ଅକ୍ଟୋବର ୨ରୁ ମାସେ ବ୍ୟାପୀ ବିଜେଡିର ‘ଜନସମ୍ପର୍କ ପଦଯାତ୍ରା

ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ମାସେ ବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ କରିବ ବିଜୁ ଜନତା ଦଳ । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିବ । ଭୁବନେଶ୍ୱରରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।ବିଜେଡି ମୁଖ୍ୟାଳୟ ଉପ ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁଯାୟୀ, ରାଜ୍ୟର ସମସ୍ତ ଅଞ୍ଚଳରେ ଦଳର ସାଂଗଠନିକ ନେଟୱର୍କକୁ ଆହୁରି ସୁଦୃଢ଼ କରିବା ସହ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ, ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଦଳର ସମସ୍ତ ରାଜ୍ୟସ୍ତରୀୟ ପଦାଧିକାରୀ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ଜିଲ୍ଲା ଓ ବ୍ଲକସ୍ତରୀୟ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି ଏବଂ ଅନ୍ୟ ସାଂଗଠନିକ କର୍ମକର୍ତ୍ତାମାନେ ସାମିଲ ହେବେ । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପଦଯାତ୍ରା, ସଭା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଅଧିକ ପଢନ୍ତୁ