ମେ ୮ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ

ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ  ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଅନଲାଇନରେ ହେବ ଫର୍ମ ପୂରଣ ।  ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ ଲିଙ୍କ ଉପଲବ୍ଧ ରହିଛି । ଫର୍ମ ପୂରଣ ସହିତ ଫିସ ଦାଖଲ ଅନଲାଇନରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ