ମହାନଦୀର ମୁଣ୍ଡଳୀ ବ୍ୟାରେଜ ନିକଟରେ ବିଶାଳକାୟ କୁମ୍ଭୀର । ମହାନଦୀ ମଝିରେ ଥିବା ଟାପୁ ଉପରେ କୁମ୍ଭୀର ଶୋଇ ରହିଥିବାର ଦେଖିବାକୁ ମିଳିଛି । କିଛି ଲୋକ କୁମ୍ଭୀର ଟିକୁ ଟେକା ପଥର ଫିଙ୍ଗିବା ସହିତ ବିରକ୍ତି କରୁଥିବା ଦେଖିବକୁ ମିଳିଛି । କୁମ୍ଭୀରଟି ଥଣ୍ଟିଆ କୁମ୍ଭୀର ପ୍ରଜାତିର ହୋଇଥିବାବେଳେ ଲମ୍ବ ୫ରୁ୬ ଫୁଟ୍ ବୋଲି ଅନୁମାନ କରାଯାଉଛି । ସାତକୋଶିଆରୁ କୁମ୍ଭୀରଟି ଚାଲି ଆସିଛି ତା ଦେହରେ ଜିପିଏସ ଲାଗିଛି । ତେଣୁ ଏହି ପ୍ରଜାତିର […]
ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ଏହାସହିତ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, କମିସନରେଟ୍ ପୁଲିସ ଆୟୁକ୍ତ ଓ ଉପାୟୁକ୍ତଙ୍କୁ ଅଭିଯୋଗ କରାଯାଇଛି । ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ନିବାସୀ ଅମରେନ୍ଦ୍ର ଗରାବଡୁ ଅଭିଯୋଗରେ ଦର୍ଶାଇଛନ୍ତି […]
ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଢେଙ୍କାନାଳ କପିଳାସ ହାତୀ ଚିକିତ୍ସା କେନ୍ଦ୍ରରେ ଗୁରୁତର ହାତୀର ଚିକିତ୍ସା ଚାଲିଥିଲା । ହାତୀ ଉଦ୍ଧାର ପାଇଁ ସ୍ବତନ୍ତ୍ର ଭାବେ ଡିଜାଇଲ ହୋଇଥିବା ଐରାବତ ରେସକ୍ୟୁ ଟ୍ରକ ଜରିଆରେ ହାତୀକୁ ସ୍ଥାନାନ୍ତର କରାଯାଇଥିଲା । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ।ସୂଚନାନୁଯାୟୀ, ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ବାଳୁଅକଟା ପଥରଗଡ଼ ସାହି ପୋଖରୀ ନିକଟରୁ ଗୁରୁତର ଅବସ୍ଥାରେ ଏକ […]
ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ କଡାକଡି କଲା ବିଏମସି । ଫେବୃୟାରୀ ୧ରୁ ଏହି ନିୟମ କଡାକଡି ଲାଗୁ କରାଯିବ।ବର୍ଜ୍ୟବସ୍ତୁ ସଂରକ୍ଷଣ କିମ୍ବା ନିଷ୍କାସନ ପାଇଁ ପତଳା ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ ସଂପୂର୍ଣ୍ଣ ନିଷେଧ ରହିବ। ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ । ବର୍ଜ୍ୟଗୁଡିକୁ ଖୋଲା ପାତ୍ର, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ କୌଣସି ପରିସ୍ଥିତିରେ ବି ରଖାଯିବ ନାହିଁ। ରାସ୍ତା, ଡ୍ରେନ, ଜଳାଶୟ, ଖୋଲା ସ୍ଥାନ […]
ସରକାରୀ ଚାକିରି କରିଥିବା କର୍ମଚାରୀ ବା ଅଧିକାରୀ ଯେଉଁମାନେ ୟୁପିଏସ୍ସି, ଓପିଏସ୍ସି, ଏସ୍ଏସ୍ବି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ଆଦି କରୁଥିବା ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଏନ୍ଓସି(ନୋ ଅବ୍ଜେକ୍ଶନ ସାର୍ଟିଫିକେଟ) ଦରକାର ପଡିବ ନାହିଁ ।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ଚିଠି ଜାରି କରାଯାଇଛି।ପରୀକ୍ଷା ଦେବା ସମୟରେ ସେମାନେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଛୁଟି ମଞ୍ଜୁରୀ ଏବଂ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ଯିବା ଦରକାର। ଯେଉଁ […]
ମେଷ : ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ […]
ପାକିସ୍ତାନୀ ଡଙ୍ଗାକୁ ଘେରିଲା ଭାରତ । ଅଧରାତିରେ ପାକିସ୍ତାନୀ ମାଛଧରା ବୋଟ ଜବତ କଲା ଭାରତୀୟ ତଟରକ୍ଷୀ ବାହିନୀ -ICG । ବୋଟରେ ଥିବା ୯ ପାକିସ୍ତାନୀଙ୍କୁ କାବୁ କରି ଏକ ସଫଳ ଅପରେସନ କରିଛି ତଟରକ୍ଷୀ ବାହିନୀ । ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ ପଇଁତରା ମାରୁଥିଲା ତଟରକ୍ଷୀ ବାହିନୀ । ଏହି ସମୟରେ ଭାରତୀୟ ସୀମା ଅତିକ୍ରମ କରିଥିବା ‘ଅଲ୍-ମଦ୍ଦୀନା’ ନାମକ ଏକ ପାକିସ୍ତାନୀ ମାଛଧରା ବୋଟକୁ ରହିବା ପାଇଁ ସତର୍କ ନିର୍ଦ୍ଦେଶ ଦେଇଥିଲା […]
ଦଳରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ଯେ ମୋତେ ଏ ଯାଏଁ କୌଣସି ସୋ କଜ୍ ନୋଟିସ୍ ମିଳିନାହିଁ । ମୋ ସହିତ କେହି ଯୋଗାଯୋଗ କରିନାହାନ୍ତି । ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ମୁଁ କୌଣସି ଦଳବିରୋଧୀ କାର୍ଯ୍ୟ କରିନି । ମୁଁ ମୋ ନିର୍ବାଚନ କ୍ଷେତ୍ରରେ ଲୋକଙ୍କ ପାଇଁ କାମ କରୁଥିଲି । ମୁଁ କୌଣସି ମେଳିକୁ ଯାଇନି କି ଭୋଜି […]
ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ।ପାଟକୁରା ବିଧାୟକ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରୁଅ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଦଳର ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତି ପରେ ବିଜେଡି ଭିତରେ କମ୍ପନ ଦେଖିବାକୁ ମିଳିଛି । ଏହି ଦୁଇନେତା ବାରମ୍ବାର ବିଜେଡି ଓ ଦଳର ସୁପ୍ରିମୋଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବା […]
ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ ଶିଶୁପୁତ୍ରକୁ ବୁଦାରେ ପଡ଼ିଥିବା ଦେଖିଥିଲେ । ଶିଶୁପୁତ୍ରକୁ ଉଦ୍ଧାର କରି ଆଣି ସେ ଗ୍ରାମବାସୀ, ସ୍ଥାନୀୟ ଆଶା ଓ ଆଙ୍ଗନଓ୍ବାଡ଼ି କର୍ମୀଙ୍କ ସମେତ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ମଧ୍ୟ ଜଣାଇଥିଲେ । ମୁଷା ନିଜ ବାହାଘରର ୧୮ ବର୍ଷ ପରେ ମଧ୍ୟ ନିସନ୍ତାନ ଥିବାରୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ […]
ସୁନ୍ଦରଗଡ଼ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲିରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହ।ନନ୍ଦିଆ ବୋଲି ଜଣାପଡିଛି ।ବିକାଶ ଜାମପାଲି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ହେଲେ ଗୁରୁବାର ଯୁବତୀଙ୍କ ଘର ସମ୍ମୁଖରେ ରହିଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଯୁବକ […]
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ । ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ ଆବେଦନ କରିବାକୁ ହେଲେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”ର Website https://msp.odisha.gov.in କୁ ଯାଇ ଆବେଦନ କରିବାକୁ ହେବ ।ଏହି ବର୍ଗରେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ […]
