author

ପୁଲିସ ପରିଚୟ ଦେଇ  ଠକୁଥିଲେ, ଏବେ ବାପା-ପୁଅ ଗିରଫ

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ ।  ନିଜକୁ ପୁଲିସ ଏସ ଆଇ କହି ଲୋକଙ୍କୁ ଲଗାଉଥିଲେ ଚୂନ । କାହାକୁ କମ ଦରରେ କ୍ରିକେଟ ମ୍ୟାଚ ଟିକେଟ କରାଇ ଦେବାର ପ୍ରତିଶ୍ରୁତି ତ ଆଉ କାହାକୁ କମ ଦାମରେ ଜମି ଦେବାର ଲୋଭ ଦେଖାଉଥିଲେ । ଏଭଳି ତିନିଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ପରେ ବାପ ପୁଅଙ୍କୁ ଗିରଫ କରିଛି ଏୟାରଫିଲଡ ଥାନା ପୁଲିସ।ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର । ଆଧାରକାର୍ଡ […]

ଚିହ୍ନଟ ହେବ ଜଗନ୍ନାଥ ଜମି: ଆଇନ ମନ୍ତ୍ରୀ

ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ପାଖାପାଖି ୩୬ ହଜାର ଏକର ଜମିରୁ ୨୫ରୁ ୨୬% ଜମି ଦଖଲରେ ରହିଛି । ଲମ୍ବା ସମୟ ଧରି ରହୁଥିବା ଲୋକଙ୍କୁ ଜମି ସେଟଲମେଣ୍ଟରେ ଦିଆଯିବ । ଏହା ଜରିଆରେ ମହାପ୍ରଭୁଙ୍କ ପାଇଁ ବଡ କର୍ପସ ଫଣ୍ଡ ଗଠନ ହୋଇପାରିବ । ଅନ୍ୟପଟେ ଆଇନ ମନ୍ତ୍ରୀ କହିଛନ୍ତି ଯେ […]

ବେଙ୍ଗାଲୁରୁ ବଦଳରେ ଅହମ୍ମଦାବାଦରେ ଆଇପିଏଲ୍‌ ଫାଇନାଲ

ଚଳିତ ଆଇପିଏଲର ପ୍ଲେ-ଅଫ୍ କ୍ରୀଡ଼ାସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରୁ ଫାଇନାଲ୍ ମ୍ୟାଚକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ୍ ଦଳକୁ ପରବର୍ଷ ଫାଇନାଲ୍ ମ୍ୟାଚ ଆୟୋଜନ କରିବାର ଅଧିକାର ପ୍ରଦାନ କରାଯାଇଥାଏ । ଗତ ବର୍ଷ ବେଙ୍ଗାଲୁରୁ (ଆରସିବି) ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଫଳ ସ୍ୱରୂପ ଆରସିବିର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଫାଇନାଲ୍ ମ୍ୟାଚ ଆୟୋଜନ କରିବା କଥା । ମାତ୍ର  ବିସିସିଆଇ […]

ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ: ନିଶାନ୍ତଙ୍କ ସମେତ ୩୨ ଜଣ ମନ୍ତ୍ରୀ ଶପଥ ନେଲେ

ବିହାର ରାଜନୀତିରେ ଆଜି ଏକ ବଡ଼ ଦିନ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ନୂତନ ସରକାରର ଆଜି ପ୍ରଥମ କ୍ୟାବିନେଟ୍ ବିସ୍ତାର ହୋଇଛି। ୩୨ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।  ଏନ୍‌ଡିଏର ଛୋଟ ସହଯୋଗୀ ଦଳ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ତେବେ ଏଥର ମନ୍ତ୍ରିମଣ୍ଡଳର ସବୁଠୁ ଚର୍ଚ୍ଚିତ […]

ସହରାଞ୍ଚଳ ଗୁଡ଼ିକରେ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏସଓପି ଜାରି କଲା ନଗର ଉନ୍ନୟନ ବିଭାଗ

ସହରାଞ୍ଚଳ ଗୁଡ଼ିକରେ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏସଓପି ଜାରି କଲା ନଗର ଉନ୍ନୟନ ବିଭାଗ ।ଓଡ଼ିଶା ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ପାଇଁ ସହରାଞ୍ଚଳ ବନ୍ୟା ବିରୋଧରେ କଠୋର ପ୍ରତିରୋଧକ ଏବଂ ପ୍ରତିକ୍ରିୟା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏକ ମାନକ କାର୍ଯ୍ୟ ପ୍ରଣାଳୀ (SOP) ଜାରି କରିଛନ୍ତି।ULB ଗୁଡ଼ିକୁ ମ୍ୟାନହୋଲ୍‌ ସମେତ ଡ୍ରେନ୍ ନେଟୱାର୍କ ଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ଏବଂ କ୍ଷତିଗ୍ରସ୍ତ ଗଠନର ତୁରନ୍ତ ମରାମତି କିମ୍ବା […]

ବୃଦ୍ଧ ଘରେ ଚଳାଇଥିଲେ ଦେହ ବେପାର, ୨ ଦେହଜୀବୀ ଉଦ୍ଧାର

ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ ହୋଇଛି ।ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ ଏକୁଟିଆ ରୁହନ୍ତି । ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ବାହାରେ ରହୁଛନ୍ତି । ସେ ଦୀର୍ଘବର୍ଷ ହେଲା […]

NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର

NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିଡିହି ଥାନା ଅଞ୍ଚଳରେ।ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଯୁବକ ।ସୂଚନା ଅନୁଯାଇ ଭଦ୍ରକ ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଚା ଦୋକାନ କରିଥିବା ଗିରିଧାରୀ ବାରିକଙ୍କ ପୁଅ ଜ୍ୟୋତି ପ୍ରକାଶ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଜ୍ୟୋତି ଥରେ ନିଟ ପରୀକ୍ଷା ଦେଇଥିବା ବେଳେ ରେଜାଲ୍ଟ ଖରାପ ହୋଇଥିଲା । ଏଥର ପୁଣି ନିଟ […]

ମ୍ୟାଜିକ୍ ନମ୍ବର ପାଇଁ ସଂଗ୍ରାମ, ବିଜୟଙ୍କୁ ରୋକିବେ କି DMK-AIADMK?

ତାମିଲନାଡ଼ୁ ରାଜନୀତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଥାଲାପତି ବିଜୟଙ୍କ ଦଳ ଟିଭିକେ ସରକାର ଗଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ହେଁ ମ୍ୟାଜିକ ନମ୍ବର ଅଦ୍ୟାବଧି ଯୋଗାଡ଼ କରି ପାରି ନାହାନ୍ତି।ଆଜି ହୋଇପାରିବନି TVK ମୁଖ୍ୟ ଥଲାପତି ବିଜୟଙ୍କ ଶପଥ ଗ୍ରହଣ । କାରଣ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ସରକାର ଗଠନ ପାଇଁ TVK ପାଖରେ ଆବଶ୍ୟକ ସଂଖ୍ୟା ଥିବା ବିଶ୍ୱାସକୁ ନେଇନାହାଁନ୍ତି।ଯଦିଓ TVKକୁ କଂଗ୍ରେସ ସମର୍ଥନ […]

ଏଣିକି ସପ୍ତାହେ ଭିତରେ ପ୍ଲାନ୍ ଆପ୍ରୁଭାଲ୍, ଫାଇଲ୍ ଅଟକାଇଲେ ଫାଇନ୍

ଘର କରିବାକୁ ପ୍ଲାନ ଆପ୍ରୁଭାଲ ପାଇଁ ଆଉ ମାସ ମାସ ଧରି ଅଟକିବନି ଫାଇଲ। ସପ୍ତାହେ ଭିତରେ ହେବ କାମ। ପ୍ଲାନ ଆପ୍ରୁଭାଲ ପାଇଁ ସୁଯୋଗ ଆପ୍ ରେ ଆବେଦନ କରି ଦୀର୍ଘ ଦିନ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଏଣିକି ସପ୍ତାହରୁ ଅଧିକ ଦିନ ଅଫିସରଙ୍କ ପାଖରେ ଆଉ ଅଟକିବନି ଫାଇଲ। ଅଫିସର ଯେତିକି ଦିନ ଫାଇଲ ଅଟକାଇବେ ଦିନକୁ ୨୫୦ ଟଙ୍କା ଲେଖାଏଁ ଫାଇନ ଭରିବେ।ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ପରେ […]

ପଶ୍ଚିମବଙ୍ଗରେ ଭୟଙ୍କର ରାଜନୈତିକ ହିଂସା , ଶୁଭେନ୍ଦୁ ଅଧିକାରୀଙ୍କ ପିଏକୁ ଗୁଳି କରି ହତ୍ୟା

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଘଟଣାରେ ସମ୍ପୃକ୍ତ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ହତ୍ୟା ଯୋଜନାବଦ୍ଧ ଥିଲା।ଶୁଭେନ୍ଦୁଙ୍କୁ  ପିଏ ଚନ୍ଦ୍ରନାଥ ରଥ ଏକ ଚଳନ୍ତା କାରରେ ଥିବା ସମୟରେ […]

ଆଜିର ରାଶିଫଳ(୦୭ ମଇ, ୨୦୨୬)

ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]

NDA କୁ ଛାଡି କାହିଁକି କଂଗ୍ରେସ ସହ ମେଣ୍ଟ କଲେ ବିଜୟ ?

ଦେଶରେ ଅନେକ ଏନଡିଏ ସରକାର ଚାଲିଛି । ଅନେକ ରାଜ୍ୟରେ ମଧ୍ୟ ସରକାର ଗଠନ କରିଛି । ତେବେ ତେଲେଙ୍ଗାନାରେ ଏନଡିଏକୁ ନ ବାଛି କଂଗ୍ରେସକୁ କାହିଁକି ବାଛିଲେ ବିଜୟ ? ଏହା ପଛରେ କଣ ରହିଛି କାରଣ ।ଅଭିନେତାରୁ ନେତା ବନିଥିବା ବିଜୟଙ୍କ ଦଳ ‘ତମିଲଗା ଭେଟ୍ରି କାଜଗାମ’ ବା TVK ୧୦୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ମାତ୍ର ସରକାର ଗଠନ ପାଇଁ ଆବଶ୍ୟକ ୧୧୭ ମ୍ୟାଜିକ୍ […]