ଭୁବନେଶ୍ବରରେ ଆୟୋଜନ ହେବ ‘କଲରାପତରିଆ ବାଘ ସଂରକ୍ଷଣ କାର୍ଯ୍ୟକ୍ରମ’ । ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (IBCA)ର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ କେତେକ ବିଷୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମଗୁଡ଼ିକ ଭାରତର ପାଞ୍ଚଟି ବ୍ୟାଘ୍ର ପ୍ରଜାତି ଯଥା- ବାଘ, ଏସୀୟ ସିଂହ, କଲରାପତରିଆ, ବରଫାଞ୍ଚଳରେ ବାସ କରୁଥିବା ଚିତାବାଘ ଏବଂ ଚିତାମାନଙ୍କ ସଂରକ୍ଷଣକୁ ନେଇ ଆୟୋଜନ କରାଯିବ ।ତେବେ ଏହି 5ଟି କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କାର୍ଯ୍ୟକ୍ରମ ଭୁବନେଶ୍ବରରେ […]
ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି ଯେ ରାଜ୍ୟରେ ତେଲ ସଙ୍କଟ ନାହିଁ। ପେଟ୍ରୋଲ ଓ ଡିଜେଲ ଯଥେଷ୍ଟ ମହଜୁଦ ରହିଛି। ରାଜ୍ୟରେ ଥିବା ୨୮ ଶହ ପେଟ୍ରୋଲ ପମ୍ପରୁ ମାତ୍ର ୨୦ରୁ ୩୦ଟି ତେଲ ଟାଙ୍କିରେ ତେଲ ସରିଯାଇଛି। କିଛି ପେଟ୍ରୋଲ ପମ୍ପ ମାଲିକ ଟଙ୍କା ଡିପୋଜିଟ୍ କରୁନଥିବାରୁ ସେମାନଙ୍କୁ ତେଲ ମିଳିନଥିବ । ଖୁବ୍ ଶୀଘ୍ର ରାଜ୍ୟର ସମସ୍ତ ଟାଙ୍କିରେ ତେଲ ପହଞ୍ଚିବ ବୋଲି […]
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ପାଇଲଟ ଓ ଏସକର୍ଟ ଗାଡି ଗୁଡିକୁ ହଟେଇ ଦେଇଛନ୍ତି। ଆଜିଠାରୁ ସଚିବାଳୟ ଯିବା କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କେବଳ ଏକମାତ୍ର ଗାଡ଼ିର ବ୍ୟବହାର କରିବେ। ଏହା ପୁର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନିଜ ଏସକର୍ଟ ଗାଡି ଗୁଡିକୁ ଅଧା କରି ଦେଇଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର […]
ନୟାଗଡ଼,(ଓଡିଶା ଦର୍ପଣ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା କୁ ଏନେଇ ଆଜି ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ବିଜେଡ଼ି ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୁଖ […]
ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀ ତାଙ୍କ ଅନନ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଧାନସଭା ନିର୍ବାଚନରେ ହାରିବା ପରେ, ସେ ନିରାଶ ହୋଇଥିଲେ । ଆଜି ତାଙ୍କୁ ଏକ ନିଆରା ରୂପରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ହାଇକୋର୍ଟରେ ଓକିଲଙ୍କ ପୋଷାକ ପିନ୍ଧି ହାଜର ହେବା ପରେ, ବାର୍ କାଉନସିଲ ଅଫ ଇଣ୍ଡିଆ (BCI) ପଶ୍ଚିମବଙ୍ଗ ବାର ପରିଷଦଠାରୁ ତାଙ୍କ ଆଇନଗତ ଅଭ୍ୟାସ ସମ୍ପର୍କିତ ସମସ୍ତ ରେକର୍ଡ ମାଗିଛି।BCI […]
ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ। ପୋଲିସ ମୁଖ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ୟୁନିଟରେ ଅମଲା କାମରେ ନିୟୋଜିତ ଥିବା ସିପାହୀମାନେ ହଟିବେ। ଏ ନେଇ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି। ଆର୍ମଡ ବାଟାଲିୟନରୁ ଦୀର୍ଘ ଦିନ ଧରି ଡେପୁଟେସନରେ ଆସିଥିବା ସିପାହୀଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ସେମାନଙ୍କ ମୂଳ ବାଟାଲିୟନଙ୍କୁ ଫେରାଇ ଦେବା ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଧାର୍ୟ୍ୟ ସମୟ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ଫେରାଇବା ସହ ଏବାବଦରେ […]
ଓମାନ ଉପକୂଳ ନିକଟରେ ଏକ ଭାରତୀୟ ଜାହାଜ ଉପରେ ହୋଇଥିବା ମିସାଇଲ ଆକ୍ରମଣକୁ ନେଇ ଭାରତ କଡ଼ା ଅସନ୍ତୋଷ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରାଳୟ ଏହି ଘଟଣାକୁ ଅଗ୍ରହଣୀୟ ବୋଲି କହିବା ସହ ଆନ୍ତର୍ଜାତୀୟ ସାମୁଦ୍ରିକ ବ୍ୟାପାର ଏବଂ ସାଧାରଣ ନାବିକମାନଙ୍କୁ ଟାର୍ଗେଟ୍ କରିବା କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛି। ସୂଚନାମୁତାବକ ଗୁଜରାଟର ଏହି ଜାହାଜ ହାଜି ଅଲି ଓମାନ୍ ଉପକୂଳ ନିକଟରେ ପହଞ୍ଚିବା ପରେ ହଠାତ ସନ୍ଦେହଜନକ ଭାବେ ଡ୍ରୋନ୍ ମାଡ […]
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବିଜୁଳି ଘଡଘଡି ବର୍ଷା ହେବାକୁ ଥିବା ବେଳେ ୭ ଜିଲ୍ଲା, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଅନୁଗୋଳ ଓ ଢେଙ୍କାନାଳରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଆସନ୍ତାକାଲି ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ, ବରଗଡ଼ ଓ ଝାରସୁଗୁଡା, ଏହି ୭ […]
ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ଯାହାକୁ ନେଇ ବେଶୀ ଚିନ୍ତାରେ ପଡିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଛି । ଏଥିପାଇଁ ବାଧ୍ୟ ହୋଇ ଘରୋଇ ବସ ଚଳାଚଳ ବନ୍ଦ କରିବ ସଙ୍ଘ । ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହା କହିଛନ୍ତି ।ସେ କହିଛନ୍ତି, ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଫାଇନାଲ ଚଳିତ ମାସ ୨୦ ତାରିଖରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ସଭା ଗୃହରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ପର୍ଯ୍ୟାୟ ସଙ୍ଗୀତ ପ୍ରତିଯୋଗିତା ଶେଷ ହୋଇଯାଇଛି। ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫୧ ଜଣ ପ୍ରତିଯୋଗୀ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ସେମି ଫାଇନାଲ ଏବଂ ଫାଇନାଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। […]
ଜୁଲାଇ ୧ରୁ ଓଡିଶାରେ ଏସଆଇଆର । ଓଡିଶା ସମେତ ୧୬ ରାଜ୍ୟରେ ହେବ ଏସଆଇଆର । ୩ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଜୁଲାଇ ୧ରୁ ଏସଆଇଆର ।। ନିର୍ବାଚନ କମିଶନ କହିଛନ୍ତି ଯେ ଦୁଇଟି ପ୍ରକ୍ରିୟା ମଧ୍ୟରେ ସମନ୍ବୟ ସୁନିଶ୍ଚିତ କରିବା ପାଇଁ ଜନଗଣନା ଅଧୀନରେ ଚାଲିଥିବା ଘର ତାଲିକା ପ୍ରକ୍ରିୟାକୁ ଧ୍ୟାନରେ ରଖି SIRର ତୃତୀୟ ପର୍ଯ୍ୟାୟର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, କର୍ନାଟକ, ମହାରାଷ୍ଟ୍ର, ତେଲଙ୍ଗାନା, ପଞ୍ଜାବ, ଓଡ଼ିଶା, […]
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ଷ ପୂର୍ତ୍ତିକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଖର୍ଚ୍ଚ କାଟ କରାଯାଉଛି, ପ୍ରଧାନମନ୍ତ୍ରୀ ଆସିଲେ ନିରାଡମ୍ବର ଉତ୍ସବ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ସୂଚନା ଅନୁସାରେ ଜୁନ୍ ୧୨ରୁ ୧୦ ଦିନ ଧରି ପାଳନ ହେବ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବ । ନିରାଡମ୍ବର ଭାବେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ […]
