author

ବିସ୍ଫୋରକ ତିଆରି ଭିଡିଓ ପ୍ରସାରଣ ପରେ ଟିଭି ଚ୍ୟାନେଲ ପାଇଁ ଆଡଭାଇଜରି ଜାରି

ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ଘଟଣାରେ କେନ୍ଦ୍ର ସରକାର ଗଣାଧ୍ୟମ ପାଇଁ ଆଡଭାଇଜରି ଜାରି କରିଛନ୍ତି। ବେଆଇନ କାର୍ଯ୍ୟକଳାପକୁ ସମର୍ଥନ କିମ୍ବା ପ୍ରୋତ୍ସାହନ କଲା ଭଳି କୌଣସି ବିଷୟବସ୍ତ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ବିସ୍ଫୋରକ ପ୍ରସ୍ତୁତି ନେଇ ମଧ୍ୟ ସୂଚନା/ଭିଡିଓ ପ୍ରସାରଣ ପାଇଁ ବାରଣ କରାଯାଇଛି । ଖବର ପ୍ରସାରଣ ବେଳେ ଜାତୀୟ ନିରାପତ୍ତା ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି । ଏପରି ବିଷୟବସ୍ତୁ ହିଂସାକୁ ଉସୁକାଇବାର ଆଶଙ୍କା ଥିବା ବେଳେ ଆଇନ […]

ଅନ୍ତର୍ଜାତୀୟ ପୁରୁଷ ଦିବସ

ପୁରୁଷ ପରିବାରର ମେରୁଦଣ୍ଡ । ଘରର ଦାୟିତ୍ବ ନେବା ସହ ପରିବାରର ସାହାରା ହୋଇଥାନ୍ତି । ଧୈର୍ଯ୍ୟବାନ ହୋଇଥାନ୍ତି । ପରିବାରର ଖୁସି ପାଇଁ ସେମାନେ ବଳିଦାନ ଦେଇଥାନ୍ତି । କେବେ ଜଣେ ବାପା ଭାଇ ,ସ୍ବାମୀ ତ ପୁଣି କେବେ ଜଣେ ଭଲ ବନ୍ଧୁ ହୋଇଥାନ୍ତି । ଦୁଃଖ କଷ୍ଟ ସହି ନିଜର ଦାୟିତ୍ବ ତୁଲାଇଥାନ୍ତି ପୁରୁଷ। ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ନଭେମ୍ବର ୧୯କୁ ପାଳନ କରାଯାଉଛି। ମହିଳା ଦିବସ ଅର୍ଥାତ୍‌ ୮ମାର୍ଚ୍ଚ ସମ୍ପର୍କରେ […]

ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି

ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ମାର୍ଗଶୀର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ ଆଜି ଠାରୁ ତିନିଦିନ ଧରି ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଥାନ୍ତି । ଏହିଦିନ ମାନଙ୍କରେ […]

ଆଜି ଆସିବ ପିଏମ୍ କିଷାନ ଟଙ୍କା

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ବୁଧବାର ପ୍ରେରଣ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ୨,୦୦୦ ଟଙ୍କା ଲେଖାଏ ପଠାଇବେ। ତାମିଲନାଡୁର କୋଇମ୍ବାଟୋରରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ୍‌ କିଷାନରେ ପଞ୍ଜୀକୃତ ହୋଇ ଥିବା ଚାଷୀ ଇ-କଓ୍ବୋଇସି କରିବା ବାଧ୍ୟତାମୂଳକ। ଚାଷୀମାନେ ପିଏମ୍‌-କିଷାନ ପୋର୍ଟାଲରେ ଏହା […]

ଆଜିର ରାଶିଫଳ(୧୯ ନଭେମ୍ବର, ୨୦୨୫)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଗିଲବର୍ ୱାକର୍ ଗୋଲ୍ଡ ସମ୍ମାନ

ମାଟି ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ। ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଗିଲବର୍ ୱାକର୍ ଗୋଲ୍ଡ ସମ୍ମାନ।ପାଣିପାଗ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ସୋସାଇଟି ଆଇଏମଏସ ତରଫରୁ ଏହି ପୁରସ୍କାର ଦିଆଯାଇଛି ।ପାଣିପାଗ ଉପରେ ଗବେଷଣା ଏବଂ ସୂଚନା ଏହା ସହିତ ବାତ୍ୟା ଓ ମୌସୁମୀ ଜନିତ ଲଘୁଚାପ ନେଇ ସଠିକ୍ ଆକଳନ ପାଇଁ କ୍ଷେତ୍ରରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୦୭ ମସିହାରେ […]

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇଟି ବିଭାଗ ଯଥା ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଶିଶୁ ସୁରକ୍ଷା ଅଧିକାର,ଶିଶୁ ଶିକ୍ଷା ଅଧିକାର,ଶିଶୁ ଉପରେ ବୈଷୟିକ ଜ୍ଞାନର ପ୍ରଭାବ, ବାଲ୍ୟ ବିବାହ,ଶିଶୁ […]

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼ ଡାକ୍ତରଖାନାର ଆଇସିୟୁ ଓ୍ବାର୍ଡ ଭିତରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ମଙ୍ଗଳବାଗ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଐତିହାସିକ କଟକ ସହରସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ୍‌ ଏବଂ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି।

ଆସନ୍ତା ୨୭ରେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି: ସୁରମା ପାଢ଼ୀ

ନୂଆଦିଲ୍ଲୀ ସ୍ଥିତ ଲୋକ ସଭା ସଚିବାଳୟର ପାର୍ଲିଆମେଣ୍ଟାରୀ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଫର ଡେମୋକାର୍ସି (ପ୍ରାଇଡ) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଓଡିଶା ବିଧାନସଭା ପରିଦର୍ଶନ କରିଛନ୍ତି। ଏଥିସହ ସଚିବାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବାଚସ୍ପତି ସୁରମା ପାଢୀ ଏହି ବୈଠକକୁ ଉଦଘାଟନ କରିଥିଲେ । ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା […]

ବାଂଲାଦେଶୀ ନାବାଳିକା ଚାଲାଣ ମାମଲା;୧୦ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜସିଟ୍‌

ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାର ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏନ୍‌ଆଇଏ ଭୁବନେଶ୍ବରସ୍ଥିତ ଏକ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନେ ବାଂଲାଦେଶୀ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇଥିଲେ।ସୂଚନା ଅନୁସାରେ ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଆର୍ଥିକ ଲୋଭ ଦେଖାଇ ତଥା ଓଡ଼ିଶାରେ ଚାକିରି ପ୍ରଲୋଭନ ଦେଖାଇ ନାବାଳିକାକୁ ଆଣିଥିଲେ। ତଦନ୍ତ ସମୟରେ ଏନ୍‌ଆଇଏ ମାନବ ଚାଲାଣ ରାକେଟ୍‌ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। […]

ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ

ଜନ୍ମସ୍ଥାନ ଟିଟିଲାଗଡ଼ ଡେଙ୍ଗ ଗାଁରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ କରିଛନ୍ତି ପରିବାର, ସମ୍ପର୍କୀୟ, ଆତ୍ମୀୟ ସ୍ୱଜନ ଓ ସଙ୍ଗୀତ ଦୁନିଆର ବହୁ ସେଲିବ୍ରିଟି। ହ୍ୟୁମାନ୍‌ ସାଗରଙ୍କ ଶେଷକୃତ ଆଜି ସନ୍ଧ୍ୟାରେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ରେ ସମ୍ପନ୍ନ ହୋଇଛି। ହ୍ୟୁମାନ ସାଗରଙ୍କ ଅନ୍ତିମ ବିଦାୟ ସ୍ଥାନୀୟ ଏକ ଚର୍ଚ୍ଚରେ କରାଯାଇଛି। ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ବଲାଙ୍ଗୀର, କଣ୍ଟାବାଞ୍ଜି, ସଇଁତଳାରୁ ମଧ୍ୟ ପ୍ରଶଂସକମାନେ ଛୁଟି ଆସିଥିଲେ।

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ୩ ଆଇପିଏସ୍‌ ଅଧିକାରୀଙ୍କୁ ସମନ!

ବହୁଚର୍ଚ୍ଚିତ ପୋଲିସ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତକୁ ମୂଳରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ପୋଲିସ ଅଧିକାରୀଙ୍କ ନିଯୁକ୍ତି ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି)କୁ ଟାଗେର୍ଟ କରିଛି । ୨୦୨୦ ମସିହାଠାରୁ ଓପିଆର୍‌ବି ଦାୟିତ୍ୱ ମୁଣ୍ଡାଇଥିବା ୩ଜଣ ଆଇପିଏସ୍ ଅଧିକାରୀଙ୍କୁ ସିବିଆଇରେ ହାଜର ହେବା ପାଇଁ ସମନ ପଠାଯାଇଥିବା ସୂଚନା ମିଳିଛି।