ରାଷ୍ଟ୍ରପତି ଭବନରୁ ଆସିଛି ଦିଲ୍ଲୀ ଡାକରା । ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ଆସନ୍ତା ସ୍ୱାଧୀନତା ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ ପତ୍ର।ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ଜଣେ ଗରିବ ପରିବାରର ଅବିବାହିତ ମହିଳା। ଘରର ବିଭିନ୍ନ କାର୍ଯ୍ୟ ସହ ଚାଷବାସରେ ପରିବାର ଲୋକଙ୍କୁ ସହଯୋଗ କରିଥାନ୍ତି। ରାଷ୍ଟ୍ରପତି ଭବନରୁ ଡାକ ଯୋଗେ ଆସିଥିବା ନିମନ୍ତ୍ରଣ ପତ୍ର ପାଇ ବେସ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ଏବେ ସେ ସୁନା ବିଷୟରେ ଏକ ବଡ଼ ବୟାନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁନାକୁ ଟାରିଫରୁ ଦୂରରେ ରଖିବାକୁ ଘୋଷଣା କରିବା ପରେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ହଠାତ୍ ୧୪୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ତେବେ, ସୁନା ଏବେବି ୧ ଲକ୍ଷ ଟଙ୍କା ପାର୍ କରିଛି, କିନ୍ତୁ ଏହା ନିଜର […]
ଅନ୍ଲାଇନ୍ ଗେମ୍ ହେଲା କାଳ । ବାଥରୁମ୍ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର ।ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗାଁର ଘଟଣା । ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ନ ଜେନା । ଜୟକୃଷ୍ଣ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲେ । ଏନେଇ ପରିବାର ଲୋକ ବାରଣ କରିବାରୁ ଜୟକୃଷ୍ଣ ଗାମୁଛା ଲଗାଇ ଜୀବନ ହାରିଛନ୍ତି । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]
କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ପିଇସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବ ଙ୍କ ସହ ମୋଟ ୫ ଜଣଙ୍କୁ ଉଠେଇ ଆଣିଛି ରାଜନଗର ପୋଲିସ ।ସୂଚନା ଅନୁସାରେ, ଗତ ରାଖୀ ପୂର୍ଣ୍ଣିମା ଦିନ ପୀଡ଼ିତାଙ୍କୁ ସଂପର୍କୀୟ ପିଉସା ଥଣ୍ଡା ପିଆଇବା ଲାଗି ପାଖ ଦୋକାନକୁ ନେଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ […]
ବରଗଡ଼ ନାବାଳିକାଙ୍କ ମୃତ୍ୟୁ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଝିଅମାନେ ନିଜକୁ ଜାଳି ଜୀବନ ହାରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ନବୀନ କହିଛନ୍ତି । ଗୋଟିଏ ମାସରେ ୪ ଜଣ ଝିଅ ପ୍ରାଣ ହରାଇଛନ୍ତି । ଚାରି ଜଣଙ୍କ ମୃତ୍ୟୁ କୌଣସି ପୃଥକ ଘଟଣା ନୁହେଁ । ଅପରାଧର ଶିକାର ହେବା ପରେ ସେମାନଙ୍କ ମୃତ୍ୟୁ ଘଟୁଥିବା କହଛନ୍ତି ବିରୋଧୀ ଦଳ ନେତା । ସେମାନଙ୍କ ହତାଶା […]
ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]
ନାଗପୁରରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୃତଦେହକୁ ବାଇକରେ ବାନ୍ଧି ନେଇଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।ଜଣେ ବ୍ୟକ୍ତି ଏକ ମୋଟରସାଇକେଲ ପଛରେ ଏକ ମୃତଦେହ ବାନ୍ଧି ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି ଯେ ଜଣେ ବାଇକ୍ ଆରୋହୀ ତାଙ୍କ ବାଇକ୍ ପଛରେ ଏକ ମୃତଦେହ ବାନ୍ଧି ବହୁତ ଦ୍ରୁତ ଗତିରେ ଯାଉଛନ୍ତି।ପୋଲିସ ପରେ ଏହି ବାଇକକୁ ଅଟକାଇ ଏହି ଭିଡିଓ […]
ଏଲନ ମସ୍କଙ୍କ ବୈଦ୍ୟୁତିକ ଯାନ ନିର୍ମାତା କମ୍ପାନୀ ଟେସଲା ଆଜି ଅର୍ଥାତ୍ ୧୧ ଅଗଷ୍ଟ ୨୦୨୫ରେ ଦିଲ୍ଲୀର ଏରୋସିଟି (ଆଇଜିଆଇ ବିମାନବନ୍ଦର ନିକଟରେ)ରେ ନିଜର ଦ୍ୱିତୀୟ ଶୋ’ରୁମ୍ ଆରମ୍ଭ କରିଛି। ମୁମ୍ବାଇ ବ୍ୟତୀତ, ଟେସଲା ଦିଲ୍ଲୀରେ ମଧ୍ୟ ସୁପରଚାର୍ଜର ସୁବିଧା ଯୋଗାଇଛି। ଦିଲ୍ଲୀରେ ମଧ୍ୟ, ନିର୍ମାତା ଶୋ’ରୁମରେ ଚାରୋଟି ସୁପରଚାର୍ଜର ସ୍ଥାପନ କରିଛନ୍ତି।ଦିଲ୍ଲୀର ଏହି ନୂତନ ଶୋ’ରୁମରେ, ଗ୍ରାହକମାନେ ଟେସଲା ମଡେଲ Y ଦେଖିବା, ଟେଷ୍ଟ ଡ୍ରାଇଭ୍ କରିବା ଏବଂ କିଣିବାର ସୁଯୋଗ ପାଇବେ। ଏହି SUVକୁ […]
ଆଗାମୀ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ)ରୁ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ କରାଯିବ। ମାଲକାନଗିରିରୁ ପଦଯାତ୍ରା ଆରମ୍ଭ କରିବେ ପିସିସି ସଭାପତି ଭକ୍ତ ଦାସ। ଏହି ପଦଯାତ୍ରାରେ ୧୪୭ ନିର୍ବାଚନ ମଣ୍ଡଳୀ ବୁଲିବେ ପିସିସି ସଭାପତି। ଏହି ସତ୍ୟାଗ୍ରହ ଯାତ୍ରାରେ ଏଆଇସିସିର ନେତାମାନେ ସାମିଲ ହେବେ ବୋଲି ଜଣାଯାଇଛି।
ନୟାଗଡ଼,(ଓଡ଼ିଶା ଦର୍ପଣ): ରୀତିଯୁଗୀୟ କବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ଥିଲେ ଓଡ଼ିଶା ସାହିତ୍ୟାକାଶର ଉଜ୍ୱଳତମ ଜ୍ୟୋତିଷ୍କ। ତତ୍କାଳୀନ ବୈଷ୍ଣବ କବି ମାନଙ୍କ ମଧ୍ୟରେ ସଦାନନ୍ଦ ଥିଲେ ସର୍ବଶ୍ରେଷ୍ଠ କବି ଏବଂ ତାଙ୍କର ସୃଷ୍ଟି ଥିଲା ଅନନ୍ୟ। କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷର ରାଜ୍ୟ ସ୍ତରୀୟ ବର୍ଷା କବିତା ଆସରରେ ଉପସ୍ଥିତ ଅତିଥି ମାନେ ଏପରି ମତବ୍ୟକ୍ତ କରିଥିଲେ। ସ୍ଥାନୀୟ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ଏକ […]
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସୋମବାର ଆଗତ କରାଯାଇଥିବା ଦୁଇ ଗୁରୁତ୍ୱପୂର୍ଣ୍ଣ ଟ୍ୟାକ୍ସ ବିଲ୍ ଗୋଟିଏ ଦିନରେ ହିଁ ବିନା କୌଣସି ବିତର୍କରେ ପାରିତ ହୋଇଛି ।ଏଥିରେ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ। ଏହି ବିଲ୍ରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି, ଯାହା ସାଧାରଣ କରଦାତାଙ୍କୁ ମଧ୍ୟ ପ୍ରଭାବିତ କରିବ।ସରକାର ଗତ ସପ୍ତାହରେ ୨୦୨୫ର ଇନ୍କମ୍ ଟ୍ୟାକ୍ସ ବିଲ ପ୍ରତ୍ୟାହାର କରିଥିଲେ। ଏହି ବିଲ ୧୯୬୧ର ପୁରୁଣା ଆୟକର ଆଇନକୁ […]
ନିକଟରେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଏବଂ ମହାପ୍ରସାଦ ଅନଲାଇନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ। ଏହା ଦ୍ବାରା ମହାପ୍ରସାଦ ଦେଶ ବିଦେଶରେ ଭକ୍ତଙ୍କ ପାଖରେ ପହଞ୍ଚିପାରିବ।ହେଲେ ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ।ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ମହାପ୍ରସାଦର ପବିତ୍ରତା ଭିନ୍ନ ଅଟେ । […]
