ନୟାଗଡ଼ ଓଡ଼ଗାଁ ଥାନା କଦଳୀବନ୍ଧ ଅଜିତ ସାହୁ ହତ୍ୟା ମାମଲା। ଧରା ପଡ଼ିଲା ପୁଲିସର ମିଛ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ୪ ଜଣଙ୍କ ମୁହଁ ଘୋଡାଇ ପ୍ରେସମିଟ୍ କରିଥିଲେ ଆଇଜି। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି ହୋଇଥିବା ଜାଣି ପାରି ରାତି ଅଧିଆ ଛାଡ଼ିଦେଲା ପୁଲିସ। ଗିରଫ ନୁହେଁ ଅଟକ ରଖାଯାଇଥିଲା ବୋଲି ସଫେଇ ଦେଲେ ନୟାଗଡ଼ ଏସପି। ତେବେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୁହଁ ଘୋଡ଼ାଇ ପୁଲିସ୍ କିପରି […]
ରାଜଧାନୀ ଦିଲ୍ଲୀର ରାଣୀବାଗ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚଳନ୍ତା ସ୍ଲିପର ବସ୍ରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ପୀଡ଼ିତା ପୋଲିସକୁ କହିଛନ୍ତି ଯେ, ସେ ବିଳମ୍ବିତ ରାତିରେ କାମରୁ ଘରକୁ ଫେରୁଥିଲେ। ସେ ରାସ୍ତାକଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ସମୟ ପଚାରିଥିଲେ, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ତାଙ୍କ ଜୀବନ ଭୟ ଏବଂ ଯନ୍ତ୍ରଣାରେ ପୂର୍ଣ୍ଣ ହୋଇଗଲା।ମହିଳାଙ୍କ କହିବା ଅନୁଯାୟୀ, ଯୁବକ ଜଣକ ତାଙ୍କୁ ଜୋରଜବରଦସ୍ତି ବସ୍ ଭିତରକୁ ଟାଣି […]
ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ।ଏହାସହ ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ୩୦ଟି ଶେଷ ହେଇଛି l ୧୫ ଟି ଷ୍ଟେସନ କେବଳ ଭୁବନେଶ୍ୱରରେ କରାଯିବ ।ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ଇଭି […]
ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ ବିଜୟ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ଘରେ ଭିଜିଲାନ୍ସ ରେଡ୍। ଭଦ୍ରକ ଟାଉନର ସମରାଇପୁରରେ ଶ୍ରୀ ମହାନ୍ତିଙ୍କ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତାର ନରସିଙ୍ଗଡିହାରେ ଥିବା ତାଙ୍କର ଦୁଇ ମହଲା କୋଠା, ଭଦ୍ରକରେ ଥିବା କାର୍ଯ୍ୟାଳୟ, ମାଳିପଡ଼ା ଓ ଭୁବନେଶ୍ୱରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରଖିଛି। ଏହି ଚଢାଉରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର […]
କେରଳ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଦଶ ଦିନ ପରେ, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଆଜି ଶେଷ ହୋଇଛି।କଂଗ୍ରେସ କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭିଡି ସତୀଶନଙ୍କୁ ନାମ ଘୋଷଣା କରିଛି କଂଗ୍ରେସ ।ଭିଡି ସତୀଶନ କେରଳରୁ ଛଅ ଥର ବିଧାୟକ ରହିସାରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଯୋଗିତାରେ ଭିଡି ସତୀଶନ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କଂଗ୍ରେସ ଦଳ କହିଛି ଯେ ନବନିର୍ବାଚିତ […]
ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଏଥିପାଇଁ ପଂଜୀକରଣ କରିଛନ୍ତି ୩ ଲକ୍ଷ ୭୫ ହଜାର ୫୫୬ ଜଣ ଚାଷୀ।ରାଜ୍ୟରେ ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ରବି ଧାନ କିଣିବାର ସମୟ ସୀମା ମେ’ ୧ରୁ ଆରମ୍ଭ ହୋଇ ଜୁନ୍ ୩୦ରେ ସରିବ। ।ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ୧୪ ତାରିଖରୁ ଭିନ୍ନ ଭିନ୍ନ ତାରିଖରେ ଧାନ ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ […]
ଆମର ଭବିଷ୍ୟତ ଉଜ୍ଜ୍ୱଳ ହେବ। ମୁଁ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି। ଆପଣ ଜଣେ ମହାନ ନେତା। ମୁଁ ସମସ୍ତଙ୍କୁ ଏହା କହୁଛି। ଆଜି ବେଜିଂରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଏପରି କହିଛନ୍ତି। ବୈଠକ ସମୟରେ ଜିନପିଙ୍ଗ ଏବଂ ଟ୍ରମ୍ପ ଉଭୟ ପରସ୍ପରକୁ ପ୍ରଶଂସା କରିଥିଲେ। ଚାଇନା ରାଷ୍ଟ୍ରପତି କହିଥିଲେ,ଆମେ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ସହଯୋଗୀ। ଏକ ଦୃଢ଼ ସମ୍ପର୍କ ଉଭୟ ଦେଶକୁ ଲାଭଦାୟକ ହେବ। ଏକାଠି ଆମେ ବିଶ୍ୱକୁ […]
ବିଦେଶକୁ ଚିନି ରପ୍ତାନୀ ବନ୍ଦ କଲା ଭାରତ। କଞ୍ଚା, ଧଳା ଏବଂ ବିଶୋଧିତ ଚିନିର ରପ୍ତାନି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନିଷେଧ ରହିବ। ଏହି ନିଷେଧ ଆହୁରି ବୃଦ୍ଧି କରାଯାଇପାରେ। ଦେଶ ଭିତରେ ଚିନି ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ଘରୋଇ ବଜାରରେ ଚିନି ମୂଲ୍ୟ ଉପରେ ଚାପ ବଢ଼ୁଛି। ରପ୍ତାନିକୁ ହ୍ରାସ କରି, ଘରୋଇ ଯୋଗାଣକୁ ବୃଦ୍ଧି କରାଯିବ ଏବଂ […]
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ତୈଳ ଯୋଗାଣ ପ୍ରଭାବିତ କାରଣରୁ ଭାରତରେ ଏବେ ପେଟ୍ରୋଲ, ଡିଜେଲ ଆଦି ଯୋଗାଣ ବାଧାପ୍ରାପ୍ତ ହୋଇଛି।ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକ ମୁତାବକ ତୈଳ ବୋଝେଇ ଗାଡ଼ି ଛାଡ଼ୁ ନାହାନ୍ତି। ଫଳରେ ପେଟ୍ରୋଲ ପମ୍ପଗୁଡ଼ିକରେ ତୈଳ ପହଞ୍ଚି ପାରୁନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ପମ୍ପ ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି। ପୁଣି ଯେଉଁ ଓଳିଏ ଖୋଲା ରହୁଛି କଟକଣାରେ ତୈଳ ବିକ୍ରି ହେଉଛି। […]
ମେଷଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]
ସାଧାରଣ ଲୋକଙ୍କ ରୋଷେଇରେ ପୁଣି ମହଙ୍ଗା ମାଡ଼ । ଦେଶରେ ସବୁଠୁ ବଡ ନାମି କମ୍ପାନୀ ଅମୂଲ ସାରା ଦେଶରେ ଏକ ଲିଟର କ୍ଷୀର ମୂଲ୍ୟ ପିଛା ୨ଟଙ୍କାକୁ ବୃଦ୍ଧି କରିଛି । ଗ୍ରାହକମାନଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ଲିଟର ପିଛା ୨ ଟଙ୍କା ବୃଦ୍ଧି ମେ’ ୧୪ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏହାର ଅର୍ଥ ହେଉଛି ମେ ୧୪ ତାରିଖରୁ ଗ୍ରାହକମାନଙ୍କୁ ଏବେ ଖୁଚୁରା ବଜାର ଏବଂ ଷ୍ଟୋରରେ ଅମୂଲ କ୍ଷୀର […]
କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର । ଘର ପଛପାଖ ନଈରେ ବାସନ ଧୋଇବା ବେଳେ ଭିଡ଼ିନେଲା କୁମ୍ଭୀର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ ଜଙ୍ଗଲଘେରି ଗାଁରେ। ବୁଧବାର ଅପରାହ୍ନରେ ଛବି ପାତ୍ର (୫୫) ନାମକ ଜଣେ ଆଦିବାସୀ ମହିଳା ନିକଟ ରାମଚଣ୍ଡୀ ଗଳିଆ ନଦୀରେ ବାସନକୁସନ ଧୋଉଥିବା ବେଳେ ବଣବୁଦା ଉହାଡ଼ରେ ଛକି ରହିଥିଲା ଏକ ବଉଳା କୁମ୍ଭୀର। ଏହି ସମୟରେ କୁମ୍ଭୀରଟି […]
