ନୂଆଦିଲ୍ଲୀରେ ଆଜି ଇଣ୍ଡି ମେଣ୍ଟର ବଡ଼ ବୈଠକ! ମହାଭିଯୋଗ ପ୍ରସ୍ତାବ ଉପରେ ଆଲୋଚନା

ଏସଆଇଆର ରଦ୍ଦ ଓ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀରେ ଇଣ୍ଡିଆ ବ୍ଲକର ଉଚ୍ଚସ୍ତରୀୟ ବୈଠକ । ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ହେବାକୁ ଥିବା ଏହି ବୈଠକରେ ସବୁ ବିରୋଧୀ ଏକାଠି ହୋଇ ଏସଆଇର ରଦ୍ଦ ଓ ସିଆଇସିଙ୍କ ଇସ୍ତଫା ଦାବିରେ ରଣ ହୁଙ୍କାର ଦେବ ।ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବା,ଏଥିଲାଗି ବିରୋଧୀ ଦଳର ନେତାମାନଙ୍କର ସ୍ବାକ୍ଷର ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଇପାରେ।ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ,ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ,କଂଗ୍ରେସ ସଂସଦୀୟ ଦଳ ଅଧ୍ଯକ୍ଷ ସୋନିଆ ଗାନ୍ଧୀ,ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ,ସାଂସଦ ଅଭିଷେକ ବାନାର୍ଜୀ,ଆରଜେଡି ନେତା ତେଜସ୍ବୀ ଯାଦବ,ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା,ପିଡିପି ମୁଖ୍ୟ ମେବବୁବା ମୁଫତି,ସିପିଆଇ(ଏମ୍) ମହାସଚିବ ପ୍ରମୁଖ ଯୋଗ ଦେବେ। ଏନସିପି ( ଶରଦଚନ୍ଦ୍ର ପାଓ୍ବାର) ପକ୍ଷରୁ ସୁପ୍ରିୟା ସୁଲେ ଏବଂ ଆଉ କିଛି ନେତା‘ଇଣ୍ଡିଆ ବ୍ଳକ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢନ୍ତୁ