author

କିଏ ହେବେ ଉପରାଷ୍ଟ୍ରପତି ?

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ଏହାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତେବେ ଏହି ପଦ ପାଇଁ ବର୍ତ୍ତମାନ କେଉଁମାନେ ଦୌଡ଼ରେ ଅଛନ୍ତି, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । କୁହାଯାଉଛି ଯେ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ତାଲିକାରେ କେନ୍ଦ୍ର ମନ୍ତ୍ରୀ ଏବଂ ଜେଡିୟୁ ନେତା ରାମନାଥ ଠାକୁରଙ୍କ ନାମ ଶୀର୍ଷରେ ଅଛି ।ତଥାପି, ଭାରତୀୟ ଜନତା ପାର୍ଟି ସହିତ ଜଡିତ […]

ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନଚ୍ୟୁତ

ସମ୍ବଲପୁରରେ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ଏହି ଟ୍ରେନ୍ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଲାଇନଚ୍ୟୁତ ବଗିକୁ ଛାଡି ସମ୍ବଲପୁର ଗଲା ଟ୍ରେନ୍ । ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ […]

ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରି

ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ । ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରତି କଲା ଉଚ୍ଚଶିକ୍ଷା ବିଭାଗ । ବିଭାଗ ଗଷ୍ଟ କରିଛି ଯେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ ଓ ନାର୍କୋଟିକ୍ ସେବନ ବଢ଼ିବାରେ ଲାଗିଛି । ବିଶେଷକରି ଭବିଷ୍ୟତ ପିଢ଼ି ଗଢ଼ା ହେଉଥିବା ଶିକ୍ଷାନୁଷ୍ଠାନକୁ ଯଦି ଆମେ ନିଶାମୁକ୍ତ କରିପାରିବା ତାହା ହେଲେ ଯୁବପିଢ଼ିଙ୍କ […]

ଆସୁଛି ବଡ ବର୍ଷା । ଆଜି ସୃଷ୍ଟି ହେବ ଲଘୁଚାପ

ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ବୁଧବାର ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, […]

ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା

ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ । ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ଯନ୍ତ ୩ ମାସ ଧରି ବନ୍ଦ ରହିଛି ।

ଆଜିର ରାଶିଫଳ(୨୪ ଜୁଲାଇ, ୨୦୨୫)

ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଛୋଟ ବଡ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ

ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ମନ୍ଦିର ଚତୁଃପାର୍ଶ୍ୱର ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଏକାମ୍ର କ୍ଷେତ୍ର ହେଉଛି ଭାରତ ବର୍ଷର ଏକ ପ୍ରାଚୀନ ଶୈବ ପୀଠ । ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ଛୋଟ ବଡ ମନ୍ଦିର ଅବହେଳିତ ଅବସ୍ଥାରେ […]

ସୌମ୍ୟାଶ୍ରୀ ଜଳିବା ସମୟରେ ସିସିଟିଭି ଫୁଟେଜରେ ଦେଖାଯାଉଥିବା ୨ ଝିଅ କିଏ?

FM କଲେଜ୍ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା। ଯାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଘଟଣାକୁ ପାଖାପାଖି ୧୩ ଦିନ ବିତିଗଲାଣି ହେଲେ ପ୍ରକୃତ ଘଟଣା ଉପରୁ ପରଦା ଉଠିିପାରୁନି। ଘଟଣା ଘଟିବା ସମୟରେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଥିବା ସମୟରେ ସେ କିପରି ଏଣେତେଣେ ଦୌଡୁଥିଲେ ତାର ଏକ ସିସିଟିଭି ଭିଡ଼ିଓ ସେହି ଦିନଠାରୁ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଆଉ ଏହି ଭିଡ଼ିଓରେ ମଧ୍ୟ ଦୁଇ ଜଣ ଝିଅଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ କି ଦୁଆର ସାମ୍ନାରେ […]

ରାସ୍ତା କଡ଼ରୁ ମାନସିକ ବିକାର ଗ୍ରସ୍ତ ମହିଳା ଉଦ୍ଧାର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଚ୍ଚଖଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ରାସ୍ତା କଡ଼ରୁ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ସେବା ଅନୁଷ୍ଠାନରେ ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି, ସଚିବ, ଅଞ୍ଜଳି ମଚ୍ଚଖଣ୍ଡ କୈାଣସି ଏକ କାର୍ଯ୍ୟରେ ନିଜ କାର୍ଯ୍ୟାଳୟ ଠାରୁ ଓଡ଼ଗାଁ ରାସ୍ତାରେ ଯାଉଥିଲେ। ଓଡ଼ଗାଁ ଛକରେ ଅବସ୍ଥିତ ଏକମଲ୍ ନିକଟ ରାସ୍ତା କଡ଼ରେ ମାନସିକ ବିକାର ଗ୍ରସ୍ତ ମହିଳା ଜଣକ […]

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍‌ଭୋକେଟ ଜେନେରାଲ। ଏହି ନିଯୁକ୍ତିକୁ ଓଡିଶା ବିଶ୍ଵବିଦ୍ୟାଳୟ ଅଧିନିୟମ, ୧୯୮୯ର ଉଲ୍ଲଙ୍ଘନ ବୋଲି ଦର୍ଶାଇ ରୁଜୁ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ବେଳେ ଏହା ଜଣାପଡ଼ିଥିଲା । ତେବେ ପୂର୍ବତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା […]

ନିଜକୁ ଜାଳିଦେଲେ ବୃଦ୍ଧ, ଚିଠିରେ ଲେଖିଲେ “ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ”

ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମଦାହ କରିଛନ୍ତି।ସୁଇସାଇଡ ନୋଟ ମିଳିଥିବା ସୂଚନା । ମୃତ ବୃଦ୍ଧ ଜଣଙ୍କ ହେଲେ ବଢିଆ ଉସ୍ତାର ପୀତବାସ ଆଚାର୍ଯ୍ୟ । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରିଛି ତଦନ୍ତ ଆରମ୍ଭ […]

ଉପ-ମୁଖ୍ୟମନ୍ତ୍ରୀଙ୍କ ନାରୀ ସୁରକ୍ଷା ମନ୍ତ୍ର,ଶିକାର ହେଲେ ବିରୋଧ କର

କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ନେଇ ଲୋକସେବା କର୍ମଚାରୀଙ୍କ ପାଇଁ କର୍ମଶାଳା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ହେଲା ପ୍ରଥମ କର୍ମଶାଳା । କେମିତି ରୋକି ହେବ ଯୌନ ନିର୍ଯାତନା, ଲୋକସେବା ଭବନ ବୈଠକରେ ସାମିଲ ହେଲେ ପୁରୁଷ ଓ ମହିଳା କର୍ମଚାରୀ ।ଝିଅ ପୁଅ ଭିତରେ ପାତର ଅନ୍ତର ରଖନ୍ତୁ ନାହିଁ । ମୋର ଅନୁରୋଧ ଶିକାର ହେଲେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା […]