ନୟାଗଡ଼, (ଓଡ଼ିଶା ଦର୍ପଣ):ଆଜି ଅପରାହ୍ଣରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନୟାଗଡ ସ୍ଥିତ ନୀଳମାଧଵ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକଙ୍କ ଅଧକ୍ଷାତାରେ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଜୟଶ୍ରୀ ପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ, ବରିଷ୍ଠ କଂଗ୍ରେସ ନେତା ମନୋଜ ସାହୁ, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ପୀତବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ […]
ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଭୁବନେଶ୍ୱର ୟୁନିଟ ୨ ସ୍ଥିତ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ତେବେ ଜଗବନ୍ଧୁ ପଣ୍ଡାଙ୍କ ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ । ଆତ୍ମହତ୍ୟା ପରି କଥା ପାଟିରେ ନ ଧରିବାକୁ ତାଗିଦ୍ କଲେ । କହିଲେ ଯେ ତମେ ଆତ୍ମହତ୍ୟା କଲେ ମୁଁ କଣ ପାଇଁ ଅଛି । ତେବେ ଦୀର୍ଘ ୪୦ ବର୍ଷ ହେଲା ପୂର୍ତ୍ତ ବିଭାଗରେ ପିଅନ ଭାବେ କାମ କରୁଛନ୍ତି […]
୫ ଜିଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ବଡ଼ ସୂଚନା ଦେଇଛନ୍ତି। କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଜିଲାରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ମୋଟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ କହିଛନ୍ତି। ଜିଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି। ଅନ୍ୟପଟେ ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ […]
ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଶୋଭନା ମହାନ୍ତି। ଯୋଗ ଦେବା ପରେ ସେ କହିଛନ୍ତି, କେହି ଆଇନଠାରୁ ଊଦ୍ଧର୍ବରେ ନୁହନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର। ମାତ୍ର କିଛି ସମୟ ହେଲା ଦାୟିତ୍ୱ ନେଇଛି, ସବୁକିଛି ଅନୁଧ୍ୟାନ କରିବି। ତଦନ୍ତ ପରିସର ଭିତରେ ଯିଏ ଦୋଷୀ ହେବେ, ନିଶ୍ଚିତ ଦଣ୍ଡ ପାଇବେ।ସୂଚନା ଥାଉକି କିଛି ଦିନ ପୂର୍ବେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କୁ […]
ପୁରୀ ପୋଲିସ ହାତରେ ନକଲି ଗୁମାସ୍ତା । ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । BNS ଧାରା ୧୧୧ ଅନୁଯାୟୀ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ପୁରୀ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ଏବଂ ପରେ ଆରମ୍ଭ କରିଥିଲା ଅପରେସନ । ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡା ମାନେ ନିଜକୁ ମନ୍ଦିରର ଗୁମାସ୍ତାର […]
ପୁଣି ବୁର୍ଲାମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳରେଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷିୟା ନାବାଳିକା ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୭୦ ଭାଗ ଅଂଶ ଜଳିଯାଇଥିଲା । ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ହସପିଟାଲକୁ ନିଆଯାଇଥିଲା । ତାଙ୍କୁ ସମ୍ବଲପୁର ବୁର୍ଲା ଭୀମସାର ହସ୍ପିଟାଲର ଏମର୍ଜେନ୍ସି […]
୨୦ ଫୁଟ ଲମ୍ବର କୁମ୍ଭୀର। ଯାହାକୁ ଦେଖୁଛି ତାକୁ ଗୋଡ଼ଉଛି । ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି । ଦେଖିଲେ ଭୟଭୀତ ହୋଇ ଯାଉଛନ୍ତି ସ୍ଥାନୀୟ ବାସିନ୍ଦା । ହଁ ଆଜ୍ଞା, ଏ ଦୃଶ୍ୟକୁ ଟିକେ ଭଲସେ ଦେଖନ୍ତୁ କେମିତି ପାଟିକୁ ଆଁ କରି ରହିଛି । ଆଉ ଶିକାର ଆଶାରେ ପାଣିରେ ଟହଲ ମାରୁଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜରିମୂଳ ବଜାର କେନାଲରେ ବିରାଟକାୟ କୁମ୍ଭୀର ଦୀର୍ଘ ଦିନ ଧରି […]
ପୁଣି ମଣିଷଙ୍କୁ ମିଳିଲା ବଳଦ ଦଣ୍ଡ। ସଂପର୍କରେ ବିବାହ ଯୋଗୁଁ ଦଣ୍ଡିତ କଲେ ଗାଁ ଲୋକ। କୋରାପୁଟ ବନ୍ଧୁଗାଁ ବ୍ଳକ ଚିଡ଼ି ୱାଲସା ଗାଁରେ ଘଟିଛି ଏଭଳି ଘଟଣା। ସଂପର୍କୀୟ ଭାଇ ଭଉଣୀ ବାହା ହେବାରୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗାଁ ଲୋକ। ସ୍ବାମୀ ସ୍ତ୍ରୀଙ୍କୁ କାନ୍ଧରେ ଜୁଆଳି ପକାଇ ଗାଁ ଦାଣ୍ଡରେ ହଳ ବୁଲାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା, ହଳ କରିବା ଅର୍ଥ ମାଟି ମାଆକୁ କ୍ଷମା ପ୍ରାର୍ଥନା କରିବା ଏବଂ ନିଜକୁ […]
ଏବେ କଡ଼ା ନଜରରେ ରହିବେ କଏଦୀ। ରାଜ୍ୟର ବିଭିନ୍ନ ଜେଲ୍ର କଏଦୀଙ୍କ ବିଶୃଙ୍ଖଳିତ ଆଚରଣ ଏବେ ଜେଲ୍ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜେଲ ଉପରେ ଡ୍ରୋନ୍ ଉଡାଯିବାକୁ ନିଷ୍ପତ୍ତି ନିଆଯାଇଛି।ପ୍ରଥମ ପର୍ଯ୍ୟାୟରେ ୫ଟି ଜେଲ୍ରେ ଡ୍ରୋନ୍ ଉଡ଼ାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜେଲ୍ରେ ଡ୍ରୋନ୍ ଉଡ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ରାଜ୍ୟରେ ୧୭ ହଜାର ୪୯୭ କଏଦୀ ବିଭିନ୍ନ ଜେଲ୍ରେ ଅଛନ୍ତି। ଜେଲ୍ ଭିତରେ ଗଞ୍ଜେଇ, ବ୍ରାଉନ୍ସୁଗାର୍, […]
ବାଲେଶ୍ୱର, ବଳଙ୍ଗା, କେନ୍ଦ୍ରାପଡ଼ା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରୁ ସୋମବାର ସକାଳେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି।ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଠାବ। ବରଗଡ଼ ଗାଏସିଲଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟ। ଗୁରୁତର ଅବସ୍ଥାରେ ଫୁଟବଲ୍ ପଡ଼ିଆରୁ ଛାତ୍ରୀ ଉଦ୍ଧାର।ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର […]
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ୨ ଘଣ୍ଟା ଧରି ମଝି ଆକାଶରେ ବୁଲିଲା । ସେଥିରେ ଯାତ୍ରା କରୁଥିଲେ ସାଂସଦଙ୍କ ସମେତ ୧୦୦ ରୁ ଅଧିକ ଯାତ୍ରୀ ଥିଲେ। ଆସନ୍ତା କାଲି ଥିରୁଭାନନ୍ତପୁରମ୍ରୁ ଦିଲ୍ଲୀ ଯାଉଥିବା ବିମାନଟି ଜରୁରୀ ଅବତରଣ କରିଛି। ତେବେ ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ ଯୋଗୁ ଏହି ବିମାନ ଚେନ୍ନାଇରେ ଅବତରଣ କରିଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar୨୪ ରେ ଉପଲବ୍ଧ ସୂଚନା ଅନୁଯାୟୀ, ଏୟାରବସ୍ A320 […]
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ୨ ଘଣ୍ଟା ଧରି ମଝି ଆକାଶରେ ବୁଲିଲା । ସେଥିରେ ଯାତ୍ରା କରୁଥିଲେ ସାଂସଦଙ୍କ ସମେତ ୧୦୦ ରୁ ଅଧିକ ଯାତ୍ରୀ ଥିଲେ। ଆସନ୍ତା କାଲି ଥିରୁଭାନନ୍ତପୁରମ୍ରୁ ଦିଲ୍ଲୀ ଯାଉଥିବା ବିମାନଟି ଜରୁରୀ ଅବତରଣ କରିଛି। ତେବେ ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ ଯୋଗୁ ଏହି ବିମାନ ଚେନ୍ନାଇରେ ଅବତରଣ କରିଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar୨୪ ରେ ଉପଲବ୍ଧ ସୂଚନା ଅନୁଯାୟୀ, ଏୟାରବସ୍ A320 […]
