author

ନୟାଗଡ଼ରେ ଡକାୟତି ବେଳେ ବୋମାମାଡ଼, ୩ ଗୁରୁତର ମେଡିକାଲରେ ଭର୍ତ୍ତି

ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼। ଏହି ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ଘଟଣାରେ ୩ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ୬ଜଣ ଲୋକ ରାତି ପ୍ରାୟ ସାଢେ ୧୨ଟା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରିପଶି ଆସିଥିଲେ । ଦୁର୍ବୃତ୍ତଙ୍କୁ ଦେଖି ୨ ଯୁବକ […]

ରାଜ୍ୟରେ ଆହୁରି ବଢିବ ଶୀତ, ୨ରୁ ୩ ଡିଗ୍ରୀ ଖସିବ ପାରଦ

ଜାଡ଼ରେ ଥରୁଛି ଓଡ଼ିଶା । ତଳମୁହାଁ ହେଉଛି ତାପମାତ୍ରା । ଆଗାମୀ ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା। ଥରିବ ସାରା ଓଡ଼ିଶା। ତେବେ ୩ଟି ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଜାରି ହୋଇଛି ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ କୁହୁଡ଼ି ପଡ଼ିବ। ଜଳୀୟବାଷ୍ପ ହ୍ରାସ ସହ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ […]

ଯାତ୍ରା ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ, ମଞ୍ଚ ଉପରେ ଚଢ଼ି ହିରୋକୁ ମଧ୍ୟ ପିଟିଲେ

ଯାତ୍ରା କଳାକାରଙ୍କ ଅଭିନୟକୁ ସତ ମାନି ନେଲେ ଦର୍ଶକ । ଅଭିନୟ ଏତେ ଜୀବନ୍ତ ଥିଲା ଯେ, ରାଗ ତମତମ ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିବା ସହ ଉପରକୁ ଉଠି ଆସି ମାରିଲେ ଚାପୁଡା । ଏମିତି ଘଟଣା ଘଟିଛି ଭଦ୍ରକ ଅଣ୍ଡରେଇରେ । ଦ୍ରକ ଅଣ୍ଡରେଇ ଠାରେ ଯାତ୍ରା ରାଜନନ୍ଦିନୀ ”ଏମିତି ବିଚାର କେବେ ଦେଖିନି” ନାଟକ ମଞ୍ଚସ୍ଥ କରୁଥିଲା । ଏଥିରେ ମାଆ ଭୂମିକାରେ ଟୁନିଆ ମଲ୍ଲିକ , ବାପା ଭାବେ ସଞ୍ଜୟ […]

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଆଜି ସରିଥାନ୍ତା, ହେଲେ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖ ଦିନ ଉଦ୍‌ଯାପିତ ହେବ।ସୂଚନାମୁତାବକ ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଥିଲା ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା […]

ପ୍ରକାଶ ପାଇଲା ୨୦୨୬ ବର୍ଷ ପାଇଁ ସରକାରୀ ଛୁଟି ତାଲିକା

ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ଛୁଟି ତାଲିକା। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ମକର ସଂକ୍ରାନ୍ତି(୧୪ ଜାନୁଆରୀ)ରୁ ସରକାରୀ ଛୁଟି ଆରମ୍ଭ ହେଉଛି। ଏହାପରେ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଜୟନ୍ତୀ/ବସନ୍ତ ପଞ୍ଚମୀ ପାଇଁ ୨୩ ଜାନୁଆରୀ ଛୁଟି ଘୋଷଣା କରାଯାଇଥିବାବେଳେ ଗଣତନ୍ତ୍ର ଦିବସ(୨୬ ଜାନୁଆରୀ), ଦୋଳପୂର୍ଣ୍ଣିମା(୩ ମାର୍ଚ୍ଚ), ହୋଲି(୪ ମାର୍ଚ୍ଚ), ଇଦ୍‌-ଉଲ୍‌-ଫିତର(୨୧ ମାର୍ଚ୍ଚ), ଶ୍ରୀରାମନବମୀ(୨୭ ମାର୍ଚ୍ଚ), […]

ସାଉଦି ଆରବରେ ଓଡିଆ ସଙ୍ଗଠନ”ଉତ୍କଳିକା”ର ୧୬ତମ ବାର୍ଷିକ ଉତ୍ସବ ପାଳିତ।

ସାଉଦି ଆରବରେ ପ୍ରବାସୀ ଓଡ଼ିଆ ସଂଗଠନ “ଉତ୍କଳିକା” ନିଜର ୧୬ ତମ ବାର୍ଷିକ ଉତ୍ସବ ସାଉଦି ଆରବର ଜୁବେଲ ଠାରେ ପାଳନ ହୋଇ ଯାଇଛି। ଏଥିରେ ୨୪୦ ଓଡିଆ ପରିବାର ସମେତ ୬୦୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ, ପ୍ୟାରୀମୋହନ ମଲିକଙ୍କ ସ୍ବାଗତ ଭାଷଣ ପରେ ଓଡ଼ିଶୀ ନୃତ୍ୟ,ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ ପାଲା, ପ୍ରଦର୍ଶନ ହୋଇଥିବା ବେଳେ ଯୋଗଦେଇଥିବା କଳାକାର ଏବଂ ଅନୁଷ୍ଠାନମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି […]

ଇଭିଏମରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୧୪ରେ ଗଣତି

ନୂଆ ନେତା ପ୍ରତୀକ୍ଷାରେ ନୂଆପଡ଼ା । ୧୪ ତାରିଖ ଗଣନାକୁ ଏବେ ସମସ୍ତଙ୍କ ପ୍ରତୀକ୍ଷା ।ଇଭିଏମରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ୮୧.୧୪ ପ୍ରତିଶତ ଭୋଟିଂ ହୋଇ ଛି। ନୂଆପଡାରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହୋଇଛି । ମୈଦାନରେ ଅଛନ୍ତି ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝି । ଶାନ୍ତିଶୃଙ୍ଖଳାର […]

୧୫ରୁ ବରଗଡ଼ ଧନୁଯାତ୍ରା କଳାକାର ଚୟନ

ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ୧୫ ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ ପ୍ରକିୟା ଆରମ୍ଭ ହେବ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ କଂସ ଚରିତ୍ର ପାଇଁ କଳାକର ଚୟନ କାର୍ଯ୍ୟ ଅନୁଷ୍ଠିତ ହେବ […]

ଆଜି ପ୍ରଥମାଷ୍ଟାମୀ

ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପୋଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ଏହି ଅବସରରେ ଘରେ ଘରେ ପିଠାପଣା ହେବ। ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ବି କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ । ପୋରୁହାଁ ପିଲାମାନଙ୍କୁ ଏହି ପର୍ବ ପାଇଁ ମାମୁଘରୁ ନୂଆ ପୋଷାକ ମିଳିଥାଏ । ମାମୁଘରେ ଭଣଜା ପୁଅଠୁ […]

ଆଜିର ରାଶିଫଳ(୧୨ ନଭେମ୍ବର, ୨୦୨୫)

ମେଷଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ […]

ଡିସେମ୍ବର ୧୭ ରେ ପରବର୍ତ୍ତୀ OTET

ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଉଭୟ ଇନ ସର୍ଭିସ ଶିକ୍ଷକ ଓ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ହେବ ଫର୍ମ ପୂରଣ ।ବୋର୍ଡ ଅନୁଯାୟୀ, ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତାକାଲି ଠାରୁ କେବଳ www.bseodisha.ac.in ରେ ଅନଲାଇନରେ ଆବେଦନ କରିପାରିବେ । OTET 2025 ଫର୍ମ ପୂରଣ ନଭେମ୍ବର 25 ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି […]

ଏସଆଇ ପରୀକ୍ଷା କେଳେଙ୍କାରୀ: ସିବିଆଇ ତଦନ୍ତ ବିଜ୍ଞପ୍ତି

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ସିବିଆଇ ତଦନ୍ତ ପାଇଁ ସୁପାରିସ୍‌ କରିଥିଲେ ରାଜ୍ୟ ସରକାର। ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ୍‌ ଯାଇ ଜାମିନରେ ଆସିଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଗିରଫ ହୋଇ ସାରିଛନ୍ତି। ସୂଚନାମୁତାବକ ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୧୧୪ ଜଣ ପ୍ରାର୍ଥୀ ଏବଂ ତିନି ଜଣ ଏଜେଣ୍ଟଙ୍କୁ ନେଇ ଯାଉଥିବା ତିନୋଟି ବସ୍ ଅଟକାଇବା […]