author

ନୟାଗଡ଼ରେ ଶିକ୍ଷକ ସହୀଦ ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):୦୯ ମାର୍ଚ୍ଚ,୧୯୭୮ ଶିକ୍ଷକ ମହାସଂଘର ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ଯୋଗଦେବାକୁ ଯାଉଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ଟିକାତାଳ ଠାରେ ଘଟିଥିବା ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ନୟାଗଡ଼ ଜିଲ୍ଲାର ଛ’ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହୀଦ ହୋଇଥିଲେ ! ସେହି ଦିବସକୁ ଶିକ୍ଷକ ସହୀଦ ଦିବସ ଭାବରେ ନୟାଗଡ଼ କଲେଜ କାହ୍ନୁ ଚରଣ ପଟ୍ଟନାୟକ ସ୍ମୃତି ପୀଠ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି ‌। […]

ଏପ୍ରିଲ୍‌ ୨ରୁ ଯୁକ୍ତ୨ ଖାତାଦେଖା ଆରମ୍ଭ

ଏପ୍ରିଲ୍‌ ୨ରୁ ଯୁକ୍ତ୨ ଖାତାଦେଖା। ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍‌ ୨ରୁ ୧୩ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ୨୬ ତାରିଖ ଯାଏଁ ଖାତାଦେଖା ଚାଲିବ।ଦୁଇଟି ପର୍ଯ୍ୟାୟ‌ରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ଇ-ମୂଲ୍ୟାୟନ ହେବାକୁ ଥିବା କେନ୍ଦ୍ରଗୁଡ଼ିକରେ କମ୍ପ୍ୟୁଟର ଯେପରି ହ୍ୟାଙ୍ଗ ନହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର କର୍ମଚାରୀଙ୍କୁ […]

ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି

ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ମାର୍ଚ୍ଚ ୯ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ, […]

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ନୀତି ଶେଷ ପରେ ପୂର୍ବ ଭଳି ନୀତିକାନ୍ତି ଆଗକୁ […]

ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ

ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସରଗରମ ରହିବ । ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡିରୁ ଧାନ ଉଠିନପାରିବା ଓ ବେକାରୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ସାଜିବ । ଏନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ସରିଥିବା ଉଭୟ ଦଳର ବିଧାୟକମାନେ କହିଛନ୍ତି । ବିଜେଡି ମହିଳା, ଚାଷୀ, ଆଇନଶୃଙ୍ଖଳା ପରିସ୍ଥିତି […]

ରବୀନ୍ଦ୍ର ରାଉତ ପାଇବେ ଇନ୍ଦୋର “ଓଡ଼ିଆ ଗୌରବ ୨୦୨୬” ସମ୍ମାନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଶାର ସର୍ବ ଜନାଦୃତ ସର୍ବ ପ୍ରଥମ ରାଜନୈତିକ ହାସ୍ୟ ବ୍ୟଙ୍ଗ କାର୍ଯ୍ୟକ୍ରମ ଦି ଗ୍ରେଟ ଓଡ଼ିଶା ପଲି୍ଟିକାଲ ସର୍କସର  ଅଭିନେତା ତଥା ବ୍ୟଙ୍ଗ କବି ରବୀନ୍ଦ୍ର ରାଉତଙ୍କୁ  ମଧ୍ୟପ୍ରଦେଶ ଇନ୍ଦୋର ଠାରେ “ଇନ୍ଦୋର ପ୍ରବାସୀ ଓଡ଼ିଆ ସମାଜ ” ଦ୍ୱାରା ଉତ୍କଳ ଦିବସ ଅବସରରେ “ଓଡ଼ିଆ ଗୌରବ ୨୦୨୬”  ସମ୍ମାନ ଏପ୍ରିଲ ୫ ତାରିଖରେ ସମ୍ମାନୀତ କରିବା ପାଇଁ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି। ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ଏହା ପୂର୍ବରୁ ରାଜ୍ୟ ବାହାରେ ମୁମ୍ବାଇ ଓ […]

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା

ରାୟଗଡ଼ ତା ୦୮/୦୩/୨୦୨୬ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ତୃତୀୟ ଦିନରେ ଆଜି “ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି” ଶୀର୍ଷକ ସମ୍ବଳିତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଇ ପଦଯାତ୍ରା ସ୍ଥାନୀୟ ଜିଲ୍ଲାସଂସ୍କୃତି ଭବନ ଛକରୁ ବାହାରି ସହରବାସୀଙ୍କୁ ମହିଳାଙ୍କ ଆତ୍ମସୁରକ୍ଷା, ଆତ୍ମସମ୍ମାନ ଓ ଆତ୍ମସ୍ୱାଭିମାନ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲା । ଏହି ପଦୟlତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l. ଏଥିରେ ପିଏ […]

ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ବନ୍ଧୁମିଳନ ଏବଂ ସମ୍ବର୍ଦ୍ଧନା ସମାରୋହ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼  ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଭୁକ୍ତ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ବନ୍ଧୁମିଳନ ଏବଂ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ ସଭା ଗୃହରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ପୀତବାସ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବନ୍ଧୁମିଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଲାଠିପଡ଼ା […]

ଆଜିର ରାଶିଫଳ(୮ ମାର୍ଚ୍ଚ, ୨୦୨୬)

ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]

ଆତ୍ମସମର୍ପଣ କଲେ ୧୩୦ ଜଣ ନକ୍ସଲ

ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣ କରିବାର ଶେଷ ସୁଯୋଗ ମାର୍ଚ୍ଚ ୩୧ ତାରିଖ। ନକ୍ସଲ ଯଦି ଜଂଗଲରୁ ବାହାରି ପୁଲିସ ନିକଟରେ ଆତ୍ମସମର୍ପଣ ନକରନ୍ତି, ତେବେ ସ୍ଥିତ ଭୟଙ୍କର ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମତ ଶାହ ପୂର୍ବରୁ ସଫା ସଫା କହିଛନ୍ତି।ସରକାରଙ୍କ ଟାର୍ଗେଟ ଯେତେ ପାଖେଇ ଆସୁଛି, ନକ୍ସଲ ସେତେ ଜଂଗଲରୁ ବାହାରି ସଂଗଠନକୁ ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମ୍ମୁଖରେ ୧୩୦ ଜଣ ନକ୍ସଲ […]

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା

ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ ।  ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା।ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ ଆାଇନ ଅନୁଯାୟୀ ଗମ୍ଭୀର ଅପରାଧ ବା ଯୌନ ନିର୍ଯାତନା ଅଟେ ।  ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ସିଧାସଳଖ  ଶରୀର ସ୍ପର୍ଶ ହୋଇ ନଥିଲେ ମଧ୍ୟ ଏହା ଅପରାଧ ଶ୍ରେଣୀଭୁକ୍ତ ହେବ।ବମ୍ବେ ହାଇକୋର୍ଟଙ୍କ ଏକ ପୁରୁଣା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପୂର୍ବରୁ ବଦଳାଇ ସାରିଛନ୍ତି ।  ଏହି ପୁରୁଣା ଧାରଣା […]

ରାୟଗଡା -ବେକ କାଟି ନବାଳକଙ୍କୁ ହତ୍ୟା

Dtd -7/3/26-ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣାରେ ପଞ୍ଚ ବର୍ଷର ନାବଳକଙ୍କୁ ଗଳା କାଟି ହତ୍ୟା। ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ। ଏଭଳି ଘଟଣା ଘଟିଛି ଚାଟିକଣା ଷ୍ଟେସନ ସାହିରେ। ହାତ୍ୟର ଶିକାର ହୋଇଥିବା ନାବାଳକ ଜଣକ ପୁରୁଷୋତ୍ତମ ଗାନ୍ତାୟତଙ୍କ ବଡ଼ ପୁଅ ଋଷି ଗାନ୍ତାୟତ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଋଷିର ମାମୁଁଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସଜ ଆସିଥିଲା। ସେହି ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା […]