ଟିଭିକେ ନେତା ତଥା ଅଭିନେତା ଥାଲାପତି ବିଜୟଙ୍କୁ ସିବିଆଇ ଜେରା । କରୁର ଦଳାଚକଟା ମାମଲାରେ ପଚରାଉଚରା କରୁଛି ସିବିଆଇ । ଦିଲ୍ଲୀ ସିବିଆଇ ହେଡ୍ କ୍ବାର୍ଟରରେ ପହଞ୍ଚିଛନ୍ତି ବିଜୟ କୁମାର ।ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ, ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ ପ୍ରବଳ ଭିଡ଼ ପାଇଁ ଅବଦାନ ରଖିଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯିବ । ସଂସ୍ଥାକୁ […]
ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡିଲା ଭିତ୍ତିପ୍ରସ୍ତର । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । । ୭୧ ଏକର ଜମିରେ ଏହା ନିର୍ମାଣ ହେବାକୁ ଥିବାବେଳେ ଏଥିନିମନ୍ତେ ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାକୁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ […]
ବ୍ରିଟିଶ ଯୁଗର ପରିଚୟରୁ ସମ୍ପୂର୍ଣ୍ଣ ମୁକ୍ତ କରିବ ଭାରତୀୟ ରେଳ | ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଅଧିକାରୀମାନଙ୍କ ପାଇଁ ଦଶନ୍ଧି ପୁରୁଣା ବାଧ୍ୟତାମୂଳକ କଳା କୋଟ୍ ଡ୍ରେସ୍ କୋଡ୍ ସମାପ୍ତ କରିବାକୁ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବ୍ରିଟିଶ ଯୁଗରୁ ବ୍ୟବହୃତ ହେଉଥିବା କଳା ସୁଟ୍ ଏବଂ କୋଟ୍ ଆଉ ଆନୁଷ୍ଠାନିକ ପୋଷାକ ଭାବରେ ବ୍ୟବହୃତ ହେବ ନାହିଁ । ଏହି ନିଷ୍ପତ୍ତିକୁ କେବଳ ଡ୍ରେସ୍ କୋଡ୍ରେ ପରିବର୍ତ୍ତନ ଭାବରେ […]
ଦିଗହରା ହେଲା ଡିଆରଡିଓ ଦ୍ୱାରା ବିକଶିତ ଉପଗ୍ରହ ‘ଅନ୍ୱେଷା’ । ଦିଗହରା ହୋଇ କକ୍ଷପଥରେ ଅବସ୍ଥାପିତ ହୋଇ ପାରିଲାନି ‘ଅନ୍ୱେଷା’ । ଶେଷ ପର୍ଯ୍ୟାୟରେ ‘ଅନ୍ୱେଷା’ରେ ଯାନ୍ତ୍ରୀକ ତ୍ରୁଟି । ଯାନ୍ତ୍ରୀକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ । ଯାନ୍ତ୍ରିକ ତ୍ରୁଟିର ବିଶ୍ଳେଷଣ ଚାଲିଥିବା କହିଲା ଇସ୍ରୋ । ରକେଟର ତୃତୀୟ ପର୍ଯ୍ୟାୟରେ ଉପୁଜିଲା ସମସ୍ୟା। PSLV-C62 ଉତକ୍ଷେପଣରେ ତ୍ୟୁଟି ପରିଲକ୍ଷିତ ହୋଇଛି। ପିଏସଏଲଭିକୁ ବିଶ୍ୱର ସବୁଠାରୁ ନିର୍ଭରଯୋଗ୍ୟ ପ୍ରକ୍ଷେପଣ ଯାନ ମଧ୍ୟରୁ ଗୋଟିଏ ବୋଲି […]
କଟକ ଜଗତପୁର ଅଞ୍ଚଳରେ ବାଘ ଆତଙ୍କ । ଜଗତପୁର ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଚର୍ଚ୍ଚା । ରବିବାର ରାତି ୧୧ ଟା ସମୟରେ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି ।ସେପଟେ ବାଘ ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୂଚନା ଥାଉକି, ବିଳମ୍ୱିତ ରାତିରେ ହଟାତ୍ କୁକୁର ମାନେ ଜୋର୍ ରେ ଭୋକିବାକୁ ଲାଗିଥିଲେ […]
ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଭଣ୍ଡାରିପୋଖରୀ ବଜାର ନିକଟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ମଞ୍ଚରେ ଅଶ୍ଲୀଳ ନାଚ । ଯାହାକୁ ଦେଖି ଦର୍ଶକମାନେ ମଞ୍ଚକୁ ଜୋତା ଓ ଚେୟାର ମାଡ଼ କରିଛନ୍ତି । ଭଣ୍ଡାରିପୋଖରୀ ବଜାର ନିକଟରେ ପାର୍ବତୀ ଗଣନାଟ୍ୟ ତାର ନାଟକ ପରିବେଶଣ କରୁଥିଲା । ପ୍ରଥମ ରାତିରେ ନାଟକ ପୂର୍ବରୁ ନିଶା ମହାରଣା ନାଚ ପରିବେଶଣ ନିମନ୍ତେ ପେଣ୍ଡାଲ ଉପରକୁ ଚଢିଥିଲେ । ଆଉ ଆରମ୍ଭ କରିଥିଲେ ତାଙ୍କର […]
ସୀମାରେ ଆଉ ଲୁଚିପାରିବେନି ଆତଙ୍କବାଦୀ । ଚୀନ୍ ଓ ପାକିସ୍ତାନ ଉପରେ କଡା ନଜର ରଖିବାକୁ ଭରତ ଆଜି ଏକ ଐତିହାସିକ ପରୀକ୍ଷଣ କରିଛନ୍ତି । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା ‘ଅନ୍ୱେଷା’ ଉପଗ୍ରହ । DRDO ଦ୍ବାରା ବିକଶିତ EOS-N1 (‘ଅନ୍ୱେଷା’)ର ଉତ୍କ୍ଷେପଣ ହୋଇଛି । PSLV-C 62 ରକେଟ୍ ଜରିଆରେ ମହାକାଶକୁ ଗଲା ‘ଅନ୍ୱେଷା’ ।ତେବେ ଓଡ଼ିଶା ନିର୍ମିତ ଉପଗ୍ରହ CGUSAT-1 -ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ ଯୋଗେ ଉତ୍କ୍ଷେପଣ କରାଯାଇଛି । ନିର୍ଦ୍ଦାରୀତ […]
ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀଙ୍କ ଅନୁଧ୍ୟାନ। ଦୁର୍ଘଟଣାକୁ ଅଭାବନୀୟ କହିଲେ ବିଭୂତି ଜେନା । ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳର ସ୍ଥିତି ପରଖିବା ପରେ ମେଡିକାଲ ଯାଇ ଦୁର୍ଘଟଣାରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଶନିବାର ଦିନ ଭୁବନେଶ୍ବରରୁ ରାଉରକେଲା ଯିବା ବେଳେ ରାଉରକେଲା ପହଞ୍ଚିବା ପୂବର୍ରୁ ବିମାନ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । […]
କୁହାଯାଏ ଭାରତ ଏକ ଯୁବ ଦେଶ । ଆଜି ହେଉଛି ଜାତୀୟ ଯୁବ ଦିବସ । ପ୍ରତିବର୍ଷ ଜାନୁଆରୀ 12 ତାରିଖରେ ଜାତୀୟ ଯୁବ ଦିବସ ପାଳନ କରାଯାଏ । ଆଜିର ଦିନକୁ ସ୍ବାମୀବିବେକାନନ୍ଦଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ ।ଏହି ଦିନଟି ହେଉଛି ଭାରତର ମହାନ ଦାର୍ଶନିକ, ସନ୍ନ୍ୟାସୀ ତଥା ଯୁବ ପ୍ରତିକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ । ୧୯୮୪ ମସିହାରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବେ ଘୋଷଣା […]
ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]
କନ୍ଧମାଳ : କନ୍ଧମାଳ ଜିଲ୍ଲାର ବ୍ୟବସାୟିକ କ୍ଷେତ୍ରରେ ଏକ ବଡ଼ଧରଣର ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ‘ପିନକୋଡ଼ କାର୍ଟ’ ପ୍ଲାଟଫର୍ମ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଦଲ କୁମାର ପ୍ରଧାନଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସିଟିହବ ପରିଚାଳକ,ମିନିହବ ପ୍ରତିନିଧି ଏବଂ ସ୍ଥାନୀୟ ପ୍ରତିନିଧି ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।ଏହି ବୈଠକରେ ମୁଖ୍ୟ ଆଲୋଚନା ପ୍ରସଙ୍ଗ ରହିଥିଲା କି ‘ପିନକୋଡ଼ କାର୍ଟ’ କିପରି ଭାବେ ସ୍ଥାନୀୟ ବ୍ୟବସାୟୀଙ୍କୁ ଡିଜିଟାଲ ବଜାର ସହ ଯୋଡ଼ିବ,ଜିଲ୍ଲା […]
ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୟାଗଡ଼ ବ୍ଲକ ଅଡିସନ ନୂଆରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ,ଶିକ୍ଷାକେନ୍ଦ୍ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଶିକ୍ଷକ ନୀଳମାଧଵ ନନ୍ଦ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ […]
