ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିତ ପରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୁବ୍ରତ କୁମାର ତ୍ରିପାଠୀ ନାମକ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।ଓଇଆରସି ଅଧ୍ୟକ୍ଷ ଥାଇ କିପରି ସଭାପତି ପଦ ଗ୍ରହଣ କଲେ ସେନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୁବ୍ରତ ତ୍ରିପାଠୀ । ବିଦ୍ୟୁତ ସଂସ୍କାର ଆଇନ୍ ଓ ବିଦ୍ୟୁତ ଆଇନର ଉଲ୍ଲଙ୍ଘନ କରାଯାଇଥିବା ଜନସ୍ବାର୍ଥ ମାମଲାରେ […]
ବିଜେଡି ନେତା ପ୍ରୀତିରଞ୍ଜନ ଘଡେ଼ଇଙ୍କ ଘରେ ଚଢ଼ଉ କରାଯାଇଛି । ନୂଆପଡ଼ା ଖରିଆର ରୋଡ଼ରେ ପ୍ରୀତିରଞ୍ଜନ ଘଡେ଼ଇ ରହୁଥିବା ଘରେ ପୁଲିସ ଚଢ଼ଉ କରିଛି । ପ୍ରୀତିରଞ୍ଜନ ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର ଦାୟିତ୍ୱରେ ଅଛନ୍ତି । ତେବେ ଏହାକୁ ବିରୋଧ କରି ବିଜେଡି ନେତା ଓ କର୍ମୀ ହାଲ୍ଲାବୋଲ କରିଛନ୍ତି । ଚଢ଼ଉ କରିବାକୁ ଆସିଥିବା ପୁଲିସ ଓ ଅଧିକାରୀଙ୍କୁ ସେମାନେ ବିରୋଧ କରିଥିଲେ ।ପୁଲିସ ପ୍ରଶାସନର ଗାଡ଼ିକୁ ମଧ୍ୟ ଅଟକାଇଥିଲେ । କୁହାଯାଉଛି ଯେ […]
ସରିବାକୁ ଯାଉଛି ଡେଡ୍ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି। ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଅକଳରେ ପକାଇଛି । ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ […]
ଆନ୍ଧ୍ର ପ୍ରଦେଶ କୁର୍ନୁଲ ବସ ଟ୍ରାଜେଡି ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ହେଲା SOP । ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବସରେ ଫାୟାର ଡିଟକ୍ସନ ଓ ସପ୍ରେସନ ସିଷ୍ଟମ ରଖିବା ବାଧ୍ୟତାମୂଳକ ଅଟେ । ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର, କାଚ ଭାଙ୍ଗିବାକୁ ହାତୁଡି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ […]
ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ । ସଠିକ ସମୟରେ ଅଫିସ ଆସୁଛନ୍ତି କି ନାହିଁ ତାହା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆଜି ୧୦ଟା ୧୫ ମିନିଟ ସମୟରେ ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ରାଜ୍ୟ ହାଇଡ୍ରୋ […]
ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼ । ହାତ ଗୋଡ଼ ବାନ୍ଧି ମାରିଲେ ନିର୍ଘାତ ମାଡ଼ । ହାତ ଯୋଡି ନେହୁରା ସତ୍ବେ ଛାଡ଼ିଲେନି ଦୁର୍ବୃତ୍ତ । ବିଧା ଗୋଇଠା ସହ ନିର୍ଘାତ ମାଡ ମାରି କରିଲେ ଲହୁ ଲୁହାଣ । ପର୍ଯଟନ ସ୍ଥଳୀରୁ ଭିଡିଓ ଭାଇରାଲ ପରେ ଆକ୍ସନ ମୋଡ଼ରେ ପୋଲିସ । ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । ଏଥିରେ ସମ୍ପୃକ୍ତି ଥିବା […]
ପଞ୍ଚୁକର ପ୍ରଥମ ତିନିଦିନ କେବଳ ବାହାର କାଠରୁ ଶ୍ରୀଜୀଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ଭିତର କାଠ ଦର୍ଶନ ସୁଯୋଗ ମିଳିବ । ଭିଡ଼ ଭିତରେ ନିଖୋଜ ଭକ୍ତମାନଙ୍କୁ ଖୋଜି ପାଇବା ଲାଗି ତିନିଦ୍ୱାରରେ ବ୍ୟବସ୍ଥା କରାଯିବ । ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ମୁଠାଏ ମୁଠାଏ ମହାପ୍ରସାଦ ବଣ୍ଟନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ […]
ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ଆଜି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ବି.ଆର୍. ଗୱାଇଙ୍କ ସ୍ଥାନରେ ୨୪ ନଭେମ୍ବର ୨୦୨୫ରୁ ଦାୟିତ୍ୱ ଗ୍ରହଣ କରିବେ।ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନିଯୁକ୍ତି ସିଜେଆଇ ଗୱାଇଙ୍କ ସୁପାରିସ ଅନୁଯାୟୀ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଏକ୍ସ’ରେ ଘୋଷଣା କରି କହିଛନ୍ତି, ‘ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ୨୪ […]
ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କରି ମାମଲା ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ପଛରେ ବଡ଼ ନେଟୱର୍କ ରହିଛି। ଯେହେତୁ ସିବିଆଇ ମାମଲାର ତଦନ୍ତ କରିବ, ସେମାନେ ଯେତେବେଳେ ଆସିବେ ଆମେ ତାଙ୍କୁ ଅପଟୁଡେଟ କେସ ରେକର୍ଡ ହସ୍ତାନ୍ତର କରିବୁ।ଏହି ଘଟଣାରେ ଏଯାବତ ମାଷ୍ଟର ମାଇଣ୍ଡକୁ ଧରିପାରିନି ପୁଲିସ । ଅନ୍ୟପଟେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିସାରିଛି ।ଏହାପଛରେ ବଡ଼ ଧରଣର ଆନ୍ତଃରାଜ୍ୟ […]
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ମାମଲା ଲଢିବା ପାଇଁ ଦୁଇ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍ପି ଚିଠି ଲେଖିଛନ୍ତି । ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍ ପରିଚାଳନା ପାଇଁ ହାଇ କୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାଦା ରହିଥିବା ଆଇନଜୀବୀ କାଳୀ ଚରଣ ମିଶ୍ରଙ୍କୁ ସ୍ୱତନ୍ତ୍ର ପିପି ରୂପେ ଏବଂ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀଙ୍କୁ ସ୍ୱତନ୍ତ୍ର ଅତିରିକ୍ତ ପିପି ରୂପେ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର […]
ଭାରତର ଲୌହପୁରୁଷ ସର୍ଦ୍ଦାର ବଳ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ରାଷ୍ଟ୍ରୀୟ ଏକତା ଦିବସ ପ୍ରତିବର୍ଷ ଅକ୍ଟୋବର ୩୧ରେ ପାଳନ କରାଯାଉଛି । ରାଷ୍ଟ୍ରୀୟ ଏକତା ଦିବସ ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ । ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ […]
ଆଜି ପବିତ୍ର ଅଳାଁ ନବମୀ । ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ଲାଗିଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଅତିରିକ୍ତ ଏସ୍ପି, ୧୧ ଡିଏସ୍ପି, ୨୧ ଇନ୍ସପେକ୍ଟର, ୭୧ ଏସ୍ଆଇ ଏବଂ ଏଏସ୍ଆଇ, ୯୨ ହାବିଲଦାର ଓ କନଷ୍ଟେବଲ, ୧୦ ଟ୍ରାଫିକ କନଷ୍ଟେବଲ୍, ୨୫୦ ଜଣ […]
