author

ଏହି କାରଣରୁ ବ୍ୟାଡମିଣ୍ଟନରୁ ଅବସର ନେଲେ ସାଇନା ନେହୱାଲ

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ପ୍ରଥମ ସଫଳ ଅଲିମ୍ପିଆନ୍‌ ସାଇନା ନେହ୍ବାଲ ବିନା ଘୋଷଣାରେ ଅବସର ନେଇଯାଇଛନ୍ତି । ପ୍ରତିଯୋଗିତାରୁ ଦୀର୍ଘ ସମୟ ଅନୁପସ୍ଥିତ ରହିବା ସତ୍ତ୍ୱେ, ନେହୱାଲ ବ୍ୟାଡମିଣ୍ଟନରୁ ତାଙ୍କର ଅବସର ଘୋଷଣା କରି ନଥିଲେ। ସେ ଅବସର ନେବାର ନିଶ୍ଚିତ କରି ଏକ ପଡକାଷ୍ଟରେ କହିଛନ୍ତି ଯେ ନିଜେ ଅନୁଭବ କଲି ଆଗକୁ ବଢିପାରିବି ନାହିଁ, ଶାରୀରିକ ପ୍ରତିବନ୍ଧକ ବାଟ ଓଗାଳିଛି, ତେଣୁ ଏହା ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ଏଲିଟ୍ ସ୍ପୋର୍ଟ୍ସର ପ୍ରତିଦ୍ୱନ୍ଦିତା ସ୍ତର […]

ଭୁବନେଶ୍ୱର ୧ ନଂ ହାଟରେ ଅଗ୍ନିକାଣ୍ଡ ଘଟଣା,ପ୍ଲାଷ୍ଟିକ ବ୍ୟବହାର ପାଇଁ ଲାଗୁଛି ନିଆଁ: ମେୟର

ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ଦୋକାନୀମାନେ ଏସଓପି ପାଳନ କରୁନଥିବା କହିଲେ ମେୟର । ସୂଚନାଥାଉକି, ଗତକାଲି ୟୁନିଟ -୧ମାର୍କେଟରେ ନିଆଁ ଲାଗି ପ୍ରାୟ ୨୫ରୁ ଅଧିକ ଦୋକାନ ଜଳିଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ […]

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।୫ କିଲୋମିଟର ଭାରାରେ ବୁହାହେଲେ ରୋଗୀ

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।୫ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ବଡ଼ ଆଞ୍ଚୁପା ଗାଁରରୁ ଆସିଛି ଏପରି ଘଟଣା ।ଗାଁର ୩୫ ବର୍ଷୀୟ ଯୁବକ ଦେବରାଜ ରଇତ ଗୁରୁତର ରୋଗାକ୍ରାନ୍ତ ହେବା ପରେ ତାଙ୍କୁ ମେଡିକାଲ ନେବାକୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନି । ଫଳରେ ପାଞ୍ଚ କିଲୋମିଟର ଦୋଳାରେ ବୁହା ହୋଇ ଜଙ୍ଗଲ ରାସ୍ତା ଦେଇ ମାଡ , ପୂର୍ତ୍ତ ବିଭାଗ ରାସ୍ତା […]

ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ

ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ। ଅବସରପ୍ରାପ୍ତ ଏଏସ୍‌ଆଇ/ଏସ୍‌ଆଇ/ଇନ୍ସିପେକ୍ଟରଙ୍କୁ ଏହି ନିଯୁକ୍ତି ମିଳିବ । ସେମାନେ ସ୍ପେସାଲ୍‌ ପୁଲିସ ଅଫିସର୍‌(ଏସ୍‌ପିଓ) ଭାବେ କାର୍ଯ୍ୟ କରିବେ । ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ନେଇ ଆଜି ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଅବଗତ କରାଯାଇଛି । ଏହି ଚିଠିରେ ଦର୍ଶାଯାଇଛି, ଯେଉଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ବୟସ ୬୫ ବର୍ଷରୁ କମ୍ ହୋଇଥିବ । ସେମାନଙ୍କ ସିସିଆର୍ ବେଶ୍ […]

ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା

ଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ଲୋକସେବା ଭବନରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାରୀ ଭୂ-ପରିଚାଳନା ଆଇନରେ କେତେକ ସଂସ୍କାର ଅଣାଯିବାପାଇଁ ବିଭାଗ ପକ୍ଷରୁ କେତେକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ନେଇ […]

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବେ ନୀତିନ ନବୀନ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ରହିବା ପରେ, ଆଜିଠୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବେ । ନୀତିନ ନବୀନ ୪୫ ବର୍ଷ ବୟସରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିବେ। ପୂର୍ବରୁ, ଅମିତ ଶାହା ୪୯ ବର୍ଷ ବୟସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ପାଇଁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ […]

ଆଜିର ରାଶିଫଳ(୨୦ ଜାନୁଆରୀ, ୨୦୨୬)

ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]

ଖୁବ ଶୀଘ୍ର ଆସିବ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ

ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏକ ନୂତନ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’ ଅଣାଯିବ। ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟରେ ସମସ୍ତ ଆଇନକୁ ସିଙ୍ଗଲ window ବ୍ୟବସ୍ଥାରେ ପରିଣତ କରାଯାଉଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ‘ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ […]

ନିତିନ ନବୀନ ନିର୍ଦ୍ୱନ୍ଦ୍ୱରେ ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚିତ

ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିବା ନେଇ ରିଟର୍ଣ୍ଣିଂ ଅଧିକାରୀ କେ. ଲକ୍ଷ୍ମଣ କହିଛନ୍ତି। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୩୦ଟି ରାଜ୍ୟ ସଭାପତିଙ୍କ ନିର୍ବାଚନ ସମ୍ପୂର୍ଣ୍ଣ ହେବା ପରେ ଜାତୀୟ ସ୍ତରରେ ନିର୍ବାଚନ ପ୍ରକ୍ରିୟା ସୁଗମ ଭାବରେ ଆଗକୁ ବଢ଼ିବା ପାଇଁ ଏହି ଘୋଷଣା କରାଯାଇଛି । କେ. ଲକ୍ଷ୍ମଣଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, “ନାମାଙ୍କନ ପତ୍ର […]

କୃଷକ ଶ୍ରମିକଙ୍କ ବିକ୍ଷୋଭ -ଫେବୃଆରୀ ୧୯ ସାଧାରଣ ଧର୍ମଘଟର ଆହ୍ଵାନ

ନୟାଗଡ଼,(ଓଡ଼ିଶା ଦର୍ପଣ):ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡୟୁନିଅନ ମାନଙ୍କ ମିଳିତ ମଞ୍ଚ ଓ କ୍ଷେତମଜଦୂର ୟୁନିଅନର ସର୍ବଭାରତୀୟ ଆହ୍ଵାନ କ୍ରମେ ଜାନୁଆରୀ ୧୮ରେ ନୟାଗଡ଼ରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ କରାଯାଇଛି। କର୍ମୀ ମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହି ସଭାରେ ସିଆଇଟିୟୁର ରାଜ୍ୟ ନେତା ଦୁଷ୍ମନ୍ତ କୁମାର ଦାସ ଉଦ୍ ବୋଧନ ଦେଇ କେନ୍ଦ୍ର ମୋଦି […]

ପୁରୀକୁ ରଥ ନିର୍ମାଣ ପାଇଁ ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ କାଠ ଗଲା 

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଟାକରା ଫରେଷ୍ଟ ସେକ୍ସନରୁ ପୁରୀ ଅଭିମୁଖେ କାଠ ପଠାଯାଇଛି । ବନବିଭାଗ ଓ ମିଟୁକୁଳି ଭି ଏସ ଏସ କମିଟି ଦ୍ବାରା ପୂଜାର୍ଚନା ସହ ନାମ ସଂକୀର୍ତନ କରାଯାଇ ରଥକାଠ ବୋଝେଇ ଟ୍ରକକୁ ପଠାଯାଇଛି  ।  ୨ଟି ଟ୍ରକରେ ମୋଟ ୪୮ଖଣ୍ଡ ଅସନ ଓ ଧଉରା କାଠ ରହିଛି ।  ଗୋଟିଏ ଟ୍ରକରେ ୨୫ଖଣ୍ଡ କାଠ ଯାଉଥିବାବେଳେ ଅନ୍ୟଟିରେ ୨୩ଖଣ୍ଡ କାଠ ଯାଉଥିବା ଜଣାପଡିଛି । 

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି, ୧,୫,୫୨,୮୪୫ ଟଙ୍କା – ୩୦ ଗ୍ରାମ ସୁନା ଓ ୨ କେଜି ୧୫୦ ଗ୍ରାମ ରୂପା

ରାୟଗଡ଼ା,୧୯/୦୧ : – ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟା ରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ମୁଖ୍ୟ ଶାଖା), କର୍ମଚାରୀ, ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହୁଣ୍ଡି ରୁ ବାହାରିଥିବା ଟଙ୍କା ଓ ଅଳଙ୍କାର ଗଣତି କରାଯାଇଛି। ସୋମବାର ଦିନ ୯ ଟି […]