ଏନ୍ସିଆର୍ ଅଞ୍ଚଳ ଲଗାତାର ଦଶମ ଦିନ ପାଇଁ ବିଷାକ୍ତ ଧୂଆଁ ଭିତରେ ହନ୍ତସନ୍ତ ହେଉଛି । ସୋମବାର ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୮୦କୁ ବୃଦ୍ଧି ପାଇଛି, ଯାହା ‘ଅତି ଖରାପ’ ଶ୍ରେଣୀରେ ରହିଛି। ତାପମାତ୍ରା ହ୍ରାସ ହେତୁ ସୃଷ୍ଟି ହୋଇଥିବା ଧୂମକୁହୁଡ଼ି ପ୍ରଦୂଷଣ ସଙ୍କଟକୁ ଅଧିକ ଜଟିଳ କରିଛି। ଏହାଫଳରେ ଦୃଶ୍ୟମାନତା କମିଯାଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ବିପଦ ବଢ଼ିଛି। ଆଜି ଅପରାହ୍ନରେ ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ‘ଗମ୍ଭୀର’ସ୍ତରକୁ […]
ନୂଆ ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଭାବେ ନେଇଛନ୍ତି ଦାୟିତ୍ୱ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପୂର୍ବରୁ ସିଜେଆଇ ବିଆର ଗବାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଭୁଟାନ, କେନିଆ, ମାଲେସିଆ, ମରିସସ୍, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ […]
ବିହାରରେ ଏକ ସାମ୍ପ୍ରତିକ ଅଧ୍ୟୟନରେ ମା’ଙ୍କ କ୍ଷୀରରେ ୟୁରାନିୟମ (U238) ର ବିପଦପୂର୍ଣ୍ଣ ସ୍ତର ଥିବା ପ୍ରକାଶ ପାଇଛି, ଯାହା ସେମାନଙ୍କ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ଅନେକ ଅନୁଷ୍ଠାନର ଗବେଷକମାନେ ଜାଣିଛନ୍ତି ଯେ ମା’ କ୍ଷୀର ମାଧ୍ୟମରେ ୟୁରାନିୟମର ସଂସ୍ପର୍ଶରେ ଆସିବା ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଣ-କର୍କଟ ସ୍ବାସ୍ଥ୍ୟ ବିପଦ ସୃଷ୍ଟି କରିପାରେ। ଗବେଷଣାରୁ ମିଳିଲା ସାଂଘତିକ ତଥ୍ୟ। ବିହାରରେ ଏକାଧିକ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ବିହାରର ଛଅଟି ଜିଲ୍ଲାରେ […]
ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆକଳନ ଚାଲିଥିବାବେଳେ ଏଥିଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି।ଆଜି ଅବପାତର ରୂପ ନେବ। ଅଧିକ ଘନୀଭୂତ ହୋଇ ଦିନକ ପରେ […]
ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ୩୦ ତାରିଖ ଦିନ ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଭାପୁର ଏବଂ ଖଣ୍ଡପଡ଼ା ବ୍ଲକରେ ସିଜିନ-୩ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଂଯୋଜକ ଲକ୍ଷ୍ମୀଧର […]
ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]
ଓଡ଼ିଶାରୁ ମାଓ ନିପାତ ଯୋଜନା ଚାଲିଥିବା ବେଳେ କନ୍ଧମାଳରୁ ଅପରେସନ୍ ଆରମ୍ଭ ହେବ। ଏଥିପାଇଁ କନ୍ଧମାଳରେ ଡେରା ପକାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ। । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରୁ ମାଓବାଦୀ ମୂଳପୋଛକୁ ଟାର୍ଗେଟ କରାଯାଇଛି । ଅସ୍ତ୍ର ଛାଡି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ଆହ୍ୱାନ ରହିଛି । ମାଓବାଦୀଙ୍କୁ ସରେଣ୍ଡର ପାଇଁ ସ୍ୱତନ୍ତ୍ର ପଲିସି […]
ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଆତ୍ମସମର୍ପଣ କଲେ ୩୭ ମାଓବାଦୀ । ନିଷିଦ୍ଧ ସିପିଆଇ (ମାଓବାଦୀ)ର ୩୭ ଜଣ ଅଣ୍ଡରଗ୍ରାଉଣ୍ଡ କ୍ୟାଡର, ଯେଉଁଥିରେ ତିନି ଜଣ ରାଜ୍ୟ କମିଟି ସଦସ୍ୟ (ଏସସିଏମ) ମଧ୍ୟ ସାମିଲ ଥିଲେ, ଶୁକ୍ରବାର ଦିନ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ କୋୟଡା ସାମବୈହା ଓରପ୍ ଆଜାଦ, ଆପ୍ପାସି ନାରାୟଣ ଓରଫ୍ ରମେଶ ଅଛନ୍ତି […]
ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ସହିତ ମିଳିତ ଭାବରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରିବିଆଇ) ଏବଂ ଏନ୍ପିସିଆଇ ଇଣ୍ଟରନ୍ୟାସନାଲ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ଯାହା ଭବିଷ୍ୟତରେ ୟୁରୋପୀୟ ଦେଶଗୁଡ଼ିକୁ ଯାତ୍ରା କରୁଥିବା ପର୍ଯ୍ୟଟକ ଏବଂ ବ୍ୟବସାୟ ମାଲିକମାନଙ୍କୁ ବହୁତ ସୁବିଧା ପ୍ରଦାନ କରିବ। UPI-TIPS ଇଣ୍ଟରଲିଙ୍କେଜ୍ ପ୍ରକ୍ରିୟା ସମାପ୍ତ ହେବା ପରେ, ଭାରତର ଲୋକମାନେ ଘରେ ବସି ଡିଜିଟାଲ ଭାବରେ ୟୁରୋପକୁ ଟଙ୍କା ପଠାଇପାରିବେ।TIPS ହେଉଛି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପରିଚାଳିତ ଏକ ରିୟଲ -ଟାଇମ […]
ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି । ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି । ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ପୁଲିସ ଘଣ୍ଟାଚକଟା କରିଛି । ତେବେ ଏହି ମାମଲାରେ ଆଉ କିଏ ସବୁ ରହିଛନ୍ତି ତାହା […]
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାର ଗଣତିମଣତି ପାଇଁ ଖୁବଶୀଘ୍ର ମାର୍ଗଦର୍ଶିକା ଆସିବ। ସବୁ ଅଳଙ୍କାରର ଡିଜିଟାଲାଇଜେସନ୍ ପାଇଁ ଯୋଜନା କରାଯାଇଛି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ପାଇଁ ଅଢେଇରୁ ତିନି ମାସ ଲାଗିବ। ଏଥି ସହିତ ୧୯୭୮ର ଗଣତି ସହ ଅଳଙ୍କରକୁ ମେଳ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ଵ ଦିଆଯାଇଛି ।ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା […]
