ଅକ୍ଟୋବର ୧ରୁ ବହୁ ନିୟମରେ ପରିବର୍ତ୍ତନ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍, ବଡ଼ ଏଫଡି ଉପରେ ସୁଧ ହାର, ଏଟିଏମରୁ ଟଙ୍କା ଉଠାଣ, ଏନପିଏସ୍ ଚାର୍ଜ ଏବଂ ଏନଆରଆଇଙ୍କଠାରୁ ସମ୍ପତ୍ତି କିଣିବା ଉପରେ ଟିଡିଏସ୍ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହୋଇଛି । ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ସାଲାରୀ ପ୍ୟାକେଜ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ଅନ୍ୟ ବ୍ୟାଙ୍କର ATMରେ ମାଗଣା ଟ୍ରାଞ୍ଜାକ୍ସନ ସୀମା ୧୦ରୁ ହ୍ରାସ ପାଇ ୫ ହୋଇଛି। ଏଥିରେ ଫାଇନାନ୍ସିଆଲ ଓ ନନ-ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ସାମିଲ ରହିଛି।୫ଟି ମାଗଣା ଟ୍ରାଞ୍ଜାକ୍ସନ ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର ATMରୁ ଟଙ୍କା ଉଠାଇଲେ ୨୩ ଟଙ୍କା + GST ଏବଂ ନନ-ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ପାଇଁ ୧୧ ଟଙ୍କା + GST ଚାର୍ଜ ଲାଗିବ।ସେହିପରି Basic Savings Bank Deposit (BSBD) ଆକାଉଣ୍ଟରେ ପ୍ରତି ମାସର ପ୍ରଥମ ୪ଟି କ୍ୟାଶ ୱିଡ୍ରଲ ମାଗଣା ରହିବ। ଏହା ପରେ ପ୍ରତ୍ୟେକ କ୍ୟାଶ ୱିଡ୍ରଲ ପାଇଁ ୧୫ ଟଙ୍କା + GST ଚାର୍ଜ ଦେବାକୁ ପଡ଼ିବ।
