ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସାରା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। AIIMS ଭୁବନେଶ୍ୱରରେ ୭୨ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ମୃତ୍ୟୁ ସପ୍ତାହେ ପରେ ବି ଥମୁନି ହ୍ୟୁମାନ ସାଗରଙ୍କୁ ନେଇ ବିବାଦ । ସାମନାକୁ ଆସିଛି ହ୍ୟୁମାନ ସାଗରଙ୍କ ହ୍ବାଟସ ଆପ ଚାଟ୍ । ସଂଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କୁ ପଠାଇଥିବା ହ୍ୱାଟସ […]
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ପୁଣି ଲୋକଙ୍କ ଦୁଃଖ ଶୁଣିଛନ୍ତି ମୋହନ ମାଝୀ । ପୁଳା ପୁଳା ଅଭିଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୪ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୨,୯୫୦ଟି ଅଭିଯୋଗ ମଧ୍ୟରୁ ୧୨,୩୭୧ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୬ ପ୍ରତିଶତ ଅଟେ । ବାକି ରହିଥିବା […]
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ ପାଇଁ ଫର୍ମ ପୂରଣର ସମୟସୀମାକୁ ବୃଦ୍ଧି କରିଛନ୍ତି। ଓଟିଇଟି ୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା।“ରାଜ୍ୟର ବିଭିନ୍ନ ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାରକୁ ନେଇ ଓଟିଇଟି ପରୀକ୍ଷା, ୨୦୨୫ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ୨୭.୧୧.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ୨୭.୧୧.୨୦୨୫ ପରେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ,” ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।ବିଏସଇ, […]
ଭୁବନେଶ୍ବର ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଯାନବାହାନର ଅନିୟମିତ ପାର୍କିଂ ଯୋଗୁଁ ଟ୍ରାଫିକ ବାଧା ସୃଷ୍ଟି କରୁଛି। ଯାହା ଫଳରେ ଭିଡ଼, ଯାତ୍ରୀମାନଙ୍କୁ ଅସୁବିଧା ଏବଂ ସାଧାରଣ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି ହୋଇଥାଏ।ଭୁବନେଶ୍ବରରେ ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ଯାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି।ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ ପର୍ଯ୍ୟନ୍ତ ପାର୍କିଂ […]
ଡିସେମ୍ବର ଶେଷ ସୁଦ୍ଧା ଶେଷ କର ପକ୍କା ଘର ଟାର୍ଗେଟ । ଏନେଇ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗରୁ ଚିଠି ଦିଆଯାଇଛି । ୧,୮୮, ୨୬୩ ପକ୍କା ଘର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର ସୁନିଶ୍ଚିତ କରୁଛି ବିଜେପି ସରକାର । ଏହି ଯୋଜନା ପାଇଁ ୭,୫୫୦ କୋଟି ଟଙ୍କାର […]
ପଶ୍ଚିମବଙ୍ଗର ପୁରୁଲିଆରେ ଏକ ପରିବାର ଅପ୍ରତ୍ୟାଶିତ ଭାବରେ ସେମାନଙ୍କର ଦୀର୍ଘଦିନର ହଜିଯାଇଥିବା ପୁଅକୁ ଫେରି ପାଇଛନ୍ତି। SIR ଅଭିଯାନ ଦ୍ବାରା ଏହି ପୁର୍ନମିଳନ ସମ୍ଭବପର ହୋଇଥିଲା। ହଜିଲା ପୁଅକୁ ଫେରିପାଇ ବହୁତ ଖୁସି ଅଛନ୍ତି ପରିବାର ଲୋକେ।ପଶ୍ଚିମବଙ୍ଗ ପୁରୁଲିଆର ଗୋବୋରଣ୍ଡା ଗାଁର ଚକ୍ରବର୍ତ୍ତୀ ପରିବାର ୩୭ ବର୍ଷ ଧରି ବିଶ୍ୱାସ କରି ଆସୁଥିଲେ ଯେ, ସେମାନେ ସେମାନଙ୍କର ବଡ଼ ପୁଅକୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।ପରିବାର ଶେଷରେ ବିବେକଙ୍କୁ ଖୋଜିବା ବନ୍ଦ କରିଦେଲା। କିନ୍ତୁ ଗୋଟିଏ ଫୋନ୍ […]
ଚଳିତ ଥର ଯୁକ୍ତ ଦୁଇର ସମସ୍ତ ବିଭାଗର ଖାତା ଅନଲାଇନ ମୂଲ୍ୟାୟନ ହେବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ କେବଳ ବିଜ୍ଞାନ ଓ ବାଣିଜ୍ୟ ଖାତା ଅନଲାଇନ ମୂଲ୍ୟାୟନ ହେଉଥିଲା । ସେପଟେ ଆଉ ଗୋଟିଏ ଦିନ ବଢିପାରେ ଯୁକ୍ତ ଦୁଇ ଫର୍ମ ଫିଲଅପ ଅବଧି । କିନ୍ତୁ ୩ଟି କଲେଜରେ କିଛି ପିଲା ଫର୍ମ ଫିଲ ଅପ କରି ନ ଥିବା ଖବର ଆସିଛି। ଆଉ ଥରେ ଫର୍ମ ଫିଲ ଅପ କରିବା ପାଇଁ ସେମାନଙ୍କୁ […]
କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ । ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ମଧ୍ୟରେ କ୍ୟାମେରା ଟ୍ରାପ ସର୍ଭେ ହେବ । ବର୍ତ୍ତମାନ ସୁଦ୍ଧା ଚାଲିଥିବା ପ୍ରାଥମିକ ସର୍ଭେରୁ ଅଟେଇ ସଂରକ୍ଷିତ ଜଙ୍ଗଲ ଓ ତେଲକୋଇ ଜଙ୍ଗଲରେ ସର୍ଭେରୁ କ୍ୟାଟ୍ ଫ୍ୟାମିଲିର ଓ କଲରାପତରିଆ […]
ବଲିଉଡ୍ର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ସୋମବାର ଦେହାନ୍ତ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦଶନ୍ଧି ଘରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଉତ୍ତରାଧିକାରୀ ଆଗାମୀ ପିଢିର କଳାକାର ଓ ସିନେପ୍ରେମୀଙ୍କୁ ପ୍ରେରଣା ଯୋଗାଇବ । ପରିବାର, ବନ୍ଧୁ ଓ ଅଂସଖ୍ୟ ଶୁଭେଚ୍ଛୁଙ୍କୁ ମୋର ଆନ୍ତରିକ ସମବେଦନା ଜଣାଇଛନ୍ତି । ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ […]
ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ । ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ହୋଇଛି ଅଭିଯୋଗ । ଅଭିଯୋଗରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଉଠୁଥିବା ବିବାଦକୁ ନେଇ ମୁହଁ ଖୋଲିଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ । ଗଣମାଧ୍ୟମକୁ ପ୍ରତିକ୍ରିୟା […]
ପରଲୋକରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।ବଲିଉଡର ସବୁଠୁ ସମ୍ମାନିତ ଓ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର। ଟିଭିରେ ତାଙ୍କ ମୁଭି ଆସଥିଲେ ପୂରା ପରିବାର ଟିଭି ଆଗରେ ବସିପଡ଼ୁଥିଲା । ୭ ଦଶକରୁ ଅଧିକ ଲମ୍ବା ସମୟର କ୍ୟାରିୟରରେ ୩୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଧର୍ମେନ୍ଦ୍ର । ଏଥିରୁ ’ଶୋଲେ’, ଚୁପକୋ ଚୁପକେ’ ’ସୀତା ଔର ଗୀତା’ , ’ଧରମ […]
ସମ୍ବଲପୁରକୁ ଆସିବେ ୪ ମହାବଳ lମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର lସମ୍ବଲପୁର ଡିୟର ପାର୍କ ୨୦୨୩ରେ ଚିଡିଆଖାନାର ମାନ୍ୟତା ପାଇଥିଲା । ଏବେ ୧୭ ପ୍ରଜାତିର ବନ୍ୟପ୍ରାଣୀ ସମ୍ବଲପୁର ଚିଡିଆଖାନାରେ ରହିଛନ୍ତି । ଏକ କଲରାପତରିଆ ବାଘ ମଧ୍ୟ ଚିଡିଆଖାନାର ଶୋଭା ବଢ଼ାଉଛି l ସୋମବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମନ୍ତ୍ରୀ ରବି ନାଏକ ମଧ୍ୟ […]
