author

ମହାନଦୀ ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି

ମହାନଦୀ ପ୍ରସଙ୍ଗକୁ ନେଇ ମୁହାମୁହିଁ ହେଲେ ସରକାର ଓ ବିରୋଧି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଖୋଲିଲେ ବିଜେଡିର ପୋଲ। କାହିଁକି ଟ୍ରିବୁନାଲରେ ବିଳମ୍ବ ହୋଇଥିଲା ମାମଲା। ବିଜେଡି ସରକାରରେ ମନ୍ତ୍ରୀଙ୍କ ବିଧାନସଭା ବିବୃତି ଅଡୁଆ ବଢ଼େଇଥିଲା ବୋଲି ଅଭିଯୋଗ କଲେ । ମନ୍ତ୍ରୀ ସୁରେଶ ପୂଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ସେ ଜଣେ ପଢ଼ାଶୁଣା ଲୋକ। ସେମାନେ ଆମ ସହ ୯ ବର୍ଷ ସରକାରରେ ଥିଲେ। ତୁମର […]

ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜନ୍ମଦିନ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୭ ତମ ଜନ୍ମ ଜୟନ୍ତୀ। ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ସମ୍ବଲପୁରର ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ସାଏ । ଚୌହାନ ବଂଶର ଏହି ବୀର ସନ୍ତାନ ମାତ୍ର ୧୮ ବର୍ଷ ବୟସରୁ ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ୧୮୨୭ରେ ସମ୍ବଲପୁରର ରାଜା ମହାରାଜା ସାଏଙ୍କ […]

ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ହେଲା ଉଦ୍ଧାର

ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ହେଲା ଉଦ୍ଧାର । ଉଦ୍ଧାର ପରେ ବି ଗ୍ରହଣ କଲାନି ହାତୀପଲ । ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ହରିପୁରରେ ଦେଖିବାକୁ ମିଳିଛି ଘଟଣା ।ସୂଚନା ଅନୁଯାଇ ଦୀର୍ଘ ଦିନ ହେବ ୧୧ ଟିକିଆ ହାତୀ ପଲ ଚସାଗୁରୁଜାଙ୍ଗ ଓ ପବିତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ପବିତ୍ରପୁର ପଞ୍ଚାୟତ ପଟୁ […]

ବୋହୂକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ

ବୋହୂକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ । ଗ୍ରାମାଞ୍ଚଳ ଥାନା ଡାମରପୁର ଗାଁରେ ଶ୍ୱଶୂରର ଉନ୍ମତ୍ତ କାଣ୍ଡ । ବୋହୂର କନ୍ୟା ସନ୍ତାନ ଜନ୍ମ ହେବାରୁ ଜାଳିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ଗତ କାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ବୋହୂ ଓ ନାତୁଣୀ । ଘର ଭିତରର ସମସ୍ତ ଆସବାବପତ୍ର ପୋଡି ଯାଇଛି । ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା […]

ସ୍ବାଧୀନ ଚେତନାର ବାଜିଗର-ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଦାନରେ ନୁହେଁ ବରଂ ଶକ୍ତି ବଳରେ ସ୍ବାଧୀନତା ପାଇବାର ଅଟଳ ଜିଦ୍‌ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦର ଚେତନାକୁ ଜାଗ୍ରତ କରିଥିଲା। ସେ ଥିଲେ ମହାନ ଜନନାୟକ ତଥା ସ୍ବାଧୀନତା ସଂଗ୍ରାମର ବାଜିଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହା ଥିଲା ‘ଆଜାଦ୍ ହିନ୍ଦ୍ ଫୌଜ୍’ ଉଦ୍ଦେଶ୍ୟରେ ସୁଭାଷ ବୋଷଙ୍କ ସେହି ନାରା, ଯାହାକୁ ଅନୁସରଣ କରି କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ସ୍ୱାଧୀନତା ଲଢ଼େଇରେ ଲମ୍ଫପ୍ରଦାନ କରିଥିଲେ।୧୮୯୭ […]

ଇନ୍ଦୋରରେ ପୁଣି ଜଳ ପ୍ରଦୂଷଣ ଆତଙ୍କ: ଦୂଷିତ ପାଣି ପିଇ ୨୫ ଅସୁସ୍ଥ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଥମିବାର ନାମ ନେଉନାହିଁ। , ଜିଲ୍ଲାର ମହୁ ତହସିଲ ମୁଖ୍ୟାଳୟର ପଟ୍ଟି ବଜାର ଅଞ୍ଚଳରେ ୧୦ ରୁ ୧୫ ଦିନ ମଧ୍ୟରେ ୧୯ ଜଣ ପିଲାଙ୍କ ସମେତ ପ୍ରାୟ ୨୫ ଜଣ ଜଣ୍ଡିସ, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାସିନ୍ଦାଙ୍କ ଅନୁଯାୟୀ, ଅଞ୍ଚଳର ଟ୍ୟାପ୍ରୁ ମଇଳା, ଦୁର୍ଗନ୍ଧଯୁକ୍ତ ଏବଂ କାଦୁଅ ପାଣି ବହିଯାଉଛି। ଫୁଟିବା ପରେ ମଧ୍ୟ […]

ଆଜି ପରଦାରେ ମୁକ୍ତିଲାଭ କରିବ ‘ବର୍ଡର ୨’

୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଜେ.ପି. ଦତ୍ତାଙ୍କ ‘ବର୍ଡର’ ଚଳଚ୍ଚିତ୍ର ଭାରତୀୟ ସିନେମା ଜଗତରେ ଏକ ଇତିହାସ ସୃଷ୍ଟି କରିଥିଲା । ପ୍ରାୟ୨୭ ବର୍ଷ ପରେ  ସେହି ଦେଶଭକ୍ତିର ଭାବନା ପୁଣି ଥରେ  ପରଦାକୁ ଫେରିଛି  ।ସୋସିଆଲ ମିଡିଆରେ ଭାଇରାଲ୍ ଟ୍ରେଣ୍ଡ ଦ୍ୱାରା ଏହି ଚଳଚ୍ଚିତ୍ରଟି ଯଥେଷ୍ଟ ଚର୍ଚ୍ଚା ଏବଂ ଉତ୍ସାହ ସୃଷ୍ଟି କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସନ୍ନି ଦେଓଲ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୨୬ର ପ୍ରଥମ ପ୍ରମୁଖ ଥିଏଟର ରିଲିଜ୍ ହେବାକୁ ଯାଉଛି। କିନ୍ତୁ […]

ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ

ଆଜି ରଥକାଠ ଅନୁକୂଳ ।  ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ ।  ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡ ରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ […]

ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ ।ଜନ୍ମସ୍ଥାନରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ ।  ଏହି ଦିନଟିକୁ ପରାକ୍ରମ ଦିବସ ବୋଲି ମଧ୍ୟ ପାଳନ କରାଯାଉଛି ।  ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି। ତେବେ କଟକରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ  ଜନ୍ମସ୍ଥାନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି । ଏହାପରେ ନେତାଜୀ ସଂଗ୍ରାହାଳୟ […]

ଆଜି ପବିତ୍ର ଶ୍ରୀ ପଞ୍ଚମୀ 

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା’ ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ । ସରସ୍ବତୀ ଦିବ୍ୟଭାବର ପ୍ରତୀକ। ମା’ ସରସ୍ବତୀ ହେଉଛନ୍ତି କଣ୍ଠଚକ୍ର ବାଣୀ ଓ ସଙ୍ଗୀତର ଆଧାର। ତେଣୁ ମା’ ସରସ୍ବତୀଙ୍କୁ ପ୍ରାର୍ଥନା କଲେ ମନ, ବୁଦ୍ଧି, ବିଚାର ଓ ଚେତନା ଦୃଢ଼ୀଭୂତ ହୁଏ।ବସନ୍ତ ଋତୁରେ ଏହି […]

ନୟାଗଡ଼ କଲେଜ ଅର୍ଥଶାସ୍ତ୍ର ବିଭାଗର ଆଲୋଚନାଚକ୍ର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ଆନୁକୂଲ୍ୟରେ, ‘ନବ-ପ୍ରବର୍ତ୍ତନ, ବୈଷୟିକ ସଂସ୍ଥାନ, ଏବଂ ଭାରତୀୟ ଅର୍ଥବ୍ୟବସ୍ଥା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବେ, ରାଜ୍ୟ ବିତ୍ତ ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥଶାସ୍ତ୍ର ବିଭାଗର ପୂର୍ବତନ ପ୍ରଫେସର ଏବଂ ମୁଖ୍ୟ ପ୍ରଫେସର ଡ. ସୁଧାକର ପଣ୍ଡା ଯୋଗଦେଇ ବୈଶ୍ୱିକ ସ୍ତରରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ମୁଦ୍ରା ନେଣ-ଦେଣ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନବପ୍ରବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିଥିଲେ […]

ଆଜିର ରାଶିଫଳ(୨୩ ଜାନୁଆରୀ, ୨୦୨୬)

ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]