author

ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ, ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କରିବେ ଦାବି

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୮ ନିଲମ୍ବିତ ବିଜେଡି ବିଧାୟକଙ୍କ ହେବ କି ସଭ୍ୟପଦ ରଦ୍ଦ ? ଏମିତି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ ।ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲେ।ସେହିପରି ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତିର ଅବମାନନା ଏବଂ କ୍ରସ୍‌ଭୋଟିଂ କରିବା […]

29ରେ ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର

ଆସନ୍ତା ଏପ୍ରିଲ 29 ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଯେପରି ମତଦାନରେ ବାଧା ନ ଉପୁଜେ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ(EC) । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି  ପ୍ରଚାରର ଶେଷ ଦିନ ।ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି।ଗତ ଏପ୍ରିଲ 23ରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ରାଜ୍ୟରେ ଆଇନ […]

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସବୁ ସ୍କୁଲ୍ ଓ କଲେଜ ଛୁଟି 

ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଏପ୍ରିଲ ୨୭ରୁ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟର ସମସ୍ତ ଅଙ୍ଗନବାଡି ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ କଲେଜ ବନ୍ଦ ରହିବ ।ଏହି ସମୟରେ କୌଣସି ଶିକ୍ଷାନୁଷ୍ଠାନ […]

ରାସ୍ତା ଅତିକ୍ରମ କରୁଥିବା ବେଳେ କେନାଲକୁ ଖସିପଡ଼ିଲା ହାତୀ

କେନ୍ଦୁଝର ଚମ୍ପୁଆ ରେଞ୍ଜ ମଙ୍ଗଳପୁର ଗାଁରେ ହାତୀଟି ରାସ୍ତା ଅତିକ୍ରମ କରୁଥିବା ବେଳେ କାନପୁର କେନାଲରେ ଖସି ପଡ଼ିଥିଲା। କିଛି ସମୟର ସଂଘର୍ଷ ପରେ ହାତୀ ନିଜେ ଉଠି ପୁଣି ହାତୀପଲ ସହ ଚାଲିଯାଇଥିବା ଜଣାପଡ଼ିଛି। ବଡ଼ବିଲ ରେଞ୍ଜର ମୁର୍ଗା ଜଙ୍ଗଲରେ ଥିବା ୨୬ ଟିକିଆ ହାତୀପଲ ମଧ୍ୟରୁ ୧୦ ଟି ହାତୀ ଝାଡ଼ଖଣ୍ଡକୁ ଚାଲିଯାଇଥିବା ବେଳେ ୧୬ ଟି ହାତୀ ଚମ୍ପୁଆ ରେଞ୍ଜକୁ ପଶି ଆସିଥିଲେ। ଏହି ୧୬ଟିକିଆ ହାତୀପଲ ମିରିଗିସିଙ୍ଗା ଜଙ୍ଗଲରେ ରହି ସନ୍ଧ୍ୟାରେ […]

ରାଜ୍ୟସଭା ସଚିବାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ବିଜେପି ତାଲିକାରେ ଆପ୍‌ର ୭ ସାଂସଦ

ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିଛି। ରାଜ୍ୟସଭା ତାଙ୍କୁ ବିଜେପିରେ ଯୋଗଦେବା ପାଇଁ ଅନୁମତି ପ୍ରଦାନ କରିଛି। ରାଜ୍ୟ ସଭା ସଚିବାଳୟ ମଧ୍ୟ ଏହି ମର୍ମରେ ଏକ ବିଜ୍ଞପ୍ତି ଜାରି କରିଛି। ରାଜ୍ୟ ସଭା ସଚିବାଳୟ ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗଦେବା ପାଇଁ ସମସ୍ତ ଏମପିଙ୍କ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ସେମାନଙ୍କୁ ଭାଜପାର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି, ଯାହା […]

ରାଜଧାନୀରେ ଦେହ ବେପାର ପାଇଁ ଡ଼ିଲ ! ୨ ନେପାଳୀ ଯୁବତୀ ଉଦ୍ଧାର

ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ ବିଦେଶୀ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ନେପାଳରେ ।ସେମାନଙ୍କୁ ଦେହ ବେପାର ପାଇଁ ନେପାଳରୁ ଭୁବନେଶ୍ୱର ଚାଲାଣ କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।ଭିଟାମାଟି ଛାଡ଼ି ଚାକିରି ଆଶାରେ ଭାରତ ପଳାଇ ଆସିଥିଲେ। କିନ୍ତୁ ସେଠାରେ ଚାକିରି ବଦଳରେ ଦେହ ବ୍ୟବସାୟ ପାଇଁ ଦଲାଲ ବାଧ୍ୟ କରୁଥିଲା । ନେପାଳ ସୀମା ପାର୍ କରି ୨ ଯୁବତୀଙ୍କୁ ପଶ୍ଚିମବଙ୍ଗ କୋଲକାତାକୁ ଅଣାଯାଇଥିଲା। ପରେ ଦିଲ୍ଲୀକୁ ନିଆଯାଇଥିଲା । ସେଠାରୁ ସେମାନେ ଟ୍ରେନ୍ ଯୋଗେ […]

ରାଜ୍ୟ ସରକାରଙ୍କୁ ଓମ୍‌ସାର ଚେତାବନୀ, ମାସେ ଭିତରେ ଦାବି ପୂରଣ କର  ନହେଲେ ସାମୂହିକ ଇସ୍ତଫା ଦେବୁ

ମାସେ ଭିତରେ ଦାବି ପୂରଣ କର, ନହେଲେ ସାମୂହିକ ଇସ୍ତଫା ଦେବାକୁ ଓମ୍‌ସା ସଂଘର ଚେତାବନୀ।ଓମସା ପକ୍ଷରୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ସହିତ କ୍ୟାଡର ପୁର୍ନଗଠନ, ସ୍ବଚ୍ଛ ବଦଳି ନୀତି ଭଳି ବିଭିନ୍ନ ଦଫା ଦାବି ନେଇ ପୂର୍ବରୂ ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲା। ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ୪ ମାସ ଭିତ‌ରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ। […]

ବାଘୁଣୀ ‘ଜିନ୍ନତ’ ପ୍ରେମ, ଶିମିଳିପାଳରେ ବୁଲୁଛି ମହାରାଷ୍ଟ୍ରର ମହାବଳ

ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ ।ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି । ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି । ଖୋଜୁଛି ନିଜ ପ୍ରେମିକା ବାଘୁଣୀ […]

ବଦଳିଯିବ ପାଗ , ଆଜି ବର୍ଷିବ !

ରାଜ୍ୟରେ ଆଜିଠୁ ପାଗରେ ବଡ ପରିବର୍ତ୍ତନ ହୋଇପାରେ। ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତର ଭୟ ଅଧିକ ରହିଛି । ଗତ କିଛି ଦିନ ଧରି ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ, ବର୍ଷା ଯୋଗୁଁ […]

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଭିଯୋଗ ଶୁଣାଣି ସ୍ଥଗିତ ରଖିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।ଜନ ଶୁଣାଣି ପୋର୍ଟାଲରେ ଅନଲାଇନରେ ପଞ୍ଜୀକରଣ କରିଥିବା ଏବଂ ଆସନ୍ତାକାଲି ହେବାକୁ ଥିବା ଅଭିଯୋଗ ଶୁଣାଣି ପାଇଁ ସେମାନଙ୍କର ସ୍ଥାନ ପାଇଥିବା ନାଗରିକମାନଙ୍କୁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବିଭାଗ ସ୍ପଷ୍ଟ କରିଛି ଯେ ପୁନଃନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ନୂତନ ତାରିଖ ସମ୍ବାଦପତ୍ର, […]

ଆଜିର ରାଶିଫଳ(୨୭ ଏପ୍ରିଲ, ୨୦୨୬)

ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]

ପ୍ରେସ ୟୁନିଅନ ପ୍ରତିଷ୍ଠା ଦିବସ ପାଳିତଯୁଗଧର୍ମ ସହ ସମନ୍ୱୟ ଜରୁରୀ – ଭଟ୍ଟମିଶ୍ର

ରାୟଗଡ (ନିପ୍ର) ୨୬/୦୪ – ରାୟଗଡ ଜିଲ୍ଲା ପ୍ରେସ ୟୁନିଅନ ତାହାର ଦଶମ ପ୍ରତିଷ୍ଠା ଦିବସ ପାଳନ କରିଛି । ସ୍ଥାନୀୟ ବିଜୁ ପଟନାୟକ ଅଡ଼ିଟରିଅମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅର୍ଗସ ଟିଭି ଚ୍ୟାନଲର ମୁଖ୍ୟ ସଂପାଦକ ଶିଶିର କୁମାର ଭଟମିଶ୍ର ଯୋଗଦାନ କରିଥିଲେ । ବର୍ତମାନ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ବିପଦ ସାଜିଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ମୂଲ୍ୟହୀନ ଖବର ପ୍ରସାର […]