author

ବାଲୁଗାଁ ଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା

ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ତମିଶ୍ରା ସେଠୀଙ୍କ ଅଧ୍ୟକ୍ଷତାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସର୍ବମୋଟ ୫୩ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପଦ୍ମଚରଣ ସାହୁ, ପଦ୍ମନାଭ ବେହେରା ଓ ଭବାନୀ ମିଶ୍ରଙ୍କ ତତ୍ତ୍ଵାବଧାନରେ ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାନିତ ହୋଇଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନଙ୍କ […]

୭୫ତମ ବାର୍ଷିକ ସାଧାରଣ ସଭାର

ରାୟଗଡ଼ା ଜିଲ୍ଲା ସମ୍ମିଳନୀ କକ୍ଷରେ କୋରାପୁଟ କେନ୍ଦ୍ର ସମବାୟବ୍ୟାଙ୍କର ୭୫ତମ ବାର୍ଷିକ ସାଧାରଣ ସଭା, ବ୍ୟାଙ୍କର ସଭାପତି ଇଂ. ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ସାଧାରଣ ସଭାରେ ବ୍ୟାଙ୍କର ଅଂଶୀଦାର ବିଭିନ୍ନ ସମବାୟ ସମିତି ତରଫରୁ ମନୋନୀତ ପ୍ରତିନିଧ୍ ବୃନ୍ଦ, ବ୍ୟାଙ୍କ ପରିଚାଳନା ପରିଷଦର ଉପ ସଭାପତି ସୁଶ୍ରୀ ଦୁରୁପୁତା ଭତ୍ରା ସମେତ ନିର୍ଦ୍ଦେଶକ ବୃନ୍ଦ, ଉପ ନିବନ୍ଧକ ସମବାୟ ସମିତି ସମୂହ, ଜୟପୁର ବିଭାଜନ ଓ ରାୟଗଡା ବିଭାଜନ, ବ୍ୟାଙ୍କର […]

୬ ମାସ ପରେ ଖୋଲିଲା କୁଲଡିହା ଅଭୟାରଣ୍ୟ

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଜୀବଜନ୍ତୁଙ୍କୁ ଦେଖିବାର ମଜା ଉଠାଇବେ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ କୁଳଡିହା ଅଭୟାରଣ୍ୟ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ କରିବ ସେନେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପରିକି ପର୍ଯ୍ୟଟକଙ୍କ ରାତ୍ରିଯାପନ କରିବାର ବ୍ୟବସ୍ଥା ରହିଛି । ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, […]

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଆଜି ୫୨ତମ ଜନ୍ମଦିନ

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ଆଜି ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି ।ବଚ୍ଚନ ପରିବାରର ବୋହୂ ତଥା ଜଣାଶୁଣା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ତାଙ୍କ ଅଭିନୟ ତଥା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । 1994 ମସିହାରେ ଐଶ୍ୱର୍ଯ୍ୟା ମିସ୍ ୱାଲର୍ଡର ମୁକୁଟ ଜିତିଥିଲେ, ଏହାପରେ ତାଙ୍କ ଜୀବନରେ ଆସିଥିଲା ଟ୍ୱିଷ୍ଟ । ତାଙ୍କୁ ଅନେକ ଆଡୁ ବହୁତ ଅଫର୍ ମଧ୍ୟ ଆସିବାରେ ଲାଗିଲା, ବର୍ତ୍ତମାନ ସେ ବଲିଉଡର ନାମୀଦାମୀ ହିରୋଇନଙ୍କ ମଧ୍ୟରୁ ଜଣେ […]

ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ଟଙ୍କା ମିଳିବ। ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା। ସୂଚନାମୁତାବକ ଗତ ମାର୍ଚ୍ଚ ୩୧ରେ ଯେଉଁମାନଙ୍କୁ ୨୧ ବର୍ଷ ବୟସ ହୋଇଥିବ ସେମାନେ ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ରେ ଆବେଦନ କରିପାରିବେ । ଆସନ୍ତା ମାର୍ଚ୍ଚ ଆଠରେ ସୁଭଦ୍ରା କିସ୍ତି ଟଙ୍କା ମିଳିବ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ନୂଆପଡ଼ା ଜିଲାକୁ ଛାଡି ଅନ୍ୟ […]

ବବିଙ୍କ ନାଁରେ ରୁଜୁ ହେଲା ମାମଲା

ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି।ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକ […]

କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ

କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡ଼ି ITI ପଛପଟେ ଘଟିଛି ଘଟଣା । ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ ଯୁବତୀ । ମୁହଁରେ ସ୍ପ୍ରେ କରି ଜୋର୍ ଜବରଦସ୍ତି ଟେକି ନେଇଥିଲେ। ନିକଟରେ ଥିବା ଆଇଟିଆଇ କଲେଜ ପଛପଟେ ଗଣ ଦୁଷ୍କର୍ମ କରି ଅଚେତ୍‌ ଅବସ୍ଥାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ […]

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ଆଇଜି ହିମାଂଶୁ ଲାଲଙ୍କୁ ରେଞ୍ଜ ଦାୟିତ୍ୱ। ନିୟୋଜିତ ହେବେ ସିଆରପିଏଫ୍‌ର ୧୪ କମ୍ପାନୀ। କୋରାପୁଟ ରେଞ୍ଜ ଡିଆଇଜି ଛୁଟିରେ ଥିବାରୁ ହିମାଂଶୁ ଲାଲଙ୍କୁ ଦାୟିତ୍ଵ ଦିଆଯାଇଛି। ଅତିରିକ୍ତ ଡିଜିପି ରାଜେଶ କୁମାର ଉପନିର୍ବାଚନ ପାଇଁ ନୂଆପଡ଼ାର ସାମଗ୍ରିକ ଦାୟିତ୍ୱରେ ଅଛନ୍ତି। ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା […]

ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ

ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ କୋଟାର ଚ‌ାଉଳ ଉଠାଇପାରିବେ | ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଥିବା ୩ କୋଟି ୨୪ ଲକ୍ଷ ୩୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ନଭେମ୍ବର ୩୦ ସୁଦ୍ଧା ୧୫ ଲକ୍ଷ ୪୧ ହଜାର ୪୨୩ […]

ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ, ଦର୍ଶନ ପାଇଁ ପ୍ରବଳ ଭିଡ଼

ବାବା ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ମହାକାର୍ତ୍ତିକ ମାସର ଶେଷ ପର୍ବ ହେଉଛି ବାବା ଧବଳେଶ୍ୱରଙ୍କର ବଡ଼ ଓଷା । ରାତ୍ର ୩ଟାରୁ ଦ୍ଵାର ଫିଟା ଯାଇ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ […]

ଆଜିଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ।

ଆଜିଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ କରାଯାଇଛି। ଯନ୍ତ୍ରଚାଳିତ ବୋଟ ଚଳାଚଳ ବନ୍ଦ । ଆଇନ ଭାଙ୍ଗିଲେ ଜେଲ ଓ ଜରିମାନା ହେବ ବୋଲି ନିର୍ଦ୍ଦେଶ […]

ଆଜିର ରାଶିଫଳ(୦୧ ନଭେମ୍ବର, ୨୦୨୫)

ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର […]