ଶନିବାର ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବିମାନ vtkss ଜଳଦା କଂସର ପଡ଼ିଆରେ ଅପରାହ୍ନ ୧.୪୦ ମିନିଟ୍ରେ ଜରୁରୀ ଅବତରଣ କରିଛି। ସେଥିରେ ମୃତାହତର କୌଣସି ସୂଚନା ମିଳିନାହିଁ। କିନ୍ତୁ ଦୁର୍ଘଟଣାର ୬ ଜଣ ଆହତ ହୋଇଥିବା କହିଲେ ପରିବହନ ମନ୍ତ୍ରୀ । ୯ ସିଟର ବିମାନ ରାଉରେକଲାରୁ ଭୁବନେଶ୍ବର ଆସିଥିଲା । ୧୦ କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା କହିଲେ ମନ୍ତ୍ରୀ । ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା […]
ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକ ବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ଫତେଗଡ଼ ଥାନା ଆଗରେ ଯୁବତୀ ଜଣକ ପୋକମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପ୍ରେମିକର ବାପା ଏବଂ ଫତେଗଡ଼ ଥାନା ପୁଲିସ ଯୁବତୀଙ୍କୁ ଅଟକାଇ ଥିଲେ। ଚୁକ୍ତି ଅନୁଯାୟୀ ଦୁହେଁ ପ୍ରେମିକ ଏବଂ ପ୍ରେମିକାଙ୍କର ଆଜି କୋର୍ଟରେ […]
ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ବିରଳ ତଥା ଚିତ୍ତାକର୍ଷକ ଖବର । ଆଜିଠାରୁ ଆକାଶରେ ସୌର୍ଯ୍ୟମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ‘ବୃହସ୍ପତି’ ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ ।ବୃହସ୍ପତିକୁ ଚିହ୍ନଟ କରିବା ଅତ୍ୟନ୍ତ ସହଜ। ତାରାପରି ବୃହସ୍ପତି ଝିଲ୍ମିଲ୍ କରେ ନାହିଁ, ବରଂ ଏକ ସ୍ଥିର, ଉଜ୍ଜ୍ୱଳ ହଳଦିଆ-ଧଳା ଆଲୋକ ବିନ୍ଦୁ ଭାବେ ଦେଖାଯାଏ। ଶନିବାରଠାରୁ ସୂର୍ଯ୍ୟାସ୍ତ ପରେ ପୂର୍ବ ଆକାଶରେ ଏହାକୁ ଦେଖିବାକୁ ମିଳିବ। ରାତି ବଢ଼ିବା ସହିତ ବୃହସ୍ପତି ଉପରକୁ ଗତି […]
ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ କର୍ତ୍ତୃପକ୍ଷ । ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ।ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ରାଜ୍ୟରେ ଡ୍ରପ୍ଆଉଟ୍ ପିଲାଙ୍କ ସଂଖ୍ୟା ବଢୁଥିବା ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଥିଲା । ଅନେକ […]
ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଦେଶର ତେଲ ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହା ଭାରତକୁ ଭେନେଜୁଏଲାର ଅଶୋଧିତ ତେଲ ମଧ୍ୟ ବିକ୍ରୟ କରିବ। ହେଲେ ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ତେବେ ଫକ୍ସ ବିଜନେସ ସହିତ ଏକ ସାକ୍ଷାତକାରରେ, ରାଇଟ୍ କହିଛନ୍ତି ଯେ ଆମେରିକା ଭେନେଜୁଏଲାର ତେଲକୁ ବିଶ୍ୱ ବଜାରକୁ ଫେରିବାକୁ ଅନୁମତି ଦେଉଛି । କିନ୍ତୁ […]
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ କୁମ୍ଭୀର ଗଣନା ଶେଷ ହୋଇଛି । ଦିଗପହଣ୍ଡି ବ୍ଳକ ଖମାରି ଗାଁ ପଞ୍ଚାୟତ ସଂଲଗ୍ନ ଘୋଡ଼ାହାଡ଼ ଡ୍ୟାମରେ ୪ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି।ବିଗତ ୪ ବର୍ଷରେ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ରୁ ବୃଦ୍ଧି ପାଇ ୯୫ରେ ପହଞ୍ଚିଥିବା ଜଣାପଡ଼ିଛି । ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ୧୦ଟି ସେଗମେଣ୍ଟ ସହ ପାଖ ଗାଁରେ ଥିବା ୧୬ଟି […]
ସିନେମା ହଲ୍ରେ ଭୟଙ୍କର ଅଗ୍ନିକାଣ୍ଡ । ରାୟଗଡ଼ା ସହରରେ ଥିବା ଅଶୋକା ସିନେମା ହଲ୍ରେ ଭୟଙ୍କର ଅଗ୍ନିକାଣ୍ଡ । ଶତାଧିକ ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।ରାୟଗଡ଼ା ସହର ସ୍ଥିତ ଅଶୋକ ଟକିଜ୍ ସିନେମା ହଲ୍ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ‘ରେବେଲ ଷ୍ଟାର’ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ରାଜା ସାବ୍” ରିଲିଜ୍ ଉପଲକ୍ଷେ ଫ୍ୟାନମାନେ ହଲ୍ ଭିତରେ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣ ଘଟିଛି।ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ତେଲୁଗୁ ସିନେ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପାରିତ ହୋଇଛି ୮ଟି ବିଭାଗର ୧୧ଟି ପ୍ରସ୍ତାବ । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ଵ ଆଦି ବିଭାଗର ପ୍ରସ୍ତାବ ଆଗତ ହୋଇଥିଲା ।ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ କରାଯାଇଛି । ସମସ୍ତ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ, […]
ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କୁ ନେଇ ବସିବ ଉଚ୍ଚ ସ୍ତରୀୟ ବୈଠକ । ଛୁଟି ଦିନ ଓ ସୋମବାର ବାଦ୍ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ । ଭିସି ଜରିଆରେ ଯୋଡ଼ି ହେବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ।ବୈଠକରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର […]
ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଘଟଣା ସର୍ମ୍ପକରେ ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍ରୁ ହଠାତ୍ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍ଟି ହୁତୁହୁତୁ ହୋଇ ମଝି ରାସ୍ତାରେ ଜଳିଯାଇଛି।
ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]
ମାଓମୁକ୍ତ ଦେଶ ଗଠନ ଦିଗରେ ଆଉ ଏକ ବଡ଼ ଖବର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ା ଏସପିଙ୍କ ପାଖରେ ୬୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ଥିବାବେଳେ ୪୫ ଜଣ ପୁରୁଷ ମାଓବାଦୀ ଅଛନ୍ତି । ସମସ୍ତ ଆତ୍ମସମର୍ପଣ ମାଓବାଦୀ ଦକ୍ଷିଣ, ପଶ୍ଚିମ ବସ୍ତର ମାଓ ସଙ୍ଗଠନର ଥିବା ସୂଚନା । ଏମାନଙ୍କ ମଧ୍ୟରୁ କିଛି ଦକ୍ଷଣି ଓଡ଼ିଶାରେ ମଧ୍ୟ ସକ୍ରିୟ ଥିଲେ ।ଏମାନଙ୍କ ମୁଣ୍ଡ ଉପରେ […]
