ଓଏମ୍ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ପୁଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବାଟାଲିୟନ ପରିସରରେ ଥିବା ପୋଖରୀ ନିକଟରେ କିଛି ଯୁବକ ଯୁବତୀ ବସିଥିଲେ। ପୋଲିସ ପେଟ୍ରୋଲିଂ ଭ୍ୟାନ୍ ବାରଣ କରିବାରୁ ବଚସା ହୋଇଥିଲା। ପରେ ସେମାନେ ପୋଲିସ୍ କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ତିନିଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ […]
ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲଗାତାର ନିଆଁ ମାଡ଼ରେ ଛଟପଟ ହେଉଥିବା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଅଳ୍ପ ହ୍ରାସ ଘଟିଛି ।ରାଜ୍ୟରେ ଏବେ ଧୀରେ ଧୀରେ କାଳବୈଶାଖୀର ପ୍ରଭାବ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି। ତେବେ ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଦି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ […]
ଏପ୍ରିଲ ୧ରୁ ଚାଲିଥିବା ସୁଭଦ୍ରା ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆଜି ଶେଷ ହେବ । ଯେଉଁମାନେ କୌଣସି କାରଣରୁ ଆବେଦନ କରିପାରି ନାହାନ୍ତି, ସେମାନେ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ କରିବେ ।ନୂଆ ଆବେଦନ ସାଧାରଣ ସେବା କେନ୍ଦ୍ର (ସିଏସ୍ସି), ଆମ ସେବା କେନ୍ଦ୍ର (ଏଏସ୍କେ) ମାଧ୍ୟମରେ ପଞ୍ଜିକୃତ କରାଯାଉଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର (ଏଡବ୍ଲୁସି) ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ମିଳୁଛି । ତେବେ ନୂଆ […]
ମେଷ : ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ […]
PM E-DRIVE ଯୋଜନା ଅଧିନରେ ଓଡ଼ିଶାର ୬ଟି ସହରରେ ୧୯୦ଟି ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବ ।୬ଟି ପ୍ରମୁଖ ସହର ଅନୁଗୋଳ, ବାଲେଶ୍ବର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଏବଂ ପୁରୀ।ଜାତୀୟ ରାଜପଥ, ଆଞ୍ଚଳିକ ସ୍ଥାନକୁ ଗୁରୁତ୍ୱ ଦିଆଯିବ। ଥରେ ଷ୍ଟେସନ ହୋଇଗଲେ ରାଜ୍ୟ ପରିବହନ ପ୍ରାଧିକରଣ ବିଭାଗ ଷ୍ଟେସନଗୁଡ଼ିକ ନିଜେ ପରିଚାଳନା କରିପାରେ କିମ୍ବା ନୋଡାଲ ଅପରେଟର କୁ ହ୍ୟାଣ୍ଡଓଭର କରିପାରନ୍ତି। ଏହି ଯୋଜନା ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ପ୍ରଦୂଷଣ […]
ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ପୋଷ୍ଟ ମର୍ଟମରେ ସାଂଘାତିକ ଖୁଲାସା । ଅତ୍ୟଧିକ ମାଡ଼ ସହ ଶ୍ବାସ ରୁଦ୍ଧରୁ ହୋଇଛି ସୁଧୀରଙ୍କ ମୃତ୍ୟୁ । ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିଲା । ମାଡ଼ରେ ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ଶ୍ୱାସ ରୁଦ୍ଧ ସହ ଛାନିଆରେ ସୁଧୀରଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି mkcg ର FMT ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ । ସେପଟେ ହତ୍ୟା ମାମଲାରେ ପୁଣି ଥରେ […]
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଲମ୍ବା ଲାଇନରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଲୋକେ ।୧୪୨ଟି ବିଧାନସଭା ଆସନରେ ମତଦାନ ହେଉଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୬୧.୧୧ ପ୍ରତିଶତ ମତଦାନ ହୋଇଛି । ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଫାଲ୍ଟା ଆସନ ଏବେ ଚର୍ଚ୍ଚାରେ ରହିଛି । ମତଦାନ ଦିନ ଇଭିଏମ୍ ସହ ଟାମ୍ପରିଂ ଅଭିଯୋଗ ଓ ବଟନରେ ଟେପ୍ ଲଗାଯାଇଥିବାର ଗମ୍ଭୀର ଅଭିଯୋଗ ହୋଇଛି । ବିଜେପି ଏହି […]
ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ଆସନ୍ତାକାଲି ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ। ଆଉ ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ୍ ସ୍କ୍ବାଡ, ବମ ସ୍କ୍ବାଡ ସହ ଅଗ୍ନିଶମ ବିଭାଗକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଲୋୟର ପିଏମ୍ଜିରେ ୧୪୪ ଧାରା ଜାରି କରାଯିବ ବୋଲି ସୂଚନା ମିଳିଛି। କାଲି […]
ପୁଣି ଚର୍ଚ୍ଚାରେ ବାଲେଶ୍ୱର FM କଲେଜ୍ । ଏଫ୍ ଏମ୍ କଲେଜ୍ ର ଓଡ଼ିଆ ବିଭାଗର ଏଚ୍ ଓ ଡି ପ୍ରେମ ନିବେଦନ କରୁଛନ୍ତି ଜଣେ ଛାତ୍ରୀଙ୍କୁ।ଏନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ।ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର WhatsApp ଚାଟ୍ ମଧ୍ୟ ଏବେ ଭାଇରାଲ ହେଉଛି। ତେବେ ଏଭଳି ଏକାଧିକ ଛାତ୍ରୀଙ୍କୁ ମେସେଜ କରିଥିବା ବେଳେ ଏବେ ଡରାଇ ଧମକାଇ ଛାତ୍ରୀଙ୍କ ଫୋନରୁ ଡିଲିଟ କରାଯାଉଥିବା ଅଭିଯୋଗ କରିଛନ୍ତି […]
ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୯୩ପ୍ରତିଶତରୁ ଅଧିକ ରେକର୍ଡ ମତଦାନ ହୋଇଥିଲା । ଆଜି ମଧ୍ୟ ସେହି ସମାନ ଉତ୍ସାହ ଭୋଟରଙ୍କ ମଧ୍ୟରେ ଦେଖାଯାଉଛି । ପ୍ରାୟ ୩କୋଟି ୨୧ ଲକ୍ଷ ଭୋଟର ୧୪୪୮ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରମାନେ ସକାଳୁ ସକାଳୁ ବୁଥ୍ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇଛନ୍ତି।ଆଜିର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଜ […]
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଚଳିତ ମାସ ୨୭ରୁ ସମସ୍ତ ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖରା ଛୁଟି ସମୟରେ ବିଦ୍ୟାଳୟର ପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଛି।ଯାହାକୁ ପ୍ରଧାନଶିକ୍ଷକଙ୍କ ଜରିଆରେ ସମସ୍ତଙ୍କୁ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀ ନିଜ ବିଷୟଗତ ଖାତାରେ ଏହି ଗୃହକାର୍ଯ୍ୟ କରିବେ। କୌଣସି ପ୍ରକାର ଶିକ୍ଷାଗତ ସହାୟତା […]
ଆଦ୍ୟ ତା ଏପ୍ରିଲ ମାସ ୨୯ ତାରିଖ ଦିନ ୧୨ ଟା ସମୟରେ ରାଜ୍ୟ ଉତ୍କକ ସାମ୍ବାଦିକ ସଂଘ ସଭାପତି ବିଭୁତି କର ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଳା ଶାଖା ତରଫରୁ ରାୟଗଡ଼ା ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ର ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅନୁପସ୍ଥିତି କ୍ରମେ ଅତିରିକ୍ତ ଜିଲ୍ଲପାଳ ନବୀନ ନାୟକଙ୍କୁ ପ୍ରଦାନ କରଯାଇଥିଲା। ଉକ୍ତ ଦାବି ଗୁଡିକ ହେଲା ସାମ୍ବାଦିକ ସୁରକ୍ଷା ଆଇନ […]
