author

ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ । ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ।୨୦୧୨ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଦେବାକୁ ପଡ଼ିବ ଓଟିଇଟି। ଅବସର ପାଇଁ ୫ବର୍ଷରୁ କମ୍ ଥିଲେ ଦେବାକୁ ପଡ଼ିବନି ଓଟିଇଟି।ଯଦି ସଂପୃକ୍ତ ଶିକ୍ଷକମାନେ TET ପାସ୍ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ ।ସେମାନେ […]

ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ଓଡ଼ିଶା ସବ-ଅଧୀନସ୍ଥ ସ୍ଟାଫ୍ ଚୟନ କମିଶନ (OSSSC) ଅକ୍ଟୋବର ୮ରୁ ରିଭେନ୍ୟୁ ଇନ୍ସ୍ପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରିଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ପାଇଁ ପ୍ରିଲିମ ପରୀକ୍ଷା ଆୟୋଜନ କରିବ। ଏହି ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛି।ସବୁ ଜିଲ୍ଲାରେ ପରୀକ୍ଷା ହେବା ନେଇ ସୂଚନା ଜାରି।

ଶ୍ରୀମନ୍ଦିରରେ ଖୋଲିଲା ଶିଶୁ ସ୍ତନ୍ୟପାନ କେନ୍ଦ୍ର

ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ। ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି।ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି l ଯେଉଁଠାରେ ମା ମାନେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇ ପାରିବେ l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, […]

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଥିଲା । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ […]

ଜିଲ୍ଲା ସଦରମହକୁମାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି l

ରାୟଗଡ ତା: ୦୧/୦୮ (ନିପ୍ର) ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲା ସଦରମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ , ଖଣ୍ଡିୟ ବନାଧିକାରୀ, ସଚିନ ଆନ୍ନା ସାହେବ ଓହଲେ, ,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷୀ ଅଧିକାରୀ,ଉପ ଜିଲ୍ଲାପାଳ, ରାୟଗଡ, ରମେଶ କୁମାର ଜେନା,ଜିଲ୍ଲା ମୁଖ୍ୟ […]

ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ସମୟ ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଇଗ୍ନୋ କର୍ତ୍ତୃପକ୍ଷ ବୃଦ୍ଧି କରିଛନ୍ତି । ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଦେୟ ଦେବାକୁ ହେବ । ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ ।ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in । ତେବେ ସାର୍ଟିଫିକେଟ ପ୍ରୋଗ୍ରାମରେ […]

ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର

୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର ହୋଇଛନ୍ତି। ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟ ସବେରୀ ନଦୀରେ ଯୁବକ ଜଣକ ଫସିଥିଲେ । ୨୪ ଘଣ୍ଟା ଧରି ମଝି ନଈରେ ଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ନଦୀରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଶେଷରେ ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।ଗତ କିଛି ଦିନ ହେଲା ସମଗ୍ର ଦକ୍ଷିଣ […]

ଆଫଗାନିସ୍ତାନ ଭୟଙ୍କର ଭୂମିକମ୍ପ । ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଆଫଗାନିସ୍ତାନ ଭୟଙ୍କର ଭୂମିକମ୍ପ । ପ୍ରକୃତିର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୮ ଶହ ଟପିଲାଣି । ଆଫଗାନିସ୍ତାନରେ ହୋଇଥିବା ଏହି ଭୟଙ୍କର ବିପର୍ଯ୍ୟୟକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରବିବାର ରାତିରେ ଦେଶର ପାର୍ବତ୍ୟ ଅଞ୍ଚଳଗୁଡ଼ିକ ଉପରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ (USGS) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରଠାରୁ ୨୭ କିଲୋମିଟର ଦୂରରେ ଥିଲା। ପ୍ରାୟ ଦୁଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର […]

୪୨ ସହର NAC ତାଲିକାରୁ ବାଦ, ଘୋଷଣା ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଦଳୀୟ ଭିତ୍ତିରେ ହୋଇଛି NAC ଚୟନ। ପୂର୍ବ ସରକାର ଘୋଷଣା କରିଥିବା ତାଲିକାକୁ ଜାଣିଶୁଣି ୪୨କୁ ଦିଆଯାଇଛି ବାଦ। ନୂଆ NAC ଘୋଷଣା ନେଇ ଏଭଳି କହିଛି ବିଜେଡି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି ଏନ୍‌ଏସି ଘୋଷଣା କରିଥିଲେ । ଜନସଂଖ୍ୟା ସହ ଯେଉଁ ପାରାମିଟର ରହିଛି ସେହି ଆଧାରରେ ଘୋଷଣା କରିଥିଲେ ନବୀନ । ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ଘୋଷଣା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ଯେଉଁ ଘୋଷଣା କରିଛନ୍ତି ୧୬ ଜିଲ୍ଲାର […]

ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ହେବ ଦୋକାନ ବଣ୍ଟନ

ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଦୋକାନ ବଣ୍ଟନ ହେବ ବୋଲି ସେ ସୂଚନା ଦେଇଛନ୍ତି।୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ହେବ ଆବଣ୍ଟନ। ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତର୍ଦ୍ବନ୍ଦ୍ବ ଥିଲା, ଯାହା ଏବେ ଦୂର ହୋଇଛି। ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ।ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ୍ […]

ଏଥର ଦୁର୍ଗାପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ

ଏଥର ଦୁର୍ଗାପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣ । ଭସାଣ ବେଳେ ଲାଗିବନି ଲେଜର ଲାଇଟ । ବାଣ ଫୁଟାଇବା ଉପରେ ମଧ୍ୟ ଲାଗିଲା କଟକଣା ।। ଦୁର୍ଗାପୂଜାକୁ ନେଇ ପୁଲିସ ସେବା ଭବନରେ ହୋଇଥିବା ବୈଠକରେ କମିସନରେଟ୍ ପୁଲିସ ପକ୍ଷରୁ ଏହି କଟକଣା ଲଗାଯାଇଛି । ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ କମିଶନର […]

ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ

ରାଜ୍ୟରେ ୩ ଅର୍ଥନୈତିକ ଜୋନ ହେବ କହିଲେ ପରିବହନ ସଚିବ ଉଷା ପାଢୀ । ଭୁବନେଶ୍ୱର, ପୁରୀ, କଟକ ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ । କ୍ୱାଡ ସିଟି ପ୍ରୋଗ୍ରାମ ଜରିଆରେ ହେବ । ସରକାର ପ୍ଲାନ ରଖିଛନ୍ତି । ତେବେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଦ୍ୱିତୀୟ ଜୋନ କରାଯିବ।ସେହିପରି ଉତ୍ତରରେ ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ତୃତୀୟ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି।କେବଳ ସହରାଞ୍ଚଳ […]