ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର।ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏଁ ଚାଲିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି । ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ ଯେଉଁମାନେ ୧୦ […]
ମହଙ୍ଗା ହେଲା ଟ୍ରେନ୍ ଯାତ୍ରା। ବଢିଲା ଟ୍ରେନ୍ ଭଡା। ରେଳବାଇ ଘୋଷଣା କରିଛି ଯେ ଟ୍ରେନ ଭଡାରେ ପରିବର୍ତ୍ତନ ଡିସେମ୍ବର ୨୬, ୨୦୨୫ରୁ ଲାଗୁ ହେବ। ୨୧୫ କିଲୋମିଟର ପର୍ଯ୍ୟନ୍ତ ନିୟମିତ ଭଡା ବୃଦ୍ଧି କରାଯାଇ ନାହିଁ। ସାଧାରଣ ବର୍ଗରେ ୨୧୫ କିମିରୁ ଅଧିକ ଯାତ୍ରା ପାଇଁ କିମି ପିଛା ୧ ପଇସା ବୃଦ୍ଧି କରାଯାଇଛିି। ମେଲ୍ / ଏକ୍ସପ୍ରେସ୍ ନନ୍ ଏସି ପାଇଁ କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ଏସି ଯାତ୍ରା ପାଇଁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବ । ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ, ବରଗଡ଼, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ […]
ଜଙ୍ଗଲ ବିଭାଗର ‘ଥାର୍’ କିଣା ଓ ମୋଡିଫିକେସନର ହେବ ସ୍ୱତନ୍ତ୍ର ଅଡିଟ୍ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ସୂଚନା ଦେଇଛନ୍ତି । ପିସିସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । । ୭ କୋଟି ଟଙ୍କାରେ ୫୧ଟି ଥାର କିଣିଥିଲା ଜଙ୍ଗଲ ବିଭାଗ । ହେଲେ ମୋଡିଫିକେସନରେ ଖର୍ଚ୍ଚ ହୋଇଥିଲା ୫ କୋଟି ଟଙ୍କା ।ଏପିରିକି ବିଧାନସଭାର ଶୀତ ଅଧିବେଶନରେ ମଧ୍ୟ […]
ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।ରବିବାର ବିଳମ୍ବିତ ରାତିରେ ଚିକେନ୍ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ସକାଳୁ ସକାଳୁ କୌଣସି ଲୋକ ଘରର କବାଟ ଖୋଲିନଥିଲେ । ପଡୋଶୀ ଲୋକଙ୍କ ସନ୍ଦେହ ହେବାରୁ ଘରର କବାଟ ଖୋଲିଥିଲେ । ଏହାପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । […]
ଆସନ୍ତା ୨୦୨୬ ଫେବୃଆରୀ ୧୮ ତାରିଖରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ। ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଶ୍ନପତ୍ରର ସୁରକ୍ଷା ଲାଗି ମୋଟ୍ ୨୧୦ଟି ହବ୍ କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଚଳିତବର୍ଷ ରାଜ୍ୟରେ ୧୫୦ଟି କଲେଜ ବୃଦ୍ଧି ହୋଇଥିବାରୁ ହବ୍ ସଂଖ୍ୟା ମଧ୍ୟ ବଢ଼ିବାର ସମ୍ଭାବନା ରହିଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଇଛନ୍ତି। ତେବେ ଚଳିତବର୍ଷ […]
ତେଜିଲା ଅଦିନିଆ ରଥଯାତ୍ରା ବିବାଦ। ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରୁଛି ଇସ୍କନ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି । ଏବେ ଆଚାର୍ଯ୍ୟ ମାନଙ୍କ ମତ ଗ୍ରହଣ କରିବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ । ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । […]
ରାଜ୍ୟରେ ଜାରି ରହିବ ଶୀତ। ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ ।। ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ […]
ଅନୁଗୁଳରେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ ଆରମ୍ଭ କରିଛି । ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ । ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ । ବସ ଡ୍ରାଇଭର, […]
ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ବିଜ୍ଞାନ ମେଳା ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ ଉଦଘାଟକ ଭାବେ ଯୋଗଦାନ କରି ବିଧିବଦ୍ଧ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରି ପିଲାମାନଙ୍କୁ ବିଜ୍ଞାନ ମନସ୍କ ହେବା ସହିତ ବିଜ୍ଞାନ ଯୋଗୁଁ […]
ଓଡ଼ଗାଁ,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଓଡ଼ଗାଁ ବ୍ଲକ ଅଡିସନ ସାମ୍ବାଦିକ ଭବନ, ଓଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ଗଣେଶ୍ୱର ସାହୁ ଏବଂ ସାରସ ମିଶ୍ର ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଓଡଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର […]
