ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ । ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ। ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ଏ ନେଇ ବାହାନ ପୋର୍ଟାଲ ସଂଶୋଧନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସଂଶୋଧନ କରି ସତ୍ୟପାଠ ଦାଖଲ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି । PUCC ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ । ପ୍ରତ୍ୟାହୃତ ହୋଇଥିବା […]
ବୁଧବାର ପବିତ୍ର ମାଘ ଶୁକ୍ଲ ଦଶମୀ ତିଥି। ମାଘ ଶୁକ୍ଲ ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।
ରାୟଗଡ଼ା ତା ୨୬/୦୧ (ନିପ୍ର) ମାଓପ୍ରବଣ ରାୟଗଡ଼ା ଜିଲାରେ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ କଡା ସୁରକ୍ଷା ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ସ୍ଥାନୀୟ ଜି.ସି.ଡି ଉଚ୍ଚବିଦ୍ୟାଳୟ ଖେଳ ପଡିଆ ରେ ପତାକା ଉତ୍ତୋଳନ କରିବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ ଅଭିବାଦନ ଗ୍ରହଣ କରିଥିଲେ । ସ୍ବାଧୀନତା ସଂଗ୍ରାମରେ ସମାଜ ପାଇଁ ନିଜକୁ ବଳିଦାନ ଦେଇଥିବା ବୀର ପୁରୁଷଙ୍କ ଅବଦାନ ଅତୁଳନୀୟ ବୋଲି ମନ୍ତ୍ରୀ ଗଣ୍ଡ ଅବିଭାଷଣରେ କହିଥିଲେ।ଆଇନ୍ ଶୃଙ୍ଖଳା […]
ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟରେ ବୃଦ୍ଧି । ସ୍କୁଲର ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢି ୧୭୫ ଟଙ୍କା ହେଲା । ଛାତ୍ରୀଙ୍କ ପୋଷାକ ମୂଲ୍ୟ ୧୫୦ରୁ ବଢି ୨୫୦ ଟଙ୍କା ହେଲା । ଜୋତା ଖର୍ଚ୍ଚ ୧୦୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି ।
ପୁରୀରେ ପୋଲିସର ବଡ଼ ଧରଣର ଚଢାଉ । ବେଳାଭୂମିର ସମସ୍ତ ଟୁର ଓ ଟ୍ରାଭେଲ କାର୍ଯ୍ୟାଳୟ ଚଢ଼ାଉ କରିଛି ପୋଲିସ । ପୁରୀର ବିଭିନ୍ନ ସ୍ଥାନରେ ଏକାସାଙ୍ଗେ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ଖବର ଅନୁଯାୟୀ, ବେଆଇନ୍ ଟୁର ଆଣ୍ଡ ଟ୍ରାଭେଲ୍ସ ପରିଚାଳନା କରୁଥିବାର ଅଭିଯୋଗ ଆସିଥିଲା । ଏପିରିକି ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ କ୍ଷେତ୍ରରେ ହଇରାଣ ଓ ଠକେଇ କରୁଥିବାର ଅଭିଯୋଗ ଆସିଥିଲା । ଏହାପରେ ତୁରନ୍ତ ଆକ୍ସନକୁ ଆସିଥିଲା ପୁରୀ ପୋଲିସ […]
ଆସନ୍ତାକାଲି ଓଡିଶା ବନ୍ଦ ଡାକରା । ନବନିର୍ମାଣ କୃଷକ ସଂଘଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତେବେ ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି।ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକୀୟ ଜିନିଷ ଓ ସୁବିଧାଗୁଡ଼ିକୁ କାର୍ଯ୍ୟକ୍ଷମ ରହିବ। ଯେପରିକି ମେଡିକାଲ ଦୋକାନ, ବିମାନବନ୍ଦର, ହସ୍ପିଟାଲ, ଡିପାର୍ଟମେଣ୍ଟାଲ ଷ୍ଟୋର ଓ […]
ପାକିସ୍ତାନକୁ ଆଇସିସିର କଡା ଚେତାବନୀ । ପାକିସ୍ତାନ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ଯେ ସେମାନେ ୨୦୨୬ ଟି – ୨୦ ବିଶ୍ୱକପରେ ଯୋଗଦେବେ କି ନାହିଁ । ଏହି ସମୟରେ, ଆଇସିସି ଏବେ ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ରିପୋର୍ଟରେ ଅନୁଯାୟୀ ଆଇସିସି ଚେତାବନୀ ଦେଇଛି ଯେ ଯଦି ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଂଶଗ୍ରହଣ ଚୁକ୍ତିନାମା ଉଲ୍ଲଂଘନ କରେ, ତେବେ କଠୋର ଦଣ୍ଡର ସମ୍ମୁଖୀନ ହୋଇପାରେ। ଏହାକୁ ବିଶ୍ୱ ଏବଂ […]
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କାଲି ଐତିହାସିକ ଚୁକ୍ତି ହୋଇଥିବା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।ମଦର୍ ଅଫ୍ ଅଲ୍ ଡିଲ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ ।ଏହି ଚୁକ୍ତି ବିଶ୍ବ ଜିଡିପିର ୨୫ ପ୍ରତିଶତ ଓ ବିଶ୍ବ ବାଣିଜ୍ୟର ଏକ […]
ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ସ୍ବାମୀର ଜୀବନ ହାରିବାକୁ ଉଦ୍ୟମ । ତେବେ ଏହି ଘଟଣାରେ ଉଭୟେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ପ୍ରତାପ ମଳିକ ପାରିବାରିକ କଳହରୁ ସ୍ତ୍ରୀକୁ କଟୁରୀରେ ହାଣି ନିଜେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ ପ୍ରତାପ । ଗୁରୁତର ଭାରତୀଙ୍କୁ ପଡୋଶୀ ମାନେ ଉଦ୍ଧାର କରି ପ୍ରଥମେ […]
ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର। କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ଏବେ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। କିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’। ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ସୋମବାର ବସିଥିବା ବୈଠକରେ ହୋଇଛି ନିଷ୍ପତି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରୀୟା ସମ୍ପୂର୍ଣ୍ଣ […]
ଆଜି ଅର୍ଥାତ୍ ୨୭ ଜାନୁଆରୀ ୨୦୨୬, ମଙ୍ଗଳବାର ଦିନ ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ୫-ଡେ ବ୍ୟାଙ୍କିଙ୍ଗ୍ ଏବଂ ପେନସନ୍ ସଂସ୍କାର ଭଳି ବିଭିନ୍ନ ଦାବିକୁ ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ କାମ ବାଧାପ୍ରାପ୍ତ ହୋଇପାରେ। ଆଜି ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ ଗ୍ରାହକ । ରବିବାର ଛୁଟି ପରେ ସୋମବାର ସାଧାରଣତନ୍ତ୍ର […]
ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ । କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ନର୍ସଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।ନିପା ଭାଇରସ୍ ଏକ ବିପଜ୍ଜନକ ଭାଇରସ୍ ଯାହା ପଶୁଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ଏଥିରେ ମୃତ୍ୟୁ ହେବାର ଆଶଙ୍କା ୪୦% ରୁ ୭୫% ପର୍ଯ୍ୟନ୍ତ ରହିଥାଏ ।ଏହାର […]
