author

ଆଜିର ରାଶିଫଳ ମାର୍ଚ୍ଚ ମାସ ୧୫ ତାରିଖ ୨୦୨୬

ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]

ଆସନ୍ତା ଅପ୍ରେଲ ପହିଲାରୁ ବଢିବ ଟୋଲ୍ ଦର; ମହଙ୍ଗା ହେବ ଯାତ୍ରା

ଆସନ୍ତା ଅପ୍ରେଲ ପହିଲାରୁ ମହଙ୍ଗା ହୋଇପାରେ ଯାତ୍ରା। ଚଳିତ ବର୍ଷ ଅପ୍ରେଲ ୧ ତାରିଖରୁ ବଢିବାକୁ ଯାଉଛି ଟୋଲ୍ ଦର।ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବାର୍ଷିକ ଟୋଲ୍ ପାସ୍ ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି।୨୦୨୬ ଅପ୍ରେଲ ପହିଲାରୁ ଗାଡି଼ ଚାଳକଙ୍କୁ ଟୋଲ ପାସ୍ ପାଇଁ ୩୦୦୦ ବଦଳରେ ୩୦୭୫ ଟଙ୍କା ଦେବାକୁ ପଡି଼ବ। ବର୍ଦ୍ଧିତ ଟୋଲ ଦର ୨୦୨୬-୨୭ ଆର୍ଥିକ ବର୍ଷର (2026-27 Financial Year) ପ୍ରଥମ ଦିନରୁ (ଅପ୍ରେଲ ୧) କାର୍ଯ୍ୟକାରୀ ହେବାକୁ ଯାଉଛି। […]

ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ-ଯୁଗ୍ମ ସଚିବ ସୁଜାତା ଶର୍ମା

ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଭାରତରେ ଗ୍ୟାସ୍ ଅଭାବ ବ୍ୟାପକ ଚିନ୍ତାର କାରଣ ହୋଇଛି। ତଥାପି ପରିସ୍ଥିତି ଦ୍ରୁତ ଗତିରେ ସୁଧୁରୁଛି। ନିବାର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ୨୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବାଣିଜ୍ୟିକ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ ହୋଇଛି। ଦେଶରେ ଗ୍ୟାସ୍ ଅଭାବ ନାହିଁ ଏବଂ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ରହିଛି। ତଥାପି ଲୋକମାନେ ଏବେ […]

ସରିଲା ନବୀନ ନିବାସରେ ବୈଠକ, ସାମିଲ ହେଲେ ୩୮ ବିଜେଡି ବିଧାୟକ

ଘୋଡା ବେପାର ଆରୋପ କୁ ନେଇ ରାଜ୍ୟ ରାଜନୀତିରେ ଝଡ । କିଏ ବିଧାୟକମାନଙ୍କୁ ନେଇ ହୋଟେଲରେ ରଖିଲେଣି ତ ଆଉ କିଏ ଘନଘନ ବୈଠକ ଡାକି ବିଧାୟକ ମାନଙ୍କୁ ଖାଇବା ପିଇବା ଦେଇ ଆପ୍ୟାୟିତ କରିବାରେ ମାତିଲେଣି । ତେବେ ନବୀନଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଛନ୍ତି ୩୮ ବିଜେଡି ବିଧାୟକ । ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏବଂ ମୋନାହର ରାନ୍ଧରି । ନବୀନ […]

ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୪୨୮୩ଟି ମାମଲାର ଫଏସଲା

ନୟାଗଡ଼,(ଓଡ଼ିଶା ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୧୦ ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୫୭, ୪୦, ୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୦୩ ଦେୱାନି ମାମଲା […]

ରାଷ୍ଟ୍ରୀୟ ଲୋକଅଦାଲତରେ ୪୦,୧୧୨ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୪୭,୮୮,୬୯୭ ଟଙ୍କା ଆଦାୟ ହୋଇଅଛି

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୧୭୮ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୪୫,୪୨,୬୮୧/-(ପଇଞ୍ଚାଲିସ ଲକ୍ଷ ବୟାଳିସ ହଜାର ଛଅ ସହ ଏକାସୀ ଟଙ୍କା) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି […]

ଆସନ୍ତାକାଲି ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ମନ୍ତ୍ରୀ ସୁରେଶ ପୂଜାରୀ

ଆସନ୍ତାକାଲି ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ମନ୍ତ୍ରୀ ସୁରେଶ ପୂଜାରୀ । ସନ୍ଧ୍ୟା ସାଢେ ୮ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ ମନ୍ତ୍ରୀ ସୁରେଶ ପୂଜାରୀ ।ସୂଚନାଯୋଗ୍ୟ ଯେ, ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗତ ୩ ତାରିଖ ସନ୍ଧ୍ୟାରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କୁ ପ୍ରଥମେ […]

ଭୁବନେଶ୍ୱର-କଟକ ମଧ୍ୟରେ ନମୋ ଭାରତ ଟ୍ରେନ୍ ଚଳାଇବାକୁ ଯୋଜନା

ଭୁବନେଶ୍ୱର-କଟକ ମଧ୍ୟରେ ଯାତାୟାତ ଲାଗି କେନ୍ଦ୍ର ସରକାର ନମୋ ଭାରତ ନାମକ ବିକଳ୍ପ ଦ୍ରୁତ ରେଳ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି।ଟ୍ୱିନସିଟିରେ ସାଧାରଣ ପରିବହନ ସେବାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ନମୋ ଭାରତ ରାପିଡେକ୍ସ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।ଭୁବନେଶ୍ୱର କଟକ ମଧ୍ୟରେ ସରକାର ଏକ ନୂତନ ରେଳ ଲାଇନର ମଧ୍ୟ ଯୋଜନା କରୁଛନ୍ତି ଯେଉଁଠାରେ ନମୋ ଭାରତ ଟ୍ରେନ୍ ବାରମ୍ବାର ଚାଲିପାରିବ। […]

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ହଠାତ୍ ଖସିଲା ଅଣ୍ଡା ଦର

ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା କେବେ ଶେଷ ହେବ ତାହାର କୌଣସି ନିଶ୍ଚିତତା ନାହିଁ ।ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଉପସାଗରୀୟ ଦେଶଗୁଡ଼ିକୁ ଭାରତର ଅଣ୍ଡା ରପ୍ତାନିକୁ ବନ୍ଦ କରିଦେଇଛି, ଯାହା ଫଳରେ ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି ।ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର କର୍ଣ୍ଣାଟକରେ ଅଣ୍ଡା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ମାତ୍ର ଗୋଟିଏ […]

ମଡେଲ ଡିଗ୍ରୀ କଲେଜରେ କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ର ପ୍ରାୟୋଜିତ କିଚେନ ଗାର୍ଡେନିଙ୍ଗ ସମ୍ବନ୍ଧିତ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ମଡେଲ ଡିଗ୍ରୀ କଲେଜଠାରେ ଅନୁଷ୍ଠିତ ହୋଇଯାଇଅଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଏହି କର୍ମଶାଳାର ଆୟୋଜକ ରୀତିଶ୍ରୀ ମଲ୍ଲିକ ଶିବିର ପରିଚାଳନା କରିଥିଲେ | ବିଶେଷଜ୍ଞ ଭାବେ ଡକ୍ଟର ସୌଜନେନ୍ଦ୍ର ସ୍ବାଇଁ, ଗୋପାଳ ଚନ୍ଦ୍ର ମହାପାତ୍ର ଓ ସୁଶାନ୍ତ କୁମାର ମିଶ୍ର […]

ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ- ଜୟନାରାୟଣ ମୁହାଁମୁହିଁ

ଦିନକ ପରେ ରାଜ୍ୟସଭା ନିର୍ବାଚନ। ଆରୋପ-ପ୍ରତ୍ୟାରୋପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ସମୟ ଯେତିକି ଗଡ଼ୁଛି ନେତାଙ୍କ ଛାତିକି ସେତିକି ଧଡ଼ଧଡ଼ ହେଉଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳୀୟ ବିଧାୟକ। ପ୍ରଥମେ ଏସଆଇଆର ପ୍ରସଙ୍ଗରେ ଚାଲିଛି ବୈଠକ । ରାଜ୍ୟ ବିଜେପି ପଦାଧିକାରୀ ଓ ବିଧାୟକମାନେ ଉପସ୍ଥିତ ରହିଛନ୍ତି […]

ପୁଣି କମିଲା ସୁନା ଓ ରୁପା ଦାମ୍

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୨୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୭,୮୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୯,୬୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୬,୩୫୦ ଟଙ୍କାକୁ ପହଞ୍ଚିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୯,୬୬୦ ଓ ୧,୪୬,୩୫୦ ଟଙ୍କା ରହିଛି । ଅନ୍ୟପଟେ […]