ବିଡ଼ା ନୋଟ୍ ରଖାଯାଇଛି। ରେଡ୍ ବେଳେ ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଟେରା ହୋଇଛନ୍ତି।ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଇଡି ଚଢାଉ କରୁଛି । ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ED ରେଡ। ବ୍ରହ୍ମପୁର ସହରର ୫ରୁ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁରରେ ଚାଲିଛି ରେଡ୍ । ଲାଞ୍ଜିପଲି, […]

ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ମାମଲା

ଅଡୁଆରେ ବଲିଉଡ ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନ । ମୃଦୁ ପାନୀୟ ମାଉଣ୍ଟେନ ଡିଉ ବିଜ୍ଞାପନକୁ ନେଇ ଫିଲ୍ମ ପେପ୍ସିକୋ ବିଜ୍ଞାପନ କାଉନ୍ସିଲ ବିରୋଧରେ ମାମଲା ରୁଜୁ ହୋଇଛି । କଳାହାଣ୍ଡି ଜିଲ୍ଲାରର ଖାଉଟି ଅଦାଲତରେ ଖରିଆରର ବାସିନ୍ଦା ଦୀପକ ଦୁବେ ଏହି ଅଭିଯୋଗ କରିଛନ୍ତି ।ସୂଚନା ଥାଉକି, ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ମାଉଣ୍ଟେନ ଡିଉ ବିଜ୍ଞାପନ ଦେଖି ଏହି କୋଲଡ୍ରିଙ୍କୁ କିଣିବା ପାଇଁ ତାଙ୍କୁ ବାଧ୍ୟ କରିଥିଲା । ଏହା ପିଇବା […]

ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ

ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ । ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ୍‌ ଟେକ୍ନୋଲୋଜି ମ୍ୟୁଜିୟମ(ବିଆଇଟିଏମ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।ଲୋକସେବା ଭବନସ୍ଥିତ ଉନ୍ନୟନ କମିଶନରଙ୍କ ସମ୍ମିଳନୀ କକ୍ଷରେ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନ୍ତର୍ଗତ ନ୍ୟାସନାଲ କାଉନସିଲ୍‌ ଅଫ୍‌ ସାଇନ୍‌ସ ମ୍ୟୁଜିୟମସ୍‌ […]

ଭାଜପା ଜାତୀୟ ସଭାପତି ନିର୍ବାଚନ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ

ଭାଜପା ଜାତୀୟ ସଭାପତି ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ। ଆସନ୍ତା ୨୦ ତାରିଖରେ ନିର୍ବାଚନ ଏବଂ ୧୯ ତାରିଖରେ ନାମାଙ୍କନ ଦାଖଲ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏ ନାମାଙ୍କନ ପ୍ରକ୍ରିୟା ରହିଛି। ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ୨୦ତାରିଖରେ ହିଁ ଘୋଷଣା ହେବ ସଭାପତିଙ୍କ ନାମ । ତେବେ ଯଦି ଜଣେ ହିଁ ବ୍ୟକ୍ତି ନାମାଙ୍କନ ଦାଖଲ […]

ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ

ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କରାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି। ଗତକାଲି ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ […]

ପୁଣି ବିଜେଡିକୁ ଶ୍ରୀମୟୀଙ୍କ ଟାର୍ଗେଟ

ବିଜେଡିକୁ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ । କାହା ନାଁ ନନେଇ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ପିଲା ଛୋଟ ଥିଲା ବେଳେ ବାପା ତା ସବୁ କଥାରେ ହଁ କୁହେ । ଗାଈକୁ ବି ହାତୀ କହିଦିଏ , କିନ୍ତୁ ବଡ ହେବା ପରେ ଯଦି ବାପା ପିଲାର ମିଛକୁ ସତ କହି ତା ହଁରେ ହଁ କୁହନ୍ତି ତେବେ ଜନେ ହସନ୍ତି ବୋଲି ଲେଖିଛନ୍ତି, ଶ୍ରୀମୟୀ ।ଅନ୍ୟପଟେ ଶ୍ରୀମୟୀ ମିଶ୍ରଙ୍କ ପରେ […]

ବିନା ଲାଇସେନ୍ସରେ ଚାଲିଥିଲା ମେଡ଼ିସିନ ଦୋକାନ, ହଠାତ ଚଢ଼ାଉ କଲା ଡ୍ରଗ୍ସ ସ୍କ୍ୱାଡ୍

ବାଣପୁର ବଜାରରେ ବିନା ଲାଇସେନ୍ସରେ ବେଧଡକ ଭାବେ ଦୀର୍ଘ ବର୍ଷଧରି ଚାଲିଥିଲା ବେଆଇନ ଔଷଧ ଦୋକାନ। ବର୍ତ୍ତମାନ ବେଆଇନୀ ଔଷଧ ବ୍ୟବସାୟର ପର୍ଦ୍ଦାଫାସ କରିଛି ଡ୍ରଗ୍ସ ସ୍କ୍ୱାଡ୍ ।ଏଲୋପ୍ୟାଥି, ହୋମିଓପ୍ୟାଥୀ ସହ ଆୟୁର୍ବେଦିକ ଔଷଧ ଗ୍ରାହକଙ୍କୁ ବିକ୍ରିକରି ମାଲେମାଲ ହେଉଥିଲେ ବ୍ୟବସାୟୀ । ଖବରପାଇ ଆଜି ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୪ ଜଣିଆ ଡ୍ରଗ୍ସ ସ୍କ୍ୱାଡ଼ ଆସି ଚଢାଉ କରିଛି । ପ୍ରାୟ ୬ ଘଣ୍ଟା ଧରି ଛାନଭିନ ପରେ ୬୦ ରୁ ୬୫ ପ୍ରକାରର ଏଲୋପ୍ୟାଥି […]

ବାଧ୍ୟତାମୂଳକ ଅବସର ପାଇଁ ଶିକ୍ଷକମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ

ବାଧ୍ୟତାମୂଳକ ଅବସର ପାଇଁ ଶିକ୍ଷକମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ସରକାର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶନାମା। ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଶିକ୍ଷା ମାନଦଣ୍ଡରେ ଉନ୍ନତି ସହ କାର୍ଯ୍ୟଶୈଳୀର ସମୀକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।