author

ରତ୍ନଭଣ୍ଡାର ଗଣତି ମଣତି SOP ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବିସ୍ତୃତ ଆଲୋଚନା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି- ମଣତି ଆରମ୍ଭ ହେବ। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା […]

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସ୍ନାୟୁ ଜନିତ ରୋଗରେ ପୀଡିତ ଅଛନ୍ତି ଡ଼ ରାସେଶ୍ୱରୀ l ତାଙ୍କ ବାସଭବନରେ ଡାକ୍ତର କାଞ୍ଚନ ରାୟ ଓ ଅନ୍ୟ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି । ସୂଚନା ଅନୁସାରେ, ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବୟସ ୭୯ । ଶାନ୍ତିନଗର ସ୍ଥିତ ତାଙ୍କ ନିଜ ଘରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । […]

ଏହିଦିନ ଖାତାକୁ ଆସିବ ‘ସୁଭଦ୍ରା’ର ଚତୁର୍ଥ କିସ୍ତି

‘ସୁଭଦ୍ରା’ର ଚତୁର୍ଥ କିସ୍ତି ଆସିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି। କୋଟିଏ ମହିଳାଙ୍କ ଖାତାକୁ ଏକାଥରେ ୫ ହଜାର ଲେଖାଏଁ ଟଙ୍କା ପଠାଇବେ ରାଜ୍ୟ ସରକାର।ସମସ୍ତଙ୍କ ଖାତାକୁ ଗତ ମାସ ୨୨ ତାରିଖରେ ସୁଭଦ୍ରା ଟଙ୍କା ଆସିଛି ।୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ। ଏହା ସହିତ ଗତ ୨୨ ତାରିଖରେ ନୂଆ […]

ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ ୧.୫କୋଟି ଟଙ୍କା ଜମା କରିଛନ୍ତି ।କୋର୍ଟ କହିଥିଲେ ଯେ ଯଦି ସେ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରନ୍ତି, ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବ। ଯଦି […]

ବାରରେ ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍

ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ ।। ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ । ପୂର୍ବରୁ ଲାଗୁ ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା । ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି । ପସେରା ଆକ୍ଟ ଆଧାରରେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ ହେବେ। ବା ଗତ […]

ଆସନ୍ତାକାଲି ସୂର୍ଯ୍ୟଗ୍ରହଣ : କ’ଣ କରିବେ ନାହିଁ ଜାଣନ୍ତୁ

ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତାକାଲି ହେବ । ଏହି ଗ୍ରହଣ ଫାଲଗୁନ ମାସର ଅମାବାସ୍ୟା ଦିନ ଅପରାହ୍ନ ୩:୨୬ ରୁ ସନ୍ଧ୍ୟା ୭:୫୭ ପର୍ଯ୍ୟନ୍ତରହିବ। ଏହା ଏକ ବଳୟକାର ସୂର୍ଯ୍ୟ ପରାଗ ହେବ । ଏହି ପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରେ ନାହିଁ; ବରଂ, ସୂର୍ଯ୍ୟର ଧାର ଏକ ବଳୟ ପରି ଦେଖାଯାଏ । ଏହି ଦିନଟି ଫାଲଗୁନ ମାସର ଅମାବାସ୍ୟା ମଧ୍ୟ ପଡ଼ିବ ।ବିଶ୍ୱାସ କରାଯାଏ ଯେ ରାହୁ ଏବଂ କେତୁ, […]

ରତ୍ନଭଣ୍ଡାର ଗଣତି ମଣତି ପାଇଁ ସରକାର ତତ୍ପର : ଆଇନମନ୍ତ୍ରୀ

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକ ପରେ ସ୍ପଷ୍ଟତା ଆସିବା ନେଇ ଆଇନ ମନ୍ତ୍ରୀ କହିଛନ୍ତି, ନୂଆ ଏସଓପି ବାବଦରେ ମ୍ୟାନେଜିଂ କମିଟି ଆପ୍ରୁଭ କରିବା ପରେ ସରକାରଙ୍କ ନିକଟକୁ ପଠା ସରିଛି । ବର୍ତ୍ତମାନ ଏ ବିଷୟରେ ଏକ ବିଶେଷ ବିବରଣୀ ଆଲୋଚନା କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ସମୀକ୍ଷା ବୈଠକ ପରେ ତାରିଖ ବାବଦରେ ସ୍ପଷ୍ଟତା ଆସିଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ତେବେ […]

ଆଜିଠୁ AI ଇମ୍ପାକ୍ଟ ଏକ୍ସପୋ-୨୦୨୬ : ଭାରତ ମଣ୍ଡପମରେ ଉଦଘାଟନ କରିବେ ମୋଦୀ

ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ। ଏହି ସମ୍ମିଳନୀ ଯୁବକଙ୍କ ସାମର୍ଥ୍ୟକୁ ଦର୍ଶାଉଛି। ଏହି ଏଆଇ ଇମ୍ପାକ୍ଟ ସମ୍ମିଳନୀ ପାଇଁ ସମଗ୍ର ବିଶ୍ବରୁ ଲୋକ ଭାରତକୁ ଆସୁଛନ୍ତି। ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ପ୍ରଭାବ ଏକ୍ସପୋ ୨୦୨୬ ଉଦଘାଟନ କରିବେ। ଅନ୍ୟ ଏକ […]

ମହାଶିବରାତ୍ରୀରେ ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ିଲେ ଯୁବକ

ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ିଲେ ଯୁବକ । ମହାଶିବରାତ୍ରୀରେ ଜଣେ ଯୁବକ ନିଜ ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡ଼ି ଗଡ଼ି ମନ୍ଦିରରେ ପଞ୍ଚିଥିଲେ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ନିଜ ଗାଁ ଡାଙ୍ଗବାଡ଼ି ଠାରୁ ଅମ୍ଳଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ଧାରଣାରେ ପଡିପଡି ଆସିଛନ୍ତି । ମନ୍ଦିରରେ ପହଞ୍ଚିବା ପରେ […]

୧୭ ଫେବୃଆରୀରୁ CBSE ଦଶମ ଏବଂ ଦ୍ୱାଦଶ ବୋର୍ଡ

CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଙ୍ଗଳବାର ଅର୍ଥାତ୍ ୨୦୨୬ ଫେବୃଆରୀ ୧୭ରୁ ଆରମ୍ଭ ହେବ । CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସକାଳ ୧୦.୩୦ ରେ ଆରମ୍ଭ ହେବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ୧୦.୦୦ ଟା କିମ୍ବା ତା ପୂର୍ବରୁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଚଳିତ ବର୍ଷ ଭାରତ ତଥା ବିଦେଶର ୨୬ଟି ଦେଶରେ ପାଖାପାଖି ୪୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା […]

ରିମାଣ୍ଡରେ ଆସିବ ମଧୁକାନ୍ତ :ରିମାଣ୍ଡ ପାଇଁ କୋର୍ଟରେ ଚୌଦ୍ୱାର ପୁଲିସର ଆବେଦନ

ଚୌଦ୍ୱାର ସର୍କଲ୍ ଜେଲ୍‌ରୁ ଫେରାର୍ ହେବାର ପ୍ରାୟ ୧୩୪ ଦିନ ପରେ ପୁଣି ଗିରଫ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବ । ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ପାଖରେ ପ୍ରାର୍ଥନା କରାଯାଇଛି । ଏହି ରିମାଣ୍ଡ ସମୟରେ ଜେଲ୍ ଭାଙ୍ଗି ଫେରାର ହେବା ଏବଂ ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ ଏବେ କେଉଁଠି ସେନେଇ ମଧୁକାନ୍ତ ଠାରୁ ସତ ଓଗାରିବ ପୁଲିସ୍ । ଅନ୍ୟପଟେ ଜେଲ୍‌ର […]

ଆଜି କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଅନ୍ତିମ ବିଦାୟ

ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ।ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ହାର ମାନିଗଲେ ଡାକ୍ତର । ଗତ ଗୁରୁବାର ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ […]