author

ଆଜିର ରାଶିଫଳ(୨୧ ଡିସେମ୍ବର, ୨୦୨୫)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

ବିଜେଡି ୨୯ ତମ ପ୍ରତିଷ୍ଠା ଦିବସ; ବିଜେପି ସରକାର ବିଫଳତାକୁ ଲୋକଙ୍କ ପାଖକୁ ନେବ ଟିମ୍ ନବୀନ

ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳନ ହେବ।ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବ । ଏହା ସହିତ ଦଳର ମୁଖ୍ୟାଳୟ ‘ଶଙ୍ଖ ଭବନ’ରେ ଏହାକୁ ମହାସମାରୋହରେ ପାଳନ କରାଯିବ । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଦଳ ପକ୍ଷରୁ ଏନେଇ […]

ଓଡ଼ିଶା କେନେଲ କ୍ଲବ୍‌ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଡଗ୍‌ ସୋ

ଓଡ଼ିଶା କେନେଲ କ୍ଲବ୍‌ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଡଗ୍‌ ସୋ । ଏଥିରେ ୩୦ରୁ ଅଧିକ ପ୍ରଜାତିର କୁକୁର ଭାଗ ନେଇଛନ୍ତି । ଭାରତୀୟ ବ୍ରିଡ୍‌କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆୟୋଜିତ ହେଉଛି ଏ ଡଗ୍ ସୋ । ପ୍ରତିଯୋଗିତାରେ ଭଳିକି ଭଳି କୁକୁର ଦର୍ଶକଙ୍କ ମନ ଜିଣୁଛନ୍ତି। ଏଥିରେ ମୁଖ୍ୟ ଆକର୍ଶଣ ପାଲଟିଛି ରେଶମ କୁକୁର । ଏହା ଥାଇଲାଣ୍ଡର ବ୍ରିଡର ହୋଇଥିବା ବେଳେ ଏହାକୁ ରଖିଛନ୍ତି କୋଲକାତାର ଶୋଫିଆ । […]

ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ

ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର (PUCC) ନ ଥିଲେ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ ବୋଲି ତୈଳ କମ୍ପାନୀମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖାଯାଇଛି।ଫଳରେ ଯେଉଁମାନଙ୍କ ନିକଟରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନ ଥିବ, ସେମାନଙ୍କୁ ମିଳିବନି ପେଟ୍ରୋଲ, ଡିଜେଲ। ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଭରିବା ସମୟରେ ପ୍ରଦୂଣଷ ପ୍ରମାଣପତ୍ର ଯାଞ୍ଚ ହେବ। […]

ରେଳ ଓଭରବ୍ରିଜ ପାର୍ଶ୍ଵ ରାସ୍ତାରେ ନାହିଁ ଷ୍ଟ୍ରିଟ ଲାଇଟ, ଅସୁରକ୍ଷିତ ରାତ୍ର ଫେରନ୍ତା ଯାତ୍ରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ରେଳ ଷ୍ଟେସନ ପାର୍ଶ୍ଵସ୍ଥ ନୟାଗଡ଼-ଖଣ୍ଡପଡା ରାଜ୍ୟ ରାଜପଥ ଉପରେ ନିର୍ମିତ ରେଳ ଓଭରବ୍ରିଜର ଉଭୟ କଡରେ ମୁଖ୍ୟ ରାସ୍ତାରୁ ବାହାରି ରେଳ ଷ୍ଟେସନକୁ ଯାଇଥିବା ରାସ୍ତାରେ ଅଦ୍ୟାବଧି ଷ୍ଟ୍ରିଟ ଲାଇଟ ଲାଗିନାହିଁ। ଫଳରେ ରାତ୍ର ହେଲେ ଏହି ରାସ୍ତା କିଟି କିଟି ଅନ୍ଧାର ହୋଇଥାଏ। ଓଭରବ୍ରିଜ ତଳ ଏବଂ ଏହି ରାସ୍ତା ଦୁଇଟି ନିର୍ଜନ ଅଞ୍ଚଳ ହୋଇଥିବାରୁ ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅସାମାଜିକ ଲୋକମାନେ ଏଠାରେ ଗଂଜେଇ,ଅଫିମ, ବ୍ରାଉନ ସୁଗାର, ମଦ୍ୟପାନ ଆଦି […]

ଶରଣକୁଳ କ୍ଲଷ୍ଟର ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା ସଭା

ଶରଣକୁଳ,(ଓଡ଼ିଶା ଦର୍ପଣ):ଶରଣକୁଳ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମାସିକ ବୈଠକ ଶନିବାର କରଡ଼ା ହରିହରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ସି.ଆର.ସି.ସି ରାଜ କିଶୋର ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ପୂର୍ବତନ ସି.ଆର.ସି.ସି ଗୋଦାବରୀ ବସନ୍ତିଆଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା l  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ […]

ବିଷ ପାଲଟିଲାଣି ରାଜଧାନୀର ବାୟୁ । ଭୁବନେଶ୍ୱରରେ ୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ

ବିଷ ପାଲଟିଲାଣି ରାଜଧାନୀର ବାୟୁ । ଭୁବନେଶ୍ୱରରେ ୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ । ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଆଜି ଭୁବନେଶ୍ୱରରେ ଦିନ ୧.୧୩ ବେଳକୁ ଏକ୍ୟୁଆଇ ୩୪୮ ରହିଥିଲା ଯାହା ଚିନ୍ତାର କାରଣ ପାଲଟିଛି । ନିଶ୍ୱାସରେ ବିଷ ନେଉଛନ୍ତି ଯାହା ଶରୀରକୁ ଯାଇ ରକ୍ତରେ ମିଶି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ସହରା଼ଞ୍ଚଳରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି […]

ଭିବି-ଜି ରାମ-ଜି ବିଲ୍‌କୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ସୋନିଆ ଗାନ୍ଧୀ

ମନରେଗା ଯୋଜନାର ନାମ ପରିବର୍ତ୍ତନ କରି ‘ବିକଶିତ ଭାରତ ଜି-ରାମ ଜି’ (VB-G RAM-G) କରିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ମୋଦୀ ସରକାର ମନରେଗା ଉପରେ ବୁଲଡୋଜର ଚଲାଇ ଗରିବଙ୍କ ସ୍ୱାର୍ଥ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସରକାର ଭୂମିଗତ ବାସ୍ତବତାଠାରୁ ଦୂରରେ ଦିଲ୍ଲୀରେ ବସି କିଏ ନିଯୁକ୍ତି ପାଇବ, କେତେ, କେଉଁଠି ଏବଂ କେଉଁ ଢଙ୍ଗରେ ନିଯୁକ୍ତି […]

ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର ଘୋଷଣା

ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର ଘୋଷଣା । ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ୍ ୮ କୋଟି ୪୦ ଲକ୍ଷର ପୁରସ୍କାର ରଖାଯାଇଛି । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଲାଗିଲା ପୋଷ୍ଟର । ପୋଷ୍ଟରରେ ମାଓବାଦୀଙ୍କ ନାଁ, ଫଟୋ ସହ ପୁରସ୍କାର ରାଶି ଉଲ୍ଲେଖ କରିଛି । ଯେଉଁ ବ୍ୟକ୍ତି ମାଓବାଦୀଙ୍କ ସମ୍ପର୍କରେ ପ୍ରଶାସନକୁ ଖବର ଦେବାକୁ ଚାହାନ୍ତି ସେମାନେ ୯୪୩୭୬୭୩୮୩୯ (9437673839) ନମ୍ବରରେ ଯୋଗାଯୋଗ […]

ଐତିହାସିକ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ସୌନ୍ଦର୍ଯ୍ୟକରଣ ପାଇଁ ଖୁବ୍‌ଶୀଘ୍ର ପ୍ରସ୍ତାବ ଉପରେ ଲାଗିବ ମୋହର

କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ ।ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ ।କେବଳ ପରିକ୍ରମା ମାର୍ଗ ନୁହେଁ, ନିର୍ମାଣ ପରେ କାମରେ ନଲାଗି ଦୀର୍ଘ ବର୍ଷ ଧରି ପଡିରହିଥିବା ଟୁରିଷ୍ଟ୍ ଇଣ୍ଟର୍‌ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ବ୍ୟବହାର ଉପଯୋଗୀ କରାଯିବ । ଗଡ଼ଖାଇ ଖନନରୁ ବାହାରିଥିବା ଐତିହାସିକ ସାମଗ୍ରୀକୁ ଏଠାରେ ସ୍ଥାନିତ […]

ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ : ବାଜିବ ସାଇରନ୍

ଭୁବନେଶ୍ଵର, କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି କଏଦୀ।ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ କରିପାରିବେନି ଗଣ୍ଡଗୋଳ। କଏଦୀଙ୍କୁ ଜଗିବ ଏଆଇ। ୧୮ଟି ଜେଲରେ ଖଞ୍ଜା ହେବ କ୍ୟାମେରା। ସନ୍ଦେହଜନକ ସ୍ଥିତିରେ ବାଜିବ ସାଇରନ୍। ଜେଲ୍ ଭିତର ହେଉକି ସେଲ୍ ଭିତର ସବୁଠି ଟିକନିକ୍ ନଜର ରଖିବ ଏଆଇ।ନିକଟରେ […]

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା,ବାଦ ପଡିଲେ ଶୁଭମନ୍‌ ଗିଲ୍‌

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍‌ ଗିଲ୍‌ । ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ଫେବୃଆରୀ ୭ରୁ ଆରମ୍ଭ ହେବ ବିଶ୍ବକପ ମୁକାବିଲା ।ଭାରତୀୟ ସ୍କ୍ବାର୍ଡ : ସୂର୍ଯ୍ୟକୁମାର ଯାଦବ( ଅଧିନାୟକ), ଅଭିଷେକ ଶର୍ମା, ଅକ୍ଷର ପଟେଲ ( ଉପ ଅଧିନାୟକ), […]