ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି । ଚଷମାରେ ହିଡେନ୍ କ୍ୟାମେରା ଲଗାଇ ମନ୍ଦିର ଭିତର ପ୍ରବେଶ କରିଲେ ଅମାନିଆ। ତାଙ୍କୁ ଜଗମୋହନ ନିକଟରେ ଧରିଛନ୍ତି ଜେଟିପି । ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ ବୋଲି ସୂଚନାରୁ ଜଣାପଡ଼ିଛି। ଶ୍ରଦ୍ଧାଳୁ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।ସେହିଭଳି ଯାଜପୁରର ଶାନ୍ତନୁ ମିଶ୍ର ସେବାୟତ ବେଶରେ ଗର୍ଭଗୃହ ଭିତରକୁ ଯିବା ସମୟରେ ବେହରଣ ଦ୍ୱାର ନିକଟରେ ଜେଟିପି ଧରି ଗାରଦରେ ଅଟକ ରଖିଛନ୍ତି।ପୂର୍ବରୁ ମଧ୍ୟ କ୍ୟାମେରା […]
ରାଷ୍ଟ୍ର ଆରାଧନା ଓ ଦେଶପ୍ରୀତିର ଗାଥା କହୁଥିବା ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’କୁ ୧୫୦ ବର୍ଷ ପୂରିଛି । ୧୮୭୬ଠାରୁ ଭାରତୀୟଙ୍କ ମଧ୍ୟରେ ‘ବନ୍ଦେ ମାତରମ୍’ ଦେଶପ୍ରେମ ଓ ଜାତୀୟ ଚେତନା ସୃଷ୍ଟି କରି ଆସୁଛି । ‘ବନ୍ଦେ ମାତରମ୍’କୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛି ଭାରତ ।ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି […]
ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ ବା ଆଇଆର୍ସି ମହାକୁମ୍ଭ । ୧୯୩୪ ମସିହାରୁ ଆଇଆର୍ସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି । ପୁଣି ଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା । ଏହି ମହାକୁମ୍ଭକୁ ଉଦ୍ଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ । ୨୦୧୫ ପରେ ପୁଣି […]
ଆଉ ନାହାନ୍ତି ବର୍ଷୀୟାନ ବଲିଉଡ୍ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ । ଗୁରୁବାର ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ରୋଗଗ୍ରସ୍ତ ଥିଲେ । ସୁଲକ୍ଷଣା କେବଳ ଜଣେ ଅଭିନେତ୍ରୀ ନ ଥିଲେ, ତାଙ୍କର କଣ୍ଠର ଯାଦୁ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ୭୦- ୮୦ ଦଶକରେ ଚଳଚ୍ଚିତ୍ର ଉଲଝନ, ସଂକୋଚ, ଅପନାପନ , ହେରାଫେରି ସିନେମାରେ ଅଭିନୟ କରିଥିଲି […]
ଆଜି ଜାତୀୟ କ୍ୟାନସର ସଚେତନତା ଦିବସ । ବିଶ୍ୱ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜୀବନଶୈଳୀରେ ପରିବର୍ତ୍ତନ […]
ଆସନ୍ତା ରବିବାର ସନ୍ଧ୍ୟାରେ ସରିବ ନୂଆପଡ଼ା ଉପନିର୍ବାଚନ ପ୍ରଚାର । ତେଣୁ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ନବୀନଙ୍କର ମାରାଥନ୍ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ନବୀନ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ଯାଇ ନୂଆପଡ଼ାର କୋମନା ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍ ଦେବାକୁ କହିଥିଲେ । ଆଜି ମଧ୍ୟ ନବୀନ ନୂଆପଡ଼ାରେ ମାରାଥନ୍ ପ୍ରଚାର କରିବେ। ଅନ୍ୟପଟେ ଗତକାଲି ନୂଆପଡା ନିର୍ବାଚନ ପ୍ରଚାରରେ ଯାଇଥିବା ଦୁଇ ମୁଖ୍ୟମନ୍ତ୍ରୀଙ୍କ […]
ମେଷ :ଆଜି କୌଣସି କାରଣ ରୁ ଆପଣ ଖୁସି ରେ ମାତ୍ରା ଅଧିକ ଭବବିହୋଳ ରହିପରାନ୍ତି। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ : ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା […]
ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ବିଜେଡିର ସୁଶାସନ, ବିଜେପି ସରକାରର ପ୍ରତିଶ୍ରୁତି ପ୍ରତାରଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ୨୪ ବର୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟକୁ ସୁଶାସନ ଦେଇଛନ୍ତି । ଓଡ଼ିଶାର ଲୋକେ ସ୍ୱପ୍ନ ଦେଖିଥିଲେ ବର୍ତ୍ତମାନ ସରକାରକୁ ନେଇ । ନିର୍ବାଚନ ଇସ୍ତାହାରରେ କେତେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏଥିରେ କେତେ ସଫଳ ହୋଇଛନ୍ତି ନୂଆପଡାବାସୀ ସମୀକ୍ଷା କରିବେ ।ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ […]
ରାହୁଲ ଗାନ୍ଧୀ ହରିୟାଣାର ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ କରିଛନ୍ତି। ଏହି ବିବାଦ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀରେ ଦେଖାଯାଇଥିବା ଭୋଟର ପରିଚୟପତ୍ର ଫଟୋ ଏବେ ବିବାଦର ବିଷୟ ପାଲଟିଛି। ତେବେ ବ୍ରାଜିଲର ଜଣେ ମଡେଲ ହରିୟାଣାରେ ୨୨ ଥର ଭୋଟ୍ ଦେଇଥିବା ଅଭିଯୋଗ ଓ ସେହି ମଡେଲଙ୍କ ଫଟୋ ରାହୁଲ ଗାନ୍ଧୀ ଦେଖାଇବା ଉପରେ ପ୍ରକ୍ରିୟା ରଖିଛନ୍ତି ବ୍ରାଜିଲର ଜଣେ ମଡେଲ । ବ୍ରାଜିଲ ମଡେଲ ଲାରିସା ନେରି କହିଛନ୍ତି […]
ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ସାନ ସାଶନ ପଞ୍ଚାୟତର ମତ ବାଜ ଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ ଭିତରୁ ସାଢେ ୪ ଫୁଟ ର ନାଗ ସାପ ଉଦ୍ଧାର । ଆଜି ଜଣେ ଶିକ୍ଷକ ବିଦ୍ୟାଳୟର ଅଫିସ ରୁମ ଖୋଲିଲା ବେଳେ ହଟାତ ଗୋଟିଏ ନାଗ ସାପ ଥାକ ଉପରେ ଫଣା ଟେକି ସୋଇ ଥିବା ଦେଖିଥିଲେ । ତେଣୁ ସେ ଭୟଭୀତ ହୋଇ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିଥିଲେ ।ସାପକୁ […]
ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ, ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ […]
ମାର୍ଗଶିର ମାସ ପ୍ରଥମ ପାଳି ଗୁରୁବାର । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାଣବସା ଓଷାକୁ ମହାଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ। ପ୍ରତି ବିବାହିତ ମହିଳା ଏହି ପର୍ବ ପାଳିଥାନ୍ତି । ଏବେ ଚାଉଳ କୁଟିବା ଲାଗି ଢିଙ୍କି ଯୁଗ ନାହିଁ ନହେଲେ ବୋଧହୁଏ ଆଜି ସକାଳୁ ସକାଳୁ ଅରୁଆ ଚାଉଳର ଢିଙ୍କି କୁଟା ଚାଉଳ ଚୂନା ନିଶ୍ଚେ ମାଣ ପାଇଁ ଲାଗି ହୋଇଥାନ୍ତା । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। […]
