ନୂଆଗାଁ: ନୂଆଗାଁ ବ୍ଲକ୍ ପାଇଁ ସୁନାମ ଆଣିଛନ୍ତି ଶିକ୍ଷୟତ୍ରୀ ଲିଖିତା ନାୟକ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କୋରଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଲିଖିତା ନାୟକ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।ଏ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲିଖିତା ଏଫ୍ ଏଲ୍ ଏନ ଶିକ୍ଷୟତ୍ରୀ ଭାବେ ଅହରହ ପରିଶ୍ରମ କରି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ର ସମସ୍ତ ଦକ୍ଷତା ଛାତ୍ର ଛାତ୍ରୀ ଙ୍କୁ ହାସଲ କରିବାରେ […]
ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସ ରେଡ କରିଛି । ଭୁବନେଶ୍ୱରରେ ଆତ୍ମଗୋପନ କରିଥିବା ସୂଚନା ପରେ ରେଡ କରାଯଇଛି । ଏହି ଚଢ଼ାଉ ସମୟରେ ଆସାମ ପୁଲିସକୁ ସାହାୟତା କରୁଛି କମିଶନରେଟ୍ ପୁଲିସ। ଆତ୍ମ ଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ ହେଲେ ସମୀର ପଟ୍ଟନାୟକ । କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଖୋଜୁଛି ଆସାମ ପୋଲିସ । ଆପାର୍ଟଣ୍ଟେ ଫ୍ଲାଟ୍ ଭିତରେ ମୋଷ୍ଟ ୱାଣ୍ଟେଡ ଲୁଚି ରହିଥିବା ସନ୍ଦେହ ଚଢ଼ାଉ କରାଯାଇଥିଲା। ଫ୍ଲାଟ୍ […]
ଅକ୍ଟୋବର ୭ରୁ ହବିଷ ବ୍ରତ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ । ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହବିଷ୍ୟାଳୀମାନେ ମାସେ ଧରି ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ ସମସ୍ତ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଯିବ ।ସରକାରଙ୍କ ପକ୍ଷରୁ […]
ମହାପ୍ରଭୁଙ୍କ ପାଖକୁ ଫେରିବ ଓଡ଼ିଶା ବାହାରେ ପଡ଼ିରହିଥିବା ଭୂ-ସମ୍ପତ୍ତି।ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ଅଛି। ସେଥିମଧ୍ୟରୁ ୩୬ ହଜାରରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ କରିସାରିଛୁ । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର […]
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବାରମ୍ଵାର ତ୍ରୁଟି। ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଫଟୋ ଉଠାଇ ଭାଇରାଲ୍ କଲେ ମହାରାଷ୍ଟ୍ରର ଯୁବକ। ଭକ୍ତ ବୈଭବ ଦୂରେ ପାଟିଲ ନାମକ ଜଣେ ଯୁବକ ଶ୍ରୀମନ୍ଦିର ପରିସରର ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଛନ୍ତି। ତେବେ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ ଜଣଙ୍କ, ତାକୁ ନେଇ ଉଠିଲା ପ୍ରଶ୍ନ । ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ […]
ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାହେଲା । ମୋଟ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେବ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୨୩ ଫୁଟ। ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୧୫ ହଜାର ୬୪୪ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୧ ଲକ୍ଷ ୩୩ ହଜାର ୫୩ କ୍ୟୁସେକ ଜଳ । ଅନ୍ୟପଟେ, କୌଣସି ନଦୀରେ ବନ୍ୟା ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ଆଖୁଆପଦାରେ ବୈତରଣୀ ସତର୍କ ସଂକେତ […]
ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ସ୍କାନରରେ ରହିଛନ୍ତି। ଗୁରୁବାର ଇଡି ପକ୍ଷରୁ ଧଓ୍ବନଙ୍କୁ ପଚରାଉଚରା କରାଯିବା ଲାଗି ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି। ଅନଲାଇନ ବେଟିଂ ଆପ୍ ସହିତ ମାମଲା ଜଡ଼ିତ ରହିଛି। ଧଓ୍ବନ 1XBet ଆପ୍ ପ୍ରମୋସନ କରିଥିବାରୁ ଇଡି ତାଙ୍କୁ ଯାଞ୍ଚ ତାଲିକାରେ ସାମିଲ କରିତିଲା। ପୂର୍ବରୁ କ୍ରିକେଟର ସୁରେଶ ରାଇନାଙ୍କୁ ବି ଇଡି ପକ୍ଷରୁ ଜେରା କରାଯାଇଥିଲା।ଇଡି ନିକଟ ଅତୀତରେ ଅବୈଧ ଅନଲାଇନ୍ ବେଟିଂ ପ୍ଲାଟଫର୍ମ […]
ଜାତୀୟ ବନ୍ୟପ୍ରାଣୀ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୪ରେ ପାଳିତ ହୋଇଆସୁଛି। ଏହି ଦିବସ ପାଳନ ଅବସରରେ ଜଙ୍ଗଲ କ୍ଷୟ ଏବଂ ଅବୈଧ ଶିକାରରୁ ବନ୍ୟ ପ୍ରାଣୀ, ପକ୍ଷୀ ଓ ସେମାନଙ୍କ ବାସସ୍ଥାନକୁ ସୁରକ୍ଷା ଦେବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଏ। ଏଥିସହିତ ପ୍ରକୃତି ସହିତ ସେମାନଙ୍କ ସ୍ଥାୟୀ ସହାବସ୍ଥାନକୁ ପ୍ରୋତ୍ସାହନ ଗୁରୁତ୍ୱ ଦିଆଯାଇଥାଏ।। ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ […]
ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । କହିଛନ୍ତି, କେନ୍ଦୁପତ୍ର ଉପରେ ୫ ପ୍ରତିଶତକୁ ହ୍ରାସ ହୋଇଛି । କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଏ ନିଷ୍ପତ୍ତିରେ ଓଡ଼ିଶାର କେନ୍ଦୁପତ୍ର ତେଳାଳି ଉପକୃତ ହେବେ । କେନ୍ଦୁପତ୍ର ବିକ୍ରି ବଢ଼ିବ ।ଅନ୍ୟପଟେ କୃଷି ଉପକରଣରେ ଜିଏସଟି ହ୍ରାସ ପାଇବ । କୃଷକଙ୍କ ଖର୍ଚ୍ଚ କମିବ । […]
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏମ୍ସକୁ ସ୍ଥାନାନ୍ତର । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ […]
କୋରାପୁଟଜିଲ୍ଲା ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ଥ ରାମଗିରିସ୍ଥିତ ବିଏସଏଫ୍ କ୍ୟାମ୍ପ ପଛପଟୁ ଥିବା ଜଙ୍ଗଲରୁ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର ହୋଇଛି । ରାମଗିରି ଠାରେ ଅବସ୍ଥାପିତ ୧୮୦ ବିଏନ ବିଏସଏଫ ଯବାନମାନେ ପାଟ୍ରୋଲିଂ ପାଇଁ ବାହାରିଥିବା ବେଳେ ଏହି ସମୟରେ କ୍ୟାମ୍ପ ନିକଟରେ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର କରିଥିଲେ।ଗୁଣ୍ଡୁଚି ମୂଷା ଅସୁସ୍ଥ ଥିବା ଅନୁଭବ କରି ଯବାନମାନେ ତାକୁ ପ୍ରାଥମିକ ଚିକିତ୍ସା କରିବା ସହ ପାଣି ଦେଇ ଟିକେ ସୁସ୍ଥ କରିଥିଲେ। ପରେ ରାମଗିରି ବିଏସଏଫ […]
ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଓଡ଼ିଶା ଓ ତତ୍ ସଂଲଗ୍ନ ଝାଡଖଣ୍ଡ ଓ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହାସହ ୩୦ ରୁ ୪୦ […]
