author

ଆଜିର ରାଶିଫଳ(୨୦ ଡିସେମ୍ବର, ୨୦୨୫।

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ହୀରାକୁଦ ଡ୍ୟାମରୁ ଉଦ୍ଧାର ହେଲେ ଯୁବତୀ

ସେଲଫି ନେଉ ଥିବା ବେଳେ ହୀରାକୁଦ ଡ୍ୟାମକୁ ଖସି ପଡିଥିବା ଯୁବତୀ ଶେଷରେ ଉଦ୍ଧାର ହୋଇଛନ୍ତି। ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରମ୍ପେଲା ସେତୁରେ ସେଲଫି ନେଲାବେଳେ ଯୁବତୀ ଜଣକ ଖସିପଡ଼ିଥିଲେ। ଖସିପଡ଼ି ପ୍ରାଣ ବିକଳରେ ପହଁରି ପହଁରି ହୀରାକୁଦ ଜଳଭଣ୍ଡାରରେ ଥିବା ଅଧାବୁଡ଼ା ମନ୍ଦିର ଚୂଡ଼ାକୁ ଧରି ଜୀବନ ରକ୍ଷା କରିଥିଲେ। ଦୀର୍ଘ ସମୟ ଧରି ସେଠାରେ ରହିବା ପରେ ବନହରପାଲି ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀ ତାଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି […]

ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ

ଡିସେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ।ତେବେ ଆଗାମୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇନ ସଚତନତା ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦଶପଲ୍ଲା ବ୍ଲକ , ଘୁଗୁଡ଼ିପଡ଼ା ପଞ୍ଚାୟତର ଘୁଗୁଡ଼ିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶତାଧିକ ଛାତ୍ରଛାତ୍ରୀ, ଅଧିକାର ମିତ୍ର ମାନଙ୍କୁ ନେଇ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ମାନଙ୍କ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରକୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା […]

ଓଡ଼ିଶା ପତ୍ରକାର ସଂଘର ୧୬ତମ ବାର୍ଷିକ ଉତ୍ସବ।ସାମ୍ୱାଦିକ ଏକ ହେଲେ ହିତ ସାଧନ ହୋଇ ପାରିବ

ରାୟଗଡ଼ – ସାମ୍ୱାଦିକ ମାନଙ୍କ ଏକତା ରହିଲେ ସେମାନଙ୍କ ଅଧିକାର ହାସଲ ସମ୍ଭବ ହେବ। ଖାଲି ସେତିକି ନୁହେଁ, ସମାଜ ଗଠନ ଓ ଦୁର୍ନୀତି କ୍ଷେତ୍ରରେ ସୁଧାର ଆସି ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ସ୍ଥାନୀୟ ଲାୟନ୍ସ କ୍ଳବ ପରିସରରେ ଓଡ଼ିଶା ପତ୍ରକାର ସଂଘର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୂଝ୍ୟ ଅତିଥି ଭାବରେ ଦୈନିକ ଖବର କାଗଜ “ପ୍ରିୟ ଖବର” ସମ୍ପାଦକ ରାଜ କିଶୋର ଦାସ ଯୋଗ ଦେଇ […]

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୦୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ 

ନୟାଗଡ,(ଓଡ଼ିଶା ଦର୍ପଣ):ସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟ ପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା “ଙ୍କ ୨୦୭ ତମ ଶ୍ରାଦ୍ଧ ବାର୍ଷିକୀ ଶରଣକୁଳ ଭିକାରିପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ପଣ୍ଡିତ କିଶୋର ଚନ୍ଦ୍ର କର, […]

୨୦୨୬ ଜାନୁଆରି ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରି–୨୦୨୬ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ନୋର ସମସ୍ତ ବିଭାଗର ଅଣ୍ଡର ଗ୍ରାଜୁଏଟ (ସ୍ନାତକ),ପୋଷ୍ଟ୍ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି […]

କୋରାପୁଟ ସୁନାବେଡ଼ା ସ୍ଥିତ ଆହାରକେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ , ଆହାର ଗୁଣବତ୍ତାକୁ ନେଇ ରାଗିଲେ ମନ୍ତ୍ରୀ

କୋରାପୁଟ ସୁନାବେଡ଼ା ଗସ୍ତରେ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।କୋରାପୁଟ ସୁନାବେଡାରେ କାଦ୍ୟ ଗୁଣବତ୍ତାକୁ ନେଇ ରାଗିଗଲେ ମନ୍ତ୍ରୀ | ଡାଲମାରେ ଡାଲି କି ପରିବା ନଥିବା କହି ଚେତାବନୀ ଦେଲେ । ପରିବର୍ତ୍ତନ କରିବା ପାଇଁ ୱାଣ୍ଣିଂ ଦେଲେ ମନ୍ତ୍ରୀ […]

ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌

ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ଇହା ମଧ୍ୟରେ ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍‌ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍‌କୁ ଅଟୋ ସିଗନାଲିଂ ହୋଇସାରିଛି ।୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍‌ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬ […]

ଡିସେମ୍ବର ମାସର ଅଧା ହେଲାଣି,ବାବା କେଦାରନାଥ ଧାମରେ ଏଯାଏ ବରଫ ପଡ଼ିନି

ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ ୫ ଫୁଟରୁ ଅଧିକ ଘନ ବରଫର ଚାଦରରେ ଆଚ୍ଛାଦିତ ଥାଏ । କିନ୍ତୁ ଏହି ବର୍ଷର ପାଗ ବୈଜ୍ଞାନିକ ଏବଂ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।ପୂର୍ବ ବର୍ଷଗୁଡ଼ିକ ପରି, କେଦାରନାଥ ଧାମରେ ​​ଶେଷ ତୁଷାରପାତ ନଭେମ୍ବର ୨୦ତାରିଖରେ ହୋଇଥିଲା। ଡିସେମ୍ବରର ତୃତୀୟ ସପ୍ତାହ ଆରମ୍ଭ ହୋଇଗଲେ ମଧ୍ୟ ପାହାଡ ମଧ୍ୟ […]

ଓଡ଼ିଶା AI ସମ୍ମିଳନୀ-୨୦୨୫ ! ଓଡିଆ ଭାଷା କୁ AI ରେ ଆଣିବାକୁ ବ୍ୟବସ୍ଥା କରାଯିବ

ଭୁବନେଶ୍ୱର ରିଜୋନାଲ AI Impact summit ୨୦୨୫ ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନଭେନ୍ସନ ହଲରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲି ଯୋଗଦେଇ ଥିଲେ । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଏହି ସମିଟରେ ଯୋଗ ଦେଇଛନ୍ତି ।ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏଆଇର ଭୂମିକା,ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ AI ବ୍ୟବହାରକୁ […]

ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ ।ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ ଚାମ୍ବରରେ ଦଳୀୟ ନେତା ଏବଂ ସଂସଦ ସଦସ୍ୟଙ୍କ ସହିତ ଏକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ ଜାତୀୟ କଂଗ୍ରେସ ନେତା ତଥା ୱାୟାନାଡ ଏମ୍‌ପି […]