ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅମ୍ବିକାଦେଇପୁର ମାହାଲୀସାହି ଗ୍ରାମରେ ଘଟିଛି ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ |ମୃତକ ରଇବାରୀ ସିଂ ଏକୁଟିଆ ରହୁଥିବା ବେଳେ ଆଜି ସେ ଘରେ ଥିଲେ, ଅପରାହ୍ନରେ ପଡ଼ୋଶୀ ରଘୁ ହେମ୍ବ୍ରମ ତାଙ୍କ ଘରେ ପଶି ବଳ ପୂର୍ବକ ତାଙ୍କୁ ବଳାତ୍କାର କରିଥିଲେ। ବଳାତ୍କାର କରିବା ପରେ ସେ ପଥରରେ ଛେଚି ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣିବା ପରେ ଏ ନେଇ ପୋଲିସକୁ ଖବର […]
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ । ଜାତୀୟ ଯୁବ ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପଦଯାତ୍ରା ବେଳେ ଘଟିଛି ଏଭଳି ଘଟଣା । ମୁଖ୍ୟମନ୍ତ୍ରୀ ଯୁବ ସମାବେଶକୁ ଯାଉଥିବା ବେଳେ ଯୁବକ ଜଣକ ପଶି ଆସିଥିଲେ । ତତ୍କ୍ଷଣାତ୍ ସମ୍ପୃକ୍ତ ଯୁବକଙ୍କୁ କାବୁ କଲେ ସୁରକ୍ଷାକର୍ମୀ । ବର୍ତ୍ତମାନ ଯୁବକକୁ ସହିଦ ନଗର ଥାନାରେ ଅଟକ ରଖି ପଚରାଉଚରା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ଏବଂ ନୟାଗଡ଼ ରୋଟାରୀ କ୍ଳବ ଏକ୍ସିଲେନ୍ସିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିତରକ ସଂଘ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ନେତୃତ୍ୱରେ କାର୍ଯ୍ୟରତ ୨୦ ଜଣ ଖବର କାଗଜ ବିତରକ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜୟନ୍ତୀ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ୯ଟା ସମୟରେ ଖଣ୍ଡପଡାରୋଡସ୍ଥ ହନୁମାନ ମନ୍ଦିର ଠାରୁ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ବେଳେ […]
ମକର ସଂକ୍ରାନ୍ତି ଆସିଲେ ମନରେ ଯେତିକି ଉତ୍ସାହ ଆସେ, ସେତିକି ଡ଼ର ବି ଲାଗେ । ମକରରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି । ଲୋକମାନେ ଗୁଡ଼ି ଉଡାଇ ମଜ୍ଜା ନେଇଥାଆନ୍ତି । ହେଲେ ଏହି ମଜ୍ଜା କିଛି ଲୋକଙ୍କ ପାଇଁ ସଜ୍ଜାରେ ପରିଣତ ହୋଇଯାଏ । ଆଉ ଏହି ସଜ୍ଜା ଦେଇଥାଏ, ଗୁଡ଼ିରେ ଲାଗିଥିବା ମାଞ୍ଜା ସୂତା । ଏହି ସୂତା ଲାଗି ଅନେକ ଦୁର୍ଘଟଣା ଘଟିବା ସହ ଅନେକଙ୍କ ଜୀବନ ଯାଇଥିବା ବିଗତବର୍ଷମାନଙ୍କରେ ନଜିର […]
ଭାରତୀୟ ରେଳବାଇ ଅନଲାଇନ୍ ଟିକେଟ ବୁକିଂ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଯାହା ସାଧାରଣ ଯାତ୍ରୀମାନଙ୍କୁ ସିଧାସଳଖ ଲାଭ ଦେବ । ଇ-ଟିକେଟିଂ ପ୍ରକ୍ରିୟାରେ ଲାଗିରହିଥିବା ଅସୁବିଧା, ଧିର ସର୍ଭର ଏବଂ ଦଲାଲଙ୍କ ହସ୍ତକ୍ଷେପକୁ କମ୍ କରିବା ପାଇଁ, ରେଳବାଇ ବୁକିଂ ସମୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ।ଆଧାର ଦ୍ଵାରା ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ ଥିବା ଯାତ୍ରୀମାନଙ୍କ ପାଖରେ ଏବେ ଆଡଭାନ୍ସ ରିଜର୍ଭେସନ ପିରିୟଡ୍ (ARP)ର ପ୍ରଥମ ଦିନରେ ଟିକେଟ୍ ବୁକ୍ କରିବା […]
ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ତନାଘନା କରୁଛି ସିବିଆଇ। ଖୁବଶୀଘ୍ର ଖୋଲିବ ସିଲିକନ୍ ଟେକ୍ ସହ OPRBର କାରନାମା। ପୁଣି ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ ।। ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ସିବିଆଇ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ […]
ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । 211 ହବରେ ନିଜ ଆଡୁ ଏହି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । AI କ୍ୟାମେରାରେ ଲଗାଯିବ ୧୨୮ GB କାର୍ଡ । ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ । ଆସନ୍ତା ଫେବୃଆରୀ ୯ ତାରିଖ ସୁଦ୍ଧା ସବୁ ହବରେ ଲଗାଯିବ […]
ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ ‘ଇ’ ହେଉଛି ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ ‘ଇ’ ହେଉଛି ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା […]
ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ ଥମିବାର ନାଁ ଧରୁନାହିଁ। ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ କୁହାଯାଇଥିବା ବେଳେ ଆଜି ପୀୟୂଷ ବ୍ୟକ୍ତିଗତ ଭାବେ ହାଜର ହୋଇନାହାନ୍ତି। ଓକିଲଙ୍କ ଜରିଆରେ ପୀୟୂଷ କୋର୍ଟରେ ନିଜ ପକ୍ଷ ରଖିଛନ୍ତି।ଯାତ୍ରା ସୂର୍ଯମନ୍ଦିର ମାଲିକ ଆଣିଥିଲେ ଚୁକ୍ତି ଖିଲାପର ସାଙ୍ଘାତିକ ଅଭିଯୋଗ। ସମିର ତ୍ରିପାଠୀ ଙ୍କ ପକ୍ଷରୁ ଦାଖଲ ହୋଇଥିଲା ଇନଜକ୍ସନ ପିଟିସନ।ପୂର୍ବରୁ ପୀୟୂଷ କହିଥିଲେ କୋର୍ଟଙ୍କ ପାଖରୁ ନୋଟିସ ପାଇ ନାହିଁ, ନୋଟିସ ପାଇଁ ଅପେକ୍ଷା କରିଛି […]
ନୟାଗଡ,(ଓଡ଼ିଶା ଦର୍ପଣ): ଭଜନ ସଙ୍ଗୀତ ‘ତୋ କଳାକାହ୍ନୁ କେଡ଼େ ନାଟୁଆ’ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ଠାରେ ଲୋକାର୍ପିତ ହୋଇଯାଇଛି । ଗୀତଟିରେ ଆଦ୍ୟା ଆଲିସା ଦାଶ କଣ୍ଠଦାନ କରିଥିବା ବେଳେ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ରଚନା ଓ ସ୍ୱର ସଂଯୋଜନା କରିଛନ୍ତି । ଅଶୋକ କୁମାର ସାହୁ ସଂଗୀତ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ନାଟ୍ୟକାର […]
