ଆଜିଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ କରାଯାଇଛି। ଯନ୍ତ୍ରଚାଳିତ ବୋଟ ଚଳାଚଳ ବନ୍ଦ । ଆଇନ ଭାଙ୍ଗିଲେ ଜେଲ ଓ ଜରିମାନା ହେବ ବୋଲି ନିର୍ଦ୍ଦେଶ […]
ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସର ରେ ସମସ୍ତ ବିଭାଗର ବିଚାର ପତି, କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମସ୍ତ କର୍ମଚାରୀ, ଓକିଲ ସଙ୍ଘ ର ସମସ୍ତ ଆଇନ ଯିବି ମାନଙ୍କୁ ନେଇ ରାଷ୍ଟ୍ରୀୟ ଏକତl ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ଶିବିର ଅନୁଷ୍ଠିତ ହୋଇ ଯାଇଛି l ଆନୁଷ୍ଠାନିକ ଭାବେ […]
୨୧ ବର୍ଷ ବୟସ ହୋଇଥିଲେ କାଲିଠୁ ସୁଭଦ୍ରା ଆବେଦନ କରିପାରିବେ । ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରବାତୀ ପରିଡା । ଆଚରଣ ବିଧି ଲାଗିଥିବା ଅଂଚଳକୁ ଛାଡି ଅନ୍ୟ ସବୁ ଅଂଚଳରେ ଆବେଦନ କରିପାରିବେ । ମାର୍ଚ୍ଚ 31 2025 ରେ ଯେଉଁ ମହିଳାମାନକୁ 21 ବର୍ଷ ହୋଇଥିବ ସେମାନେ କାଲି ଠୁ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ । ମାର୍ଚ୍ଚ ୮ ରେ ସେମାନେ ମଧ୍ୟ ସୁଭଦ୍ରା […]
ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆକଳନ କରିଛନ୍ତି ଅର୍ନ୍ତଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ । ଅନ୍ୟପଟେ କେନ୍ଦ୍ରେୀୟ ଛତିଶଗଡ଼ ଏବଂ ଆଖପାଖ ଅଞ୍ଚଳରେ ସୁଚିହ୍ନିତ ଲଘୁଚାପ କ୍ଷେତ୍ର ବା ମୋନ୍ଥାର ଅବଶିଷ୍ଟାଂଶ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଆଜି ସକାଳରେ ଝାଡ଼ଖଣ୍ଡ ଏବଂ ଏହାର ଆଖାପଖ ଅଞ୍ଚଳ ଉପରେ ପଡ଼ିଛି । […]
ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିତ ପରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୁବ୍ରତ କୁମାର ତ୍ରିପାଠୀ ନାମକ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।ଓଇଆରସି ଅଧ୍ୟକ୍ଷ ଥାଇ କିପରି ସଭାପତି ପଦ ଗ୍ରହଣ କଲେ ସେନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୁବ୍ରତ ତ୍ରିପାଠୀ । ବିଦ୍ୟୁତ ସଂସ୍କାର ଆଇନ୍ ଓ ବିଦ୍ୟୁତ ଆଇନର ଉଲ୍ଲଙ୍ଘନ କରାଯାଇଥିବା ଜନସ୍ବାର୍ଥ ମାମଲାରେ […]
ବିଜେଡି ନେତା ପ୍ରୀତିରଞ୍ଜନ ଘଡେ଼ଇଙ୍କ ଘରେ ଚଢ଼ଉ କରାଯାଇଛି । ନୂଆପଡ଼ା ଖରିଆର ରୋଡ଼ରେ ପ୍ରୀତିରଞ୍ଜନ ଘଡେ଼ଇ ରହୁଥିବା ଘରେ ପୁଲିସ ଚଢ଼ଉ କରିଛି । ପ୍ରୀତିରଞ୍ଜନ ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର ଦାୟିତ୍ୱରେ ଅଛନ୍ତି । ତେବେ ଏହାକୁ ବିରୋଧ କରି ବିଜେଡି ନେତା ଓ କର୍ମୀ ହାଲ୍ଲାବୋଲ କରିଛନ୍ତି । ଚଢ଼ଉ କରିବାକୁ ଆସିଥିବା ପୁଲିସ ଓ ଅଧିକାରୀଙ୍କୁ ସେମାନେ ବିରୋଧ କରିଥିଲେ ।ପୁଲିସ ପ୍ରଶାସନର ଗାଡ଼ିକୁ ମଧ୍ୟ ଅଟକାଇଥିଲେ । କୁହାଯାଉଛି ଯେ […]
ସରିବାକୁ ଯାଉଛି ଡେଡ୍ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି। ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଅକଳରେ ପକାଇଛି । ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ […]
ଆନ୍ଧ୍ର ପ୍ରଦେଶ କୁର୍ନୁଲ ବସ ଟ୍ରାଜେଡି ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ହେଲା SOP । ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବସରେ ଫାୟାର ଡିଟକ୍ସନ ଓ ସପ୍ରେସନ ସିଷ୍ଟମ ରଖିବା ବାଧ୍ୟତାମୂଳକ ଅଟେ । ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର, କାଚ ଭାଙ୍ଗିବାକୁ ହାତୁଡି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ […]
ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ । ସଠିକ ସମୟରେ ଅଫିସ ଆସୁଛନ୍ତି କି ନାହିଁ ତାହା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆଜି ୧୦ଟା ୧୫ ମିନିଟ ସମୟରେ ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ରାଜ୍ୟ ହାଇଡ୍ରୋ […]
ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼ । ହାତ ଗୋଡ଼ ବାନ୍ଧି ମାରିଲେ ନିର୍ଘାତ ମାଡ଼ । ହାତ ଯୋଡି ନେହୁରା ସତ୍ବେ ଛାଡ଼ିଲେନି ଦୁର୍ବୃତ୍ତ । ବିଧା ଗୋଇଠା ସହ ନିର୍ଘାତ ମାଡ ମାରି କରିଲେ ଲହୁ ଲୁହାଣ । ପର୍ଯଟନ ସ୍ଥଳୀରୁ ଭିଡିଓ ଭାଇରାଲ ପରେ ଆକ୍ସନ ମୋଡ଼ରେ ପୋଲିସ । ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । ଏଥିରେ ସମ୍ପୃକ୍ତି ଥିବା […]
ପଞ୍ଚୁକର ପ୍ରଥମ ତିନିଦିନ କେବଳ ବାହାର କାଠରୁ ଶ୍ରୀଜୀଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ଭିତର କାଠ ଦର୍ଶନ ସୁଯୋଗ ମିଳିବ । ଭିଡ଼ ଭିତରେ ନିଖୋଜ ଭକ୍ତମାନଙ୍କୁ ଖୋଜି ପାଇବା ଲାଗି ତିନିଦ୍ୱାରରେ ବ୍ୟବସ୍ଥା କରାଯିବ । ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ମୁଠାଏ ମୁଠାଏ ମହାପ୍ରସାଦ ବଣ୍ଟନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ […]
