author

ପଞ୍ଚୁକ ସମୟରେ ସମସ୍ତ ଭକ୍ତମାନଙ୍କୁ ମାଗଣାରେ ମିଳିବ ମହାପ୍ରସାଦ

ପଞ୍ଚୁକର ପ୍ରଥମ ତିନିଦିନ କେବଳ ବାହାର କାଠରୁ ଶ୍ରୀଜୀଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ଭିତର କାଠ ଦର୍ଶନ ସୁଯୋଗ ମିଳିବ । ଭିଡ଼ ଭିତରେ ନିଖୋଜ ଭକ୍ତମାନଙ୍କୁ ଖୋଜି ପାଇବା ଲାଗି ତିନିଦ୍ୱାରରେ ବ୍ୟବସ୍ଥା କରାଯିବ । ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ମୁଠାଏ ମୁଠାଏ ମହାପ୍ରସାଦ ବଣ୍ଟନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ […]

ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ  ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ଆଜି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର  ମୁଖ୍ୟ ବିଚାରପତି ବି.ଆର୍‌. ଗୱାଇଙ୍କ ସ୍ଥାନରେ ୨୪ ନଭେମ୍ବର ୨୦୨୫ରୁ ଦାୟିତ୍ୱ ଗ୍ରହଣ କରିବେ।ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନିଯୁକ୍ତି ସିଜେଆଇ ଗୱାଇଙ୍କ ସୁପାରିସ ଅନୁଯାୟୀ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଏକ୍ସ’ରେ ଘୋଷଣା କରି କହିଛନ୍ତି, ‘ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ୨୪ […]

ପୁଲିସ ଏସ୍‌ଆଇ ଜାଲିଆତି ମାମଲା: ତଦନ୍ତ କରିବ ସିବିଆଇ

ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କରି ମାମଲା ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ପଛରେ ବଡ଼ ନେଟୱର୍କ ରହିଛି। ଯେହେତୁ ସିବିଆଇ ମାମଲାର ତଦନ୍ତ କରିବ, ସେମାନେ ଯେତେବେଳେ ଆସିବେ ଆମେ ତାଙ୍କୁ ଅପଟୁଡେଟ କେସ ରେକର୍ଡ ହସ୍ତାନ୍ତର କରିବୁ।ଏହି ଘଟଣାରେ ଏଯାବତ ମାଷ୍ଟର ମାଇଣ୍ଡକୁ ଧରିପାରିନି ପୁଲିସ । ଅନ୍ୟପଟେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିସାରିଛି ।ଏହାପଛରେ ବଡ଼ ଧରଣର ଆନ୍ତଃରାଜ୍ୟ […]

ପୀତବାସ ହତ୍ୟା ମାମଲା: ତଦନ୍ତ ପାଇଁ ୨ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ମାମଲା ଲଢିବା ପାଇଁ ଦୁଇ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍‌ପି ଚିଠି ଲେଖିଛନ୍ତି । ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍ ପରିଚାଳନା ପାଇଁ ହାଇ କୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାଦା ରହିଥିବା ଆଇନଜୀବୀ କାଳୀ ଚରଣ ମିଶ୍ରଙ୍କୁ ସ୍ୱତନ୍ତ୍ର ପିପି ରୂପେ ଏବଂ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀଙ୍କୁ ସ୍ୱତନ୍ତ୍ର ଅତିରିକ୍ତ ପିପି ରୂପେ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର […]

ଦେଶ ପାଳୁଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ

ଭାରତର ଲୌହପୁରୁଷ ସର୍ଦ୍ଦାର ବଳ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ରାଷ୍ଟ୍ରୀୟ ଏକତା ଦିବସ ପ୍ରତିବର୍ଷ ଅକ୍ଟୋବର ୩୧ରେ ପାଳନ କରାଯାଉଛି । ରାଷ୍ଟ୍ରୀୟ ଏକତା ଦିବସ ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ । ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍‌ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ […]

ଆଜି ଅଁଳା ନବମୀ, ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଆଜି ପବିତ୍ର ଅଳାଁ ନବମୀ । ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ଲାଗିଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଅତିରିକ୍ତ ଏସ୍‌ପି, ୧୧ ଡିଏସ୍‌ପି, ୨୧ ଇନ୍ସପେକ୍ଟର, ୭୧ ଏସ୍‌ଆଇ ଏବଂ ଏଏସ୍‌ଆଇ, ୯୨ ହାବିଲଦାର ଓ କନଷ୍ଟେବଲ, ୧୦ ଟ୍ରାଫିକ କନଷ୍ଟେବଲ୍‌, ୨୫୦ ଜଣ […]

୨ରୁ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବ, ବଢ଼ିବ ଜାଡ଼ର ପ୍ରକୋପ

ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ କମିଯିବ । ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମପାହାଡ଼ରେ ପାରଦ ୧୫ରୁ ୧୭ ଡିଗ୍ରୀକୁ ଖସି ଯାଇପାରେ ପୂର୍ବାନୁମାନ କରାଯାଉଛି । ୩୧ ତାରିଖ ରାତିରୁ କନ୍ଧମାଳ(ବାଲିଗୁଡ଼ା ଓ ଫୁଲବାଣୀ) ଓ ଗଜପତି(ଗଦାପୁର ଓ ମୋହନା) ରେ […]

ଆଜିର ରାଶିଫଳ(୩୧ ଅକ୍ଟୋବର, ୨୦୨୫)

ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ […]

ସୁଭଦ୍ରା ଶକ୍ତି ମେଳା ନଭେମ୍ବର ପହିଲାରୁ ଆରମ୍ଭ

ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସ୍ଥାନୀୟ ମିଶନ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା ୧ ରୁ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍–୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ସୁଭଦ୍ରା ଶକ୍ତି ମେଳା, ୨୦୨୫-୨୬ ଅନୁଷ୍ଠିତ ହେବ।ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୩୦୦ରୁ […]

ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣ ବାଧ୍ୟତାମୂଳକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନକୁ ଅନୁପାଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସାମଗ୍ରିକ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହିକ୍ରମରେ ସାରା ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟାନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯିବା ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏ ନେଇ […]

ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍, ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ବିଭାଗ

ଓଡ଼ିଶାରେ ୯୨ଟି ରେଳ ଓଭରବ୍ରିଜ୍‌ର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ଆବଶ୍ୟକ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍‌ ଗୁଡ଼ିକୁ ୫୦-୫୦ ଅନୁପାତରେ ଏଥିପାଇଁ ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା ।ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରେଳ ମନ୍ତ୍ରାଳୟ ବହନ କରିବାକୁ ଅନୁରୋଧ […]

ଅବାଧ ମାଦକ ଦ୍ରବ୍ୟ ଚାଷ ଓ ଚରାଚାଲାଣ ରୋକିବା ଉପରେ ଜିଲ୍ଲାସ୍ଥରୀୟ ବୈଠକ ଅନୁଷ୍ଠିତ l

ରାୟଗଡ:-ତା. ୩୦/୧୦-ରlୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଚାଷ ଓ ଚରାଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଓସ୍ୱାନ ସଭାଗୃହରେ ଏକ ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଦୁଧlଲ ଅଭିଶେଖ ଦିଲ୍ଲୀପ ଆୱାସି ମାଧ୍ୟମରେ ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ […]