author

ରବିବାର ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର

ଆସନ୍ତା ୭ ସେପ୍ଟେମ୍ବର ରବିବାର ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର ହୋଇଛି। ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗ୍ରହଣ ନୀତି ଅନୁଯାୟୀ, ଶନିବାର ରାତ୍ର ୨ ଟାରୁ ଫିଟିବ ଦ୍ବାର । ୨ଟା ୪୦ରେ ମଙ୍ଗଳ ଆଳତି ବଢି ଅନ୍ୟାନ ନୀତିକାନ୍ତି ହେବ । ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ […]

ପୂର୍ବତଟ ରେଳପଥ ଦ୍ୱାରା ସ୍ୱତନ୍ତ୍ର ଟ୍ରେନ୍‌ର ଅବଧି ବୃଦ୍ଧି

ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ।୧.ଟ୍ରେନ୍ ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍:ଭଞ୍ଜପୁରରୁ ଏହାକୁ ୧୩ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି। ସେହିପରି ପୁରୀରୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି। ୨.ଟ୍ରେନ୍ ନମ୍ବର ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ଶାଲିମାର ସ୍ପେଶାଲ୍:ଶାଲିମାରରୁ ଏହାକୁ ୧୪ […]

୭ ବର୍ଷ ଧରି ନିଖୋଜ ଥିବା ସ୍ବାମୀଙ୍କୁ ରିଲ୍ସ ଧରାଇ ଦେଲା ଆଉ ତାପରେ ..

ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସୋସିଆଲ ମିଡିଆରେ ରିଲ୍ସ ଦେଖି ୭ ବର୍ଷ ଧରି ନିଖୋଜ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି। ତାଙ୍କ ସ୍ବାମୀ ଅନ୍ୟ ମହିଳାଙ୍କ ସହିତ ରିଲ କରୁଥିବାବେଳେ ଏଠାରେ ମହିଳା ଜଣକ ଗତ ୭ ବର୍ଷ ଧରି ତାଙ୍କ ସ୍ବାମୀଙ୍କୁ ମନେ ପକାଇ ଲୁହ ଗଡ଼ାଉଛନ୍ତି।ଜିତେନ୍ଦ୍ର କୁମାର ଓରଫ ବବଲୁ ନାମକ ଜଣେ ବ୍ୟକ୍ତି ୨୦୧୮ ମସିହାରୁ ନିଖୋଜ ହୋଇଯାଇଥିଲେ। […]

ପୁଣି ଖାକିରେ ଦାଗ ଏକ ଲୁଟ ମାମଲାରେ ୩ ହୋମ ଗାର୍ଡ ସମେତ ୭ ଗିରଫ

ରାୟଗଡ଼ା ତା ୦୨/୦୯ (ନିପ୍ର) ଖାକି ରେ ଦାଗ, ବ୍ୟବସାୟଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍ ଲୁଟ୍ ମାମଲାରେ ତିନି ହୋମହାର୍ଡ, ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାସହ ୨ ଲକ୍ଷ ୮୩ ହଜାର ଟଙ୍କା ଜବତ କରିଛି ରାୟଗଡ଼ା ଟାଉନ ଥାନା ପୋଲିସ। ଏହି ଘଟଣାରେ ସମୁଦାୟ ୯ ଜଣଙ୍କ ସଂପୃକ୍ତି ଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହାସହ ଏହି ଲୁଟରେ […]

କଂଗ୍ରେସ କମିଟି ପକ୍ଷରୁ ସୃଜନ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ ସ୍ଥିତ ନୀଳମାଧବ ହୋଟେଲ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ନୟାଗଡ ଜିଲ୍ଲା କଂଗ୍ରସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧକ୍ଷତା ରେ  ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ ସୃଜନ ଅଭିଯାନର ଅଖିଳଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ଦାଦ୍ରା ନଗର ହାବେଳୀର ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ମହେଶ ଶର୍ମା ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟି […]

ନିଜ ହାତରେ ନାଳ ସଫା କଲେ BDO ମ୍ୟାଡାମ୍

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଲୋକଙ୍କୁ ସଚେତନ କରିବା ପାଇଁ ସ୍ପଟକୁ ଗଲେ ବିଡିଓ ମ୍ୟାଡାମ୍ ।ନୂଆପଡ଼ା ଜିଲ୍ଲାର ସିନାପାଲି ଗାଁର ସିନାପାଲିରେ ଏକ ପ୍ରଶାସନିକ କାର୍ଯ୍ୟକ୍ରମ ଥିଲା । ପଞ୍ଚାୟତକୁ ବିଡିଓ କାର୍ମି ଓରାମ ଆସିଥିଲେ । ତାଙ୍କ ସହିତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ରାଜନୈତିକ ବ୍ୟକ୍ତି ମଧ୍ୟ ଆସିଥିଲେ । କିଛି ଲୋକ ସମସ୍ୟା ବିଷୟରେ ପ୍ରଶାସନକୁ ଅଭିଯୋଗ କରିଥିଲେ । ବସ୍ ଷ୍ଟାଣ୍ଡ ଅଞ୍ଚଳର […]

ସେମିକନ୍‌ ଇଣ୍ଡିଆ ୨୦୨୫ରେ ଅଶ୍ବିନୀ ବୈଷ୍ଣବ ପ୍ରଦାନ କଲେ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଚିପ୍

ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେଇଛି । ସେମିକନ ଇଣ୍ଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର । ସ୍ବଦେଶୀ ନିର୍ମିତ ୩୨ ବିଟ୍ ମାଇକ୍ରୋ ପ୍ରୋସେସର ଚିପ୍ ଉପହାର ଦେଲା ସେମିକଣ୍ଡକ୍ଟର ଲାବରୋଟୋରୀ ସଂସ୍ଥା ବା SCL । ଇସ୍ରୋ ଦ୍ବାରା ପରିଚାଳିତ SCL ପକ୍ଷରୁ ଏହି ଚିପକୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ମୋଦିଙ୍କୁ ଉପହାର ଦିଆଯାଇଥିଲା ।ନୂଆ ଦିଲ୍ଲୀରେ ଆୟୋଜିତ ସେମିକନ୍‌ ଇଣ୍ଡିଆ ୨୦୨୫ରେ ଏହି ଚିପ୍ ପ୍ରଦାନ କରାଯାଇଛି । ଏନ୍‌ଆଇଟି […]

ବିଭାଜିତ ହେବ ପଞ୍ଚାୟତ, ଜିଲ୍ଲା ଓ ସବ ଡିଭିଜନ: ରାଜସ୍ବ ମନ୍ତ୍ରୀ

ଏନ୍‌ଏସି ପରେ ଏବେ ଓଡ଼ିଶାରେ ବଢିବ ଜିଲ୍ଲା ସଂଖ୍ୟା । ବିଭାଜିତ ହେବ ପଞ୍ଚାୟତ ଏବଂ ସବ୍‌ଡିଭିଜନ । ଏନେଇ ବଡ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଜିଲ୍ଲା ପାଇଁ ଅନେକ ଦାବି ରହିଛି । ମୟୁରଭଞ୍ଜ, ସୁନ୍ଦରଗଡ ବଡ ଜିଲ୍ଲା ରହିଛି । କେଉଁଟା ଆଗ କରିବୁ ତାହା ନିଷ୍ପତି ନିଆଯିବ । ୨୦୨୫ ଶେଷକୁ ଜନଗଣନା ଆରମ୍ଭ ହେବ । ଶୀଘ୍ର ଘୋଷଣା ହେବ ରାଜସ୍ୱ ଗାଁ […]

ଖୋଲିଲା ହୀରାକୁଦର ୨ଟି ଗେଟ୍

ଖୋଲିଲା ହୀରାକୁଦର ୨ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ୨ଟି ଗେଟ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୬.୩୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୪.୪୭୨ କ୍ୟୁସେକ ଜଳ ।ଲଘୁଚାପ ଜନିତ ବର୍ଷାକୁ ନେଇ ଜଳସଂପଦ ସର୍ୱୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସୁବଣ୍ଣରେଖାରେ ୨୦.୯୭, ବୁଢାବଳଙ୍ଗରେ ୪୩.୦୭ ମିମି ବର୍ଷା ହୋଇଛି । ବୈତରଣୀରେ ୩୦.୬୫ ମିମି ବର୍ଷା ହୋଇଛି । […]

୪ କୋଟି ଟଙ୍କା ହେରଫେର୍‌ ; ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ

ମୟୁରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ମଙ୍ଗଳବାର ଗିରଫ ହୋଇଛନ୍ତି । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ସସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି ।ବେଲପାହାଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ସେ ଟଙ୍କା ହେରଫେର୍‌ କରିଥିବା ଅଭିଯୋଗ ହୋଇଥିଲା । ଅର୍ଥନୈତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି ।

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ଆଗକୁ ଘଟିବ କି ବଡ ଅଘଟଣ ?

ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ଦୀର୍ଘ ସମୟ ଧରି ଚିଲ ଟି ମନ୍ଦିର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି। ସେପଟେ ଚିଲ ବସିବା ନେଇ ଅନେକ କଳ୍ପନା ଜଳ୍ପନା ଶୁଣିବାକୁ ମିଳିଛି । ସେହିପରି ଗତ କିଛି ମାସ ତଳେ ଅର୍ଥାତ୍ ଏପ୍ରିଲ୍ […]

ପୁଣି ଜଣେ ଜଳିଲେ ମହିଳା

କଟକ ଜିଲା କଂକ୍ରେଇଲୋ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।କୁହାଯାଉଛି ଯେ, କିରୋସିନ ଢାଳି ନିଜକୁ ମହିଳା ଜାଳିଦେଇଛନ୍ତି। ପାରିବାରିକ କଳହରୁ କିରୋସିନ ଢାଳି ପ୍ରାଣହାରିବାକୁ ଉଦ୍ୟମ କରୁଥିଲେ ଏହି ମହିଳା। ସୂଚନାମୁତାବକ କଟକ ଜିଲା କଂକ୍ରେଇଲୋ ଗାଁରେ ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର […]