author

ସାବଧାନ… ଫଳ ଓ ଲସିରେ ରହିଛି ବିଷ !

ତରଭୁଜ, ଆମ୍ବ, ଲିଚୁ ଆଦି ବିଭିନ୍ନ ପ୍ରକାର ଗ୍ରୀଷ୍ମକାଳୀନ ଫଳ ଖାଉଥିଲେ ସାବଧାନ | ଗ୍ରୀଷ୍ମକାଳୀନ ପାନୀୟ କିମ୍ବା ଫଳ ଖାଇବା ସ୍ବାସ୍ଥ୍ୟପ୍ରତି ନିରାପଦ ନୁହେଁ କାରଣ ଫଳ ପଚେଇବା ପାଇଁ ବ୍ୟବସାୟୀମାନେ ରାସାୟନିକ ପଦାର୍ଥ ଏବଂ ପାନୀୟରେ ବାସୀ ଏବଂ ସମୟସୀମା ସମାପ୍ତ ହୋଇ ଯାଇଥିବା ରାସାୟନିକ ପଦାର୍ଥ ଏବଂ ରଙ୍ଗ ବ୍ୟବହାର କରୁଥିବା ଜାଣି ପାରିଛନ୍ତି ଖାଦ୍ୟ ସୁରକ୍ଷା ନିରୀକ୍ଷକ। ତେବେ ଫର୍ମାଲିନ୍ ଥିବା ଫଳକୁ ଲୁଣିଆ ପାଣିରେ ୧ ଘଣ୍ଟା ବୁଡ଼ାଇ ରଖିଲେ […]

ବାଂଲାଦେଶ ସୀମାରେ ସାପ-କୁମ୍ଭୀର ଛାଡିପାରେ ଭାରତ!

ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି।ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାର ସମ୍ୱେଦନଶୀଳ ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଏବଂ ସାପକୁ ଛାଡିବାର ସମ୍ଭାବ୍ୟତା ଅନୁସନ୍ଧାନ କରୁଛି। ତଥାପି, ପ୍ରସ୍ତାବକୁ ଏପର୍ଯ୍ୟନ୍ତ ସରକାରୀ ଅନୁମୋଦନ ମିଳିନାହିଁ।ବିଗତ ୧୦ ବର୍ଷ ମଧ୍ୟରେ ସୀମାରେ ୭ ହଜାରରୁ ଅଧିକ ଅନୁପ୍ରବେଶ ଘଟଣା ସଂପର୍କରେ ରିପୋର୍ଟ ମିଳିଛି । ଏପରିସ୍ଥଳେ ଅନୁପ୍ରବେଶ ରୋକିବାକୁ ସେଠାରେ ସରୀସୃପଙ୍କୁ ବ୍ୟବହାର କରାଯାଇପାରେ । ତେବେ ଏ ସଂପର୍କରେ ବିଏସଏଫ୍‌ର […]

ବିମାନ ଯାତ୍ରୀଙ୍କୁ ବଡ଼ ଝଟକା, ଭଡ଼ା ବଢାଇଲା ଏୟାର ଇଣ୍ଡିଆ

ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା ।କମ୍ପାନୀ ୮ ଏପ୍ରିଲରୁ ଏହାର ଇନ୍ଧନ ସରଚାର୍ଜ ଢାଞ୍ଚାରେ ପରିବର୍ତ୍ତନ ଘୋଷଣା କରିଛି, ଯାହା ଫଳରେ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟରେ ଟିକେଟ ମୂଲ୍ୟ ଅଧିକ ହେବ । ଏହି ନୂଆ ଦର ୮ଏପ୍ରିଲ ସକାଳ ୯ଟା ପରେ ବୁକିଂ ହେଉଥିବା ଟିକେଟ୍ ଉପରେ ଲାଗୁ ହେବ ।ବର୍ତ୍ତମାନ ଏୟାର ଇଣ୍ଡିଆ ଏବଂ ଏୟାର […]

ଖୁବଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଖୁବଶୀଘ୍ର ଝାରସୁଗୁଡ଼ା ବିମାନବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏହି ସେବା ।ଏଠାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ ସାମଗ୍ରୀ । ଭୌଗଳିକ ଓ ଭିତ୍ତିଭୂମି ଦୃଷ୍ଟିକୋଣରୁ କାର୍ଗୋ ଏୟାର ପୋର୍ଟ ପାଇଁ ଝାରସୁଗୁଡ଼ା ଉପଯୁକ୍ତ ସ୍ଥାନ । ତେବେ କମ୍ ଅବଧି ଯୁକ୍ତ ଖାଦ୍ୟସାମଗ୍ରୀ ହେଉ ଅଥବା ଅନ୍ୟ କୌଣସି ଦ୍ରବ୍ୟ ସ୍ଥାନାନ୍ତର କରିବାରେ ଏହି ସେବା ବିଶେଷ ସହାୟକ […]

ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ !ଇସ୍ତଫା ଦେବା ପଛର କାରଣ କଣ ?

ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତଥାପି, ତାଙ୍କ ଉତ୍ତରାଧିକାରୀ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ନହେବା ପର୍ଯ୍ୟନ୍ତ ୱିଲସନ ତାଙ୍କର ଦାୟିତ୍ୱ ନିର୍ବାହ କରିବେ। ତେବେ ସିଇଓ କ୍ୟାମ୍ପବେଲ୍ କାହିଁକି ଏହି ପଦବୀ ଛାଡ଼ିଲେ ସେ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । କ୍ୟାମ୍ପବେଲଙ୍କ ଇସ୍ତଫା ପରେ ବିମାନ ସେବା ଯୋଗାଉଥିବା […]

ଦଳ ବିରୋଧୀ କାମ ଯିଏ କରିବ, ବିଦା ହେବ: ପ୍ରମିଳା ମଲ୍ଲିକ

ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିଲା । ତେବେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା । ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ପ୍ରତି ନିର୍ବାଚନ ମଣ୍ଡଳୀରେ ବୈଠକ କର । ଯୁବ, ଛାତ୍ର, ମହିଳା କମିଟି ସୁଦୃଢ କରିବାକୁ କାମ ହେଉଛି ।ଯାଜପୁର ସଂଗଠନ ଓ ଆଗକୁ ଥିବା […]

ରାଜ୍ୟ ସରକାର ଜାରି କଲେ ଜରୁରୀ ନିର୍ଦ୍ଦେଶ,ବିଦ୍ୟାଳୟରେ ସାନିଟେସନ ଓ ମାସିକ ଋତୁସ୍ରାବ ସ୍ବଚ୍ଛତାକୁ ଗୁରୁତ୍ବ

ଓଡ଼ିଶା ସରକାରଙ୍କ ତରଫରୁ ସ୍କୁଲ୍ ସାନିଟେସନ୍ ଓ ମାସିକ ଋତୁସ୍ରାବକୁ ନେଇ ଆଲ୍ ହାଇଜିନ୍‌ ଉପରେ ଜରୁରୀ ନିର୍ଦ୍ଦେଶ ଜାରି ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସମାନତାମୂଳକ ଶିକ୍ଷା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ସମସ୍ତ ଜିଲ୍ଲା କଲେକ୍ଟରମାନଙ୍କୁ ସ୍କୁଲ୍‌ରେ ଆଲ୍ ହାଇଜିନ୍ ବ୍ୟବସ୍ଥା କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍କୁଲ୍‌ରେ ପୃଥକ ପୁରୁଷ ଓ ମହିଳା ଶୌଚାଳୟ, ନିର୍ବିଘ୍ନ ଜଳ ସୁବିଧା, ହାତଧୋଇବା ବ୍ୟବସ୍ଥା ଓ ସ୍ୱଚ୍ଛତା ବ୍ୟବସ୍ଥା […]

‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ

‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଜ୍ୟ ବିଭାଜନ ହେବାରେ ୧୨ ବର୍ଷ ପରେ ଅମରାବତୀ ଆନୁଷ୍ଠାନିକ ଭାବେ ମାନ୍ୟତା ପାଇଛି। ପୂର୍ବରୁ ୨୦୧୪ ମସିହା ଆଇନ୍ ରେ ରାଜଧାନୀ ନାମ ସ୍ପଷ୍ଟ ନଥିଲା। ବର୍ତ୍ତମାନ୍ ର ସଂଶୋଧନ ପରେ ଅମରାବତୀ ଆନ୍ଧ୍ରର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ […]

ପଶ୍ଚିମବଙ୍ଗରେ ଗଣତନ୍ତ୍ରର ସବୁଠାରୁ ବଡ଼ ଛଟେଇ:  ବାଦ ପଡିଲେ ୯୦ ଲକ୍ଷରୁ ଅଧିକ ଲୋକ

ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଭୋଟର ତାଲିକା ସମ୍ପର୍କରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ନିର୍ବାଚନ କମିଶନ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅଧୀନରେ ଏକ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି। ଯେଉଁଥିରେସାରା ରାଜ୍ୟରୁ ୯୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ, ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏହି ସଂଖ୍ୟା […]

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି

ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ନେତାଙ୍କ ମେଳି। ଯାଜପୁର ସଂଗଠନକୁ ନେଇ ବଡ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ପ୍ରମିଳା ମଲ୍ଲିକ, ବିଶ୍ୱ ମଲ୍ଲିକ, ସୁଜାତା ସାହୁ , ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି।ଯାଜପୁର ଓ ଭଦ୍ରକରେ ଅପରେସନ ଲୋଟସ୍‌କୁ ଚେକ୍‌ ଦେବାକୁ ରଣନୀତି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି। ଏହାପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ଘରେ ଦୁଇ ଥର ଯାଜପୁର ବିଜେଡ଼ି ନେତାଙ୍କ ବୈଠକ ବସିଥିଲା।ଗତକାଲି […]

୫ କେଜି LPG ସିଲିଣ୍ଡର ଯୋଗାଣ ଏବଂ ବଣ୍ଟନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ଏଲ୍‌ପିଜି ଗ୍ୟାସ୍ ସଙ୍କଟ ଦେଖା ଦେଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକଙ୍କ ପାଇଁ ଦୈନିକ ୫ କିଲୋଗ୍ରାମ FTL ଗ୍ୟାସ ସିଲିଣ୍ଡର ଯୋଗାଣକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ପ୍ରବାସୀ ଶ୍ରମିକ, ଛାତ୍ର, ଦିନ ମଜୁରିଆ ଶ୍ରମିକ […]

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଦେହ ଓ ମନ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ ନାହିଁ। ସ୍ବାସ୍ଥ୍ୟ ମଣିଷର ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ। ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ଜଣେ ସୁସ୍ଥ ରହିବା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ପ୍ରକୃତରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୭ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠିତ ହୋଇଥିଲା। […]