author

ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିଲା ଦୁର୍ବୃତ୍ତ

ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ନାମରେ ଏକ ଫେକ୍ whatsapp ଆକାଉଣ୍ଟ ଖୋଲା ଯାଇଛି । ଆକାଉଣ୍ଡ ଖୋଲି ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଫଟୋକୁ WhatsAppର ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ଏକ ଫୋନ ନମ୍ବରରୁ ଜିଲ୍ଲାର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିଛି ଠକ । ତେବେ ସଂପୃକ୍ତ ନମ୍ବର ଟି ଜିଲ୍ଲାପାଳ ଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା […]

୨୫ରେ ଆସୁଛି ପୁଣି ଏକ ଲଘୁଚାପ

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ସେଇ ସ୍ଥାନରେ ଆସନ୍ତା ୨୫ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ପାଣିପାଗ ବିଭାଗ ପକ୍ଷରୁ ଦୁଇ ସପ୍ତାହ ଜାରି ବିସ୍ତାରିତ ପୂର୍ବାନୁମାନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ସ୍ୱଳ୍ପ ରହିଛି ।ବର୍ତ୍ତମାନ ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। […]

ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ

ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ। କଟକ CDMOର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଚାଲିଛି ଚଢାଉ । କଟକ ଜିଲାରେ ଥିବା ସାହାଣୀଙ୍କ ସମ୍ପର୍କୀୟ ୫ଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି। ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ କଟକ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ […]

ପ୍ରାଥମିକ ଶିକ୍ଷା ପାଇଁ ରାଜ୍ୟରେ ରହିବ ଗୋଟିଏ ବୋର୍ଡ

ଆସନ୍ତା ୩ ବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ । ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୫ ହଜାର ଶିକ୍ଷକ ପଦବୀ ମଧ୍ୟରୁ ୪୦ ହଜାର ନୂତନ ପଦବୀ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ସ୍କିମାଟିକ୍‌ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହା ସହ ସିଏଚଏସଇ, […]

ଆଜିର ରାଶିଫଳ(୨୨ ଅଗଷ୍ଟ, ୨୦୨୫)

ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]

ଆଇପିଏସ୍‌ ଅଫିସର୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳ ବଦଳ

ଆଇପିଏସ୍‌ ଅଫିସର୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ୧୮ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ପିନାକ ମିଶ୍ର ହେଲେ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ୍‌ ଡିଆଇଜି । ପୁରୀ ଏସପି ହେଲେ ପ୍ରତୀକ ସିଂ ।ସେହିପରି ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିବା ବେଳେ ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ ମିଳିଛି । ଗଜଭିଏ ସତୀଶ କୁମାର […]

ବିରଳ ପ୍ରଜାତି ଗୋଧିକୁ ମାରି ଖାଇବାର ଭିଡିଓ ଭାଇରାଲ! ଅଭିଯୁକ୍ତ ୟୁଟ୍ୟୁବର ଗିରଫ

ବିରଳ ପ୍ରଜାତି ଗୋଧିକୁ ମାରି ଖାଇବାର ଭିଡିଓ ଭାଇରାଲ ଘଟଣାରେ ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ଅଭିଯୁକ୍ତ ୟୁଟ୍ୟୁବର ଗିରଫ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଗ୍ରାମର ବୋଲି ଜଣାପଡିଛି |ଗୋଧିକୁ ଧରିବା ପରେ ହତ୍ୟାକରି ରୋଷେଇ କରିଥିଲା ଅଭିଯୁକ୍ତ । ସମସ୍ତ ପ୍ରକ୍ରିୟାକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଯାହାପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବିରଳ ପ୍ରଜାତିର ଗୋଧିକୁ ହତ୍ୟା […]

ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ପ୍ରିୟଙ୍କାଙ୍କର ହେଲା ସଫଳ ଅସ୍ତ୍ରୋପଚାର

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କର ଆଜି ସଫଳ ଅସ୍ତ୍ରୋପଚାର ସରିଛି। ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଛନ୍ତି। ସକାଳ ୧୧ ଘଟିକାରୁ ଆରମ୍ଭ ହୋଇଥିବା ଏହି ଅସ୍ତ୍ରୋପଚାର ପ୍ରାୟ ୪୫ ମିନିଟ ଧରି ଚାଲିଥିଲା।ଏଥିପାଇଁ ମେଡିକାଲ ପକ୍ଷରୁ ଏକ ୧୦ ଜଣିଆ ଡାକ୍ତରୀ ଟିମ ପ୍ରସ୍ତୁତ ଥିଲେ। ସର୍ଜରୀ ବିଭାଗ ପ୍ରଫେସର ଏଲ. ଭି. ଗୌରିଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ହୋଇଛି। […]

ଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ

ଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ । ଏନେଇ ସରକାର ଯୋଜନା କରୁଥିବା କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୩ଶହ ଟଙ୍କା ରହିଥିବା ବେଳେ ବୋନସ ବାବଦକୁ ୮ଶହ ଟଙ୍କା । ଏବେ ଧାନ କ୍ବିଣ୍ଟାଲ ଜଣେ ଚାଷୀ ୩୧ଶହ ଟଙ୍କା ମିଳୁଛି । ଫଳରେ ଅଧିକାଂଶ ଧାନ ଚାଷ ପାଇଁ ଆକୃଷ୍ଟ ହେଉଛି । ଯାହା ଅନ୍ୟ ଫସଲ ଯଥା […]

ପ୍ରତି ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା

ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ପୂଜା କମିଟି ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର ।ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ପାର୍ବଣ […]

ଘୋଷଣା ହେବ ଆଉ ୯ ନୂଆ NAC – ନଗର ଉନ୍ନୟନ ମନ୍ତ୍ରୀ

ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ୧୬ ତାରିଖରେ ୧୨ଟି NAC ଘୋଷଣା ହୋଇଥିଲା। ଅନ୍ୟ ଯେଉଁ ଜିଲାରେ NAC ପାଇଁ ଦାବି ହେଉଛି, ସରକାର ସେନେଇ ବିଚାର କରୁଛନ୍ତି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।ସେ କହିଛନ୍ତି, ସେଠାକାର ଜନସଂଖ୍ୟା ସହ ଯାହା ଯାହା ମାପ କାଠି ରହିଛି ସେହି ଆଧାରରେ ବିଭିନ୍ନ […]

ଏଣିକି ଡିଜିଟାଲ ଜୁଆ ଖେଳିଲେ ଭୋଗିବେ ୩ ବର୍ଷ ଜେଲ୍

ଅନଲାଇନ ଗେମିଂ ପ୍ରମୋସନ ଏବଂ ରେଗୁଲେସନ ବିଲ, ୨୦୨୫ ଗୃହୀତ ହୋଇଛି। କୌଣସି ବିତର୍କ ବିନା ହଟ୍ଟଗୋଳ ମଧ୍ୟରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ବାରା ବିଶେଷ କରି ମଧ୍ୟବିତ୍ତ ବର୍ଗର ପରିବାର ଉପକୃତ ହେବେ । ପ୍ରତିବର୍ଷ ହଜାର ହଜାର ପିଲା ଅନଲାଇନରେ ଗେମ୍ ଖେଳି ପ୍ରାଣ ହରାଉଛନ୍ତି । ଗେମ୍‌ରେ ସର୍ବସ୍ବ ହରାଇବା ପରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସଂସଦରେ ଅନଲାଇନ ଗେମିଂ ବିଲ୍ ନେଇ ବିଲ୍ […]