ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଅଳ୍ପ ଦିନ ମଧ୍ୟରେ ଯେଉଁମାନଙ୍କର ପ୍ରଦୂଷଣ ଜୋରିମାନା ଆସିଥିବ ତାକୁ ଅଣଦେଖା କରାଯିବ ବୋଲି ପରିବହନ ଆୟୁକ୍ତ ସ୍ପଷ୍ଟ କରିଛନ୍ତି। ସୂଚନାମୁତାବକ ସୋମବାର ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଆରଟିଓ-୧ ପରିସରରେ ତୈଳ ବିତରକ କମ୍ପାନୀ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ […]
ରାଜ୍ୟରେ ଶୀତ ଲହରୀ ଜାରି । ଗତ କିଛି ଦିନ ହେଲା କ୍ରମାଗତ ଭାବେ ଶୀତ ଲହରୀ ଜାରି ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ ୫ ଜିଲ୍ଳାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି […]
ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ । ବଦଳିଲେ ମାମଲାର ତଦନ୍ତକାରୀ ଅଧିକାରୀ । ଆଇୟୁସିଏଡବ୍ଲୁ ତଦନ୍ତ କରିବ, ତଦାରଖ କରୁଛି ସିଏଡବ୍ସୁ । କିନ୍ତୁ ଧଉଳି ଥାନା ପୋଲିସ ତଦନ୍ତରେ ସଦଯୋଗ କରିବ । ଧଉଳି ଥାନାରୁ ଦାୟିତ୍ୱ ହସ୍ତାନ୍ତର କଲେ ତଦନ୍ତକାରୀ ଅଧିକାରୀ । ପୂର୍ବରୁ ଧଉଳି ଥାନାଧିକାରୀ ସ୍ମୃତି ରଞ୍ଜନ ମହାନ୍ତି ଦାୟିତ୍ୱରେ ଥିଲେ। ବର୍ତ୍ତମାନ ଏହି ଦାୟିତ୍ବ ଡିସିପି ହେଡକ୍ବାଟରର ଏଡିସିପି ଆରତୀ ଗିରିଙ୍କୁ ଦିଆଯାଇଛି । ଡିସେମ୍ବର ୧୦ […]
୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଛି ତାଲିକା। ସେହିପରି ୩ଟି ଜିଲାର ୫ ନୂଆ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ ହେଉଛି ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, […]
ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ। ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର। ସୂଚନା ଦେଇ ସେ କହିଛନ୍ତି ଯେ ଏମଭିଆଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। ପିୟୁସି ସାର୍ଟିଫିକେଟ ବାବଦରେ ଆଉଟଲେଟ୍ରେ ଲେଖିବାକୁ କହିଛୁ। ପିୟୁସି କରାଇବାକୁ ସେମାନେ ଆଉଟ୍ଲେଟ୍ରେ ଲେଖିବେ। ସୂଚନାଥାଉକି, ବାୟୁ ଗୁଣବତ୍ତାର ସ୍ଥିତିକୁ […]
ବିହାରର ସମସ୍ତିପୁରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ଅନେକଙ୍କ ଆଖି ଓଦା କରିଦେଇଛି । ପ୍ରେମ, ବିବାହ, ବିଶ୍ୱାସ ଏକତ୍ର ବଂଚିବା ଓ ମରିବା କଣ ତାହା ଏକ ଦମ୍ପତି ପ୍ରମାଣ କରିଛନ୍ତି ।ରୋସେରା ସହରର ୱାର୍ଡ ନମ୍ବର ୨୦ର ବାସିନ୍ଦା ୮୫ ବର୍ଷୀୟ ବିଷ୍ଣୁଦେବ ସାହାଣୀ ଶନିବାର ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ପରିବାର ହସ୍ପିଟାଲକୁ ନେଇଥିଲେ ହେଁ ଅପରାହ୍ନ ପ୍ରାୟ ୩ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପୁଅ ଧରମ […]
ଛାତ୍ରଛାତ୍ରୀଙ୍କ ନିଆରା ପ୍ରତିବାଦ । ୪ କିଲୋମିଟର ଚାଲି ଚାଲି ଗଲେ , ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଗରେ ପାଠ ପଢ଼ିଲେ । ବିଦ୍ୟାଳୟ କୁ ବଞ୍ଚାଇବା ପାଇଁ ଏଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ଏହି ଚିତ୍ର ସାମ୍ନାକୁ ଆସିଛି ଉଦଳା ଠାରେ ଚାଲିଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରୁ। ଗୋପବନ୍ଧୁନଗର ବ୍ଲକ ପୁରଡ଼ିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩୦ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି। ହେଲେ ପୂର୍ବରୁ ବିଦ୍ୟାଳୟରେ ଶ୍ରେଣୀ […]
ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। କ’ଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।ଅମର ସିଂହ ଚହଲଙ୍କ ଆତ୍ମହତ୍ୟା ପ୍ରୟାସ ସମ୍ପର୍କରେ ପଞ୍ଜାବ ଡିଜିପି ଗୌରବ ଯାଦବଙ୍କ ନିକଟରେ ୧୨ ପୃଷ୍ଠାର ଶେଷ ଆବେଦନ ସାମ୍ନାକୁ ଆସିଛି। ଅନଲାଇନ୍ […]
ଅଣ୍ଡାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ କାରଣ ଶରୀରକୁ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ବ ଏଥିରେ ରହିଥାଏ। ଅଣ୍ଡା ହେଉଛି ପ୍ରୋଟିନର ଏକ ଶସ୍ତା, ସୁଲଭ ଏବଂ ନିର୍ଭରଯୋଗ୍ୟ ଉତ୍ସ। ତେବେ ଏକ ରିପୋର୍ଟ ଏହାରର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ଆଉ ଅଣ୍ଡାକୁ ନେଇ ବିବାଦ ଚାଲିଛି। ସ୍ୱାସ୍ଥ୍ୟ ଉତ୍ପାଦ ଏବଂ ଖାଦ୍ୟ ସାମଗ୍ରୀର ବ୍ୟକ୍ତିଗତ ପରୀକ୍ଷା କରୁଥିବା ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଟ୍ରଷ୍ଟେଡ୍ ଏକ ଭିଡିଓ ସେୟାର କରିଛି […]
ନୟାଗଡ଼,(ଓଡ଼ିଶା ଦର୍ପଣ): କେନ୍ଦ୍ର ମୋଦି ସରକାର ବିକଶିତ ଭାରତ ଜୀ ରାମଜୀ ଯୋଜନା ପ୍ରବର୍ତ୍ତନ ଆଳରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ କବର ଦେଇ ଉପା ସରକାରଙ୍କ ପ୍ରଣୀତ ଜନବାଦୀ କାର୍ଯ୍ୟକ୍ରମକୁ ହଟେଇ ଦେଇଛନ୍ତି, ଆଉ ଗଡସେପନ୍ଥୀ ପ୍ରତିକ୍ରିୟାଶୀଳ ନୀତିର ପୃଷ୍ଠପୋଷକତାରେ ଗାନ୍ଧିଜୀଙ୍କ ନାମକୁ ମୂଳପୋଛ କରିବାର ହୀନଚକ୍ରାନ୍ତ କରିଛନ୍ତି। ଏହାର ଆଜି ଦୃଢ଼ ବିରୋଧ କରି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ମନରେଗା ଯୋଜନାର ପୁନଃ […]
ଏପ୍ରିଲ ୧ରୁ ବଦଳିବ ଜମିର ବେଞ୍ଚମାର୍କ ମୂଲ୍ୟ । ଓଡ଼ିଶାରେ ଜମି କିଣାବିକା ନିୟମରେ ବଡ଼ ପରିବର୍ତ୍ତନ । ସରକାର ଜାରି କରିଛନ୍ତି ନୂଆ SOP । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟର ଦ୍ୱିବାର୍ଷିକ ସଂଶୋଧନ ପାଇଁ ଏକ ବିସ୍ତୃତ ସୂଚନା ବା SOP ଜାରି ହୋଇଛି ।ଏହି ନୂଆ ନିୟମ ପ୍ରତି ଦୁଇ ବର୍ଷରେ ଥରେ ଏପ୍ରିଲ ୧ ତାରିଖରୁ […]
ଭିତରକନିକା ଜାତୀୟ ଉଦ୍ୟାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବନ ବିଭାଗର ସୂଚନା ମୁତାବକ, ରବିବାର ଜାତୀୟ ଉଦ୍ୟାନକୁ ଗୋଟିଏ ଦିନରେ ୨୮୬୪ ପର୍ଯ୍ୟଟକ ଆସିଥିଲେ । ପର୍ଯ୍ୟଟକ ବୋଟ୍ ରେ ବସି ନଦୀରେ ବୁଲିବା ସମୟରେ ନଦୀପଠାରେ ଶୋଇ ରହିଥିବା କୁମ୍ଭୀର ସହିତ ହରିଣ ଓ ରଙ୍ଗବେରଙ୍ଗର ପକ୍ଷୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ଭିତରକନିକା ସେଲଫି ପଏଣ୍ଟ୍ ରେ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନଙ୍କର ଉତ୍ସାହ ଦେଖିବାକୁ ମିଳିଥିଲା ।ସ୍କାଏୱାକ୍ରେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ […]
