ମେଷଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ। ମିଥୁନଆଜି ଆକସ୍ମିକ ଭାବରେ […]
କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ହଦଗଡ଼ ପଞ୍ଚାୟତ ହରଡବାଡ଼ି ଗ୍ରାମରେ ପରକୀୟା ପ୍ରୀତିରୁ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀ ଉଭୟେ ହାରିଲେ ଜୀବନ। ଗ୍ରାମର ବାଗରାଇ ହାଂସଦା ପୂର୍ବରୁ ବିବାହିତ ଥିବା ବେଳେ ଗତ ୧୫ଦିନ ତଳେ ମନୋହରପୁର ଗ୍ରାମର ରାଇମଣି ସୋରେନ ନାମକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବାପ ଘରେ ଥିବା ପ୍ରଥମ ପତ୍ନୀ ଘରକୁ ଫେରିବା ପରେ ଉଭୟଙ୍କ ଭିତରେ ମନୋ ମାଳିନ୍ୟ ହୋଇଥିଲା । ଏହାକୁ ନେଇ […]
ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ ବାପା ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲା ବାଂଶଡା ଥାନା ଚଡଦିଆରୁ। ସୂଚନାମୁତାବକ ଚଡଦିଆ ଗାଁର ଲମ୍ବଧର ତରାଇଙ୍କ ଝିଅ ଚୋରା ମଦ ବିକ୍ରି କରୁଥିବା ମହିଳାମାନେ ଖବର ପାଇଥିଲେ । ପ୍ରଥମେ ମହିଳା ମାନେ ଚୋରା ମଦ ବିକ୍ରି କରୁଥିବା ଦୋକାନକୁ ବାଡ଼େଇ ଭାଙ୍ଗିଥିଲେ […]
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥ ଫି ନିୟମ, ୨୦୦୮ରେ ସଂଶୋଧନ କରିଛି। ଏହା ଅଧୀନରେ, ଯଦି ଏକ ଦୁଇ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ (ପକ୍କା ପାର୍ଶ୍ୱ ରାସ୍ତା ସମେତ) ଚାରି ଲେନ୍ କିମ୍ବା ତା’ଠାରୁ ଅଧିକକୁ ପ୍ରଶସ୍ତ କରାଯାଉଛି, ତେବେ ଗାଡ଼ି ଚାଳକଙ୍କଠାରୁ ସମ୍ପୂର୍ଣ୍ଣ ଟୋଲ୍ ଟିକସ ନିଆଯିବ ନାହିଁ । ନିର୍ମାଣ ଆରମ୍ଭରୁ ପ୍ରକଳ୍ପ ସରିବା ପର୍ଯ୍ୟନ୍ତ, ଯାତ୍ରୀମାନଙ୍କୁ ନିର୍ଦ୍ଧାରିତ ଟୋଲର କେବଳ ୩୦ ପ୍ରତିଶତ ଦେବାକୁ ପଡିବ, ଯାହା […]
ଛତିଶଗଡ଼ର ବିଜାପୁରର କାରେଗୁଟ୍ଟା ପାହାଡ଼ ଅଞ୍ଚଳରେ ନକ୍ସଲମାନେ ଏକାଧିକ ଆଇଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣ ଯୋଗୁଁ ଅତି କମରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ କରାଯାଇଛି । ଆହତ କର୍ମଚାରୀଙ୍କ ମଧ୍ୟରୁ ୧୦ ଜଣ ଛତିଶଗଡ଼ ପୁଲିସ ୟୁନିଟର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡଥିଲେ। ସେଭଳି ଜଣେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସର କମାଣ୍ଡ ବାଟାଲିଅନ୍ ଫର ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ ବା […]
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ କଲା ପୋଲିସ । ୧୦ ବର୍ଷ ଧରି ଜଣେ ଘରୋଇ ସହାୟିକାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି ।୪୧ ବର୍ଷୀୟ ମହିଳା ଜଣକଙ୍କ ମାଲାଓ୍ବାନୀ ପୋଲିସ ଷ୍ଟେସେନରେ ଅଭିଯୋଗ କରିବା ପରେ ନଦୀମ ଗିରଫ ହୋଇଛନ୍ତି ।ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁସାରେ, ୧୦ […]
ରାଜ୍ୟର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ଅଞ୍ଚଳରେ ଥଣ୍ଡାର ପ୍ରକୋପ ବହୁ ମାତ୍ରାରେ ଜାରି ରହିଛି । ହେଲେ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ବଢ଼ିଛି । ଆସନ୍ତାକାଲି ସକାଳୁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ।ସୋମବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ, […]
ବାଲିଘର ହାତୀ ମୃତ୍ୟୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ସୁରକ୍ଷା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ କହିଛନ୍ତି, ଘଟଣାକୁ ନେଇ ତତ୍ପର ରହିଛି ବନ ବିଭାଗ। ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ। କାହାରିକୁ ଛଡା ଯିବନି ବୋଲି କହିଥିଲେ।ସୂଚନାଯୋଗ୍ୟ ଗତକାଲି ଏହି ଘଟଣାରେ […]
ପୁରୀ ସର୍ବୋଦୟ ନଗରର ମୃତ୍ୟୁଞ୍ଜୟ ତ୍ରିପାଠୀ ଏଭଳି ସାଇବର ଠକାମୀର ଶିକାର ହୋଇଛନ୍ତି । ତାଙ୍କ ମୋବାଇଲକୁ ହ୍ବାଟ୍ସଆପ୍ ଯୋଗେ ଏକ ମେସେଜ ଆସିଥିଲା । ମେସେଜ ଯୋଗେ ଆସିଥିବା ଆପ୍ ଖୋଲିବାରୁ ତାଙ୍କ ଫୋନ୍ ଓ ବ୍ୟାଙ୍କର ସମସ୍ତ ବିବରଣୀ ସାଇବର ଠକ ପାଖକୁ ପଳାଇଥିଲା । ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧,୬୨,୦୦୦ ଟଙ୍କା ଗାଏବ ହୋଇଯାଇଥିଲା । ଏନେଇ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ହେଲ୍ପ ଲାଇନ […]
ଦେବଗଡ଼ର ବାରକୋଟ ଥାନା ଅଂଚଳରେ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗତକାଲି ରାତିରେ ଜଣେ ନାବାଳିକା ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି । ଉଦିତ ପାତ୍ର ନାମକ ଯୁବକ ଶିଶୁଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଚିତ୍କାର କରିବାରୁ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ମାଡରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଘଟଣାସ୍ଥଳରୁ ଉଦ୍ଧାର କରି ଅଭିଯୁକ୍ତକୁ ଦେବଗଡ ଡାକ୍ତରଖାନାରେ ଭର୍ତ୍ତି […]
ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍ର ଆୟୋଜନ କରାଯାଇଛି। ଏଥିରେ ଭାଗ ନେଇଛନ୍ତି ୟୁରୋପୀୟ ୟୁନିଅନ କଣ୍ଟିଜେଣ୍ଟ। ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରିଛନ୍ତି ଭାରତୀୟ ସେନା। ତେବେ କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଥିମ ଥିଲା ସଏଲ ଟୁ ସିଲିକନ, ରୁଟେଡ୍ ଇନ୍ ଟ୍ରାଡିସନ। ଆତ୍ମନିର୍ଭର ଭାରତରେ ଓଡ଼ିଶାର ଯୋଗଦାନକୁ ପ୍ରଦର୍ଶିତ କରାଯାଇଥିଲା । ଦେଖିବାକୁ ମିଳିଥିଲା ମହିଳାଙ୍କ ନେତୃତ୍ବ, ସେମି କଣ୍ଡକ୍ଟର ଚିପ୍, କୋରାପୁଟ […]
ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଗାନ୍ଧୀମାର୍ଗରେ ଭବ୍ୟ ପରେଡ୍ ସମାରୋହ ହୋଇଛି। ୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା ରାଜ୍ୟପାଳ ପଦକ । ଆଜି ଏହି ଅବସରରେ ମୋଟ୍ ୨୦ ଜଣଙ୍କୁ ମିଳିଛି ରାଜ୍ୟପାଳ ପଦକ । ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିଛି ରାଜ୍ୟପାଳ ପଦକ । ପୁରୀ ଏସପି ପ୍ରତୀକ ସିଂ, ଭିଜିଲାନ୍ସ ଏଏସପି ଅନୁପମା […]
