ରାୟଗଡା, ସେପ୍ଟେମ୍ବର ୧୩: ଆଦି କର୍ମଯୋଗୀ ଅଭିୟାନ ଅନ୍ତର୍ଗତ ୩-ଦିନିଆ ଆବାସିକ ପ୍ରଶିକ୍ଷଣ-କମ୍-ଡିଜାଇନ୍ ୱର୍କଶପ୍ ସିରିଗୁଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆରମ୍ଭ ହୋଇଛି । ପ୍ରଶିକ୍ଷଣ ୧୩ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଉଦ୍ଘାଟନ କଲେ ଜିଲ୍ଲା ପରିଷଦ ସିଡ଼ିଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ । ସେ କହିଲେ, ପ୍ରଶିକ୍ଷଣ ପ୍ରାୟୋଗିକ ହେବା ଆବଶ୍ୟକ ଓ ଗ୍ରାମ ସ୍ତରରେ ଲୋକଙ୍କ ପାଇଁ କାମକୁ ଆସିବା ଉଚିତ୍ । ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ଏବଂ […]
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ । ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ । ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ ପାଇଁ ଯାଇଥିବା ବେଳେ ଅଘଟଣ । ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆଜି ମନ୍ଦସୌର ଗସ୍ତରେ ଥିଲେ। ମନ୍ଦସୌରରେ ଗାନ୍ଧୀ ସାଗର ଅଭୟାରଣ୍ୟ ଅଛି, ଯେଉଁଠାରେ ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ମୁଖ୍ୟମନ୍ତ୍ରୀ […]
ରାଜ୍ୟରୁ ଦୁର୍ଘଟଣା ଶୂନ୍ୟ କରିବା ପାଇଁ ମୋହନ ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାକୁ ଏକ ଦୁର୍ଘଟଣା ଶୂନ୍ୟ ରାଜ୍ୟ ଭାବରେ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ । ‘ସୁରକ୍ଷିତ ଗାଡ଼ି ଚଳାଇବା, ସୁରକ୍ଷିତ ଘରକୁ ଫେରିବା’ ବାର୍ତ୍ତା ନେଇ କେନ୍ଦୁଝରରେ ଆୟୋଜିତ ‘ଶୂନ ଦୁର୍ଘଟଣା ଦିବସ’ (Zero Accident Day) କାର୍ଯ୍ୟକ୍ରମରରେ ସଚେତନତା ଅଭିଯାନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦ୍ଘାଟନ କରିବା […]
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କୋରାପୁଟ, ମାଲାକନଗିରି, ନବରଙ୍ଗପୁର,ରାୟଗଡା ,ଗଂଜାମ ,ଗଜପତି, କନ୍ଧମାଳ, ନୟାଗଡ ଓ କଳାହାଣ୍ଡି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। କାଲି ସାରା ଓଡିଶା ସମେତ ଦକ୍ଷିଣ ଓ ଉତ୍ତର ଓଡିଶା କିଛି ଅଞ୍ଚଳରେ ପ୍ରବଳ […]
ଆଲବାନିଆ ଦୁନିଆର ପ୍ରଥମ AI ମନ୍ତ୍ରୀକୁ ସାମ୍ନାକୁ ଆଣିଛି । ଯିଏ ଲାଞ୍ଚ ନେବେନି କି ଭ୍ରଷ୍ଟାଚାର କରିବେନି । ବିନା ସ୍ଵାର୍ଥରେ ଲୋକଙ୍କ ସୁଖ ଦୁଃଖ ବୁଝିବେ । ୟୁରୋପର ଆଲବାନିଆ ନାମକ ଏକ ଛୋଟ ଦେଶ ଏହି ଭ୍ରଷ୍ଟାଚାର ମୁକ୍ତ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି । ଏହି ମନ୍ତ୍ରୀଙ୍କ ନାମ ଡିଏଲା ।ଡିଏଲା ଏବେ ଦେଶର ସରକାରୀ ଟେଣ୍ଡରକୁ ମ୍ୟାନେଜ୍ କରିବ ଓ ପ୍ରାଇଭେଟ୍ କମ୍ପାନୀଗୁଡ଼ିକୁ ପ୍ରୋଜେକ୍ଟ ଦେବାକୁ ନିଷ୍ପତ୍ତି ନେବ । ଲାଞ୍ଚ […]
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନୂଆପଡା ବିଧାନସଭା ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ ପରିବର୍ତ୍ତନ ହେବ । ସେପ୍ଟେମ୍ବର ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୋଟର ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ। ଅକ୍ଟୋବର ୭ ତାରିଖ ସୁଦ୍ଧା ଏହି ଦାବି ଓ ଆପତ୍ତିର ସମାଧାନ କରାଯିବ। ଅକ୍ଟୋବର ୯ରେ […]
ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଏନେଇ ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଖେଳାଳି ନିଲାମି ଚାଲିଥିଲା। ବାରବାଟୀ ଷ୍ଟାଡିୟମ୍ରେ ଚଳିତ ମାସ ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍) ଲାଗି ଫ୍ରାଞ୍ଚାଇଜ୍ଗୁଡ଼ିକର ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇଛି। ପ୍ରତି ଦଳରେ ୧୬ ଲେଖାଏଁ ଖେଳାଳି ରହିଛନ୍ତି। ଖେଳାଳିଙ୍କୁ ବିଭିନ୍ନ ବର୍ଗ ମରକ୍ୟୁ (୧,୨୫,୦୦୦ ଟଙ୍କା), ‘ଏ’ (୧,୦୦,୦୦୦ ଟଙ୍କା), […]
ଆସନ୍ତା ୧୭ ତାରିଖରୁ ସବୁ ସହରାଞ୍ଚଳରେ ‘ସ୍ୱଚ୍ଛୋତ୍ସବ’ ଆୟୋଜିତ ହେବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସବୁ ସହରରେ ବ୍ୟାପକ ଓ ସକ୍ରିୟ ଭାବେ ପାଳିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି ।୨୦୧୭ରେ ଏହାର ଆରମ୍ଭ ପରଠାରୁ, ସ୍ୱଚ୍ଛତା ହି ସେବା ଏକ ଜନ ଆନ୍ଦୋଳନରେ ବିକଶିତ ହୋଇଛି, ଯାହା ଏକ ସ୍ୱଚ୍ଛ ଏବଂ ସ୍ଥାୟୀ ଭାରତର ଦୃଷ୍ଟିକୋଣ ଦିଗରେ ସ୍ୱେଚ୍ଛାକୃତତା ଏବଂ ସାମୂହିକ ନାଗରିକ […]
ସୁପ୍ରିମକୋର୍ଟ କୋର୍ଟର ମର୍ଯ୍ୟାଦା ଏବଂ ସୁରକ୍ଷାକୁ ପାଇଁ ଏକ ସର୍କୁଲାର ଜାରି କରିଛନ୍ତି। ସରକାରୀ ଉଦ୍ଦେଶ୍ୟ ବ୍ୟତୀତ କୋର୍ଟର ଉଚ୍ଚସ୍ତରୀୟ ସୁରକ୍ଷା ଅଞ୍ଚଳରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫିକୁ ନିଷେଧ କରିଛନ୍ତି। ଭାରତୀୟ ସୁପ୍ରିମକୋର୍ଟର ଉଚ୍ଚ ସୁରକ୍ଷା କ୍ଷେତ୍ର ଭିତରେ, ସରକାରୀ ବ୍ୟବହାର ବ୍ୟତୀତ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ନିଷେଧ। ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ, ଅର୍ଥାତ୍ ନିମ୍ନ ସୁରକ୍ଷା କ୍ଷେତ୍ରର ଲନରେ ସାକ୍ଷାତକାର ଏବଂ ସମାଚାରର ସିଧାପ୍ରସାରଣ କରିବେ। ଉଚ୍ଚ ସୁରକ୍ଷା ଜୋନର ଲନରେ ଫଟୋଗ୍ରାଫି […]
AI ରେ ଦୌଡ଼ିବ ମୋହନ ସରକାର, ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ। AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ । ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ବ।ପ୍ରଶାସନିକ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ଅଧିକ କୁଶଳୀ ହେବା ଲାଗି AI ଉପକରଣ କିଣିବାକୁ କୁହାଯାଇଛି । ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନିକ ଢାଞ୍ଚାରେ କୃତ୍ରିମ ବୁଦ୍ଧିମତ୍ତା ବା AIର ଉପଯୋଗ କରିବା […]
ପରକିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ। ମୟୂରଭଞ୍ଜ ଯଶିପୁର ଥାନା ବେଗୁନିଆ ଗାଁର ଘଟଣା। ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକ।ସୂଚନା ଅନୁସାରେ ମହିଳା ଜଣକ ହାଟ ସଉଦା କରିବା ପାଇଁ କାଶୀପାଳ ଗାଁରୁ ତାଙ୍କ ସମ୍ପର୍କୀୟ ଦୁଇଜଣ ଦିଅରଙ୍କୁ ଡାକି ଯଶିପୁର ଆସିଥିଲ । ବଜାରରୁ ଏକ ବାଇକ ଯୋଗେ ନିଜ ଗାଁକୁ ଫେରିବା ପରେ ଦୁଇ ଯୁବକଙ୍କ ସହ ମହିଳାଙ୍କୁ ଦେଖି ହଠାତ […]
ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ଆଇଜଲରୁ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ । ଅଶ୍ବିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଏହି ରେଳ ଲାଇନର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହା ସହ ପ୍ରଧାନମନ୍ତ୍ରୀ ମିଜୋରାମର ଆଇଜଲରେ ୯ହଜାର କୋଟି ଟଙ୍କାରୁ […]
