author

ଆଜିର ରାଶିଫଳ(୨ ନଭେମ୍ବର, ୨୦୨୫)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ପରଙ୍ଗ ଡ୍ୟାମରେ ଆଜି ବି ଭାସୁଛି ହଜାର ହଜାର ମଲା ମାଛ

ଯୁଆଡ଼େ ଆଖି ବୁଲାଇଲେ, ପାଣି ଉପରେ ଭାସୁଛନ୍ତି ହଜାର ହଜାର ମଲା ମାଛ । ଅନୁଗୁଳ ଜିଲ୍ଲା ପରଙ୍ଗ ଡ୍ୟାମରେ ଆଜି ବି ପଡ଼ିଛି ମାଛ ମଡ଼କ ।। ଏପଟେ ପାଣିର ରଙ୍ଗ ବି ଏମିତି କଳା ପଡ଼ିଛି ଯେ ଦେଖିଲେ ଭୟ ଲାଗୁଛି ।ମାଛ ମଡକ ଦେଖି ଚିନ୍ତାରେ ନିଲାମରେ ନେଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପରଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ଋଣ କରି ପରଙ୍ଗ ଡ୍ୟାମରେ ୬୦ […]

ଶ୍ରୀକାକୁଲମ ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ। ସେ ଆଜି କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିଲେ ମୃତ ଯୁବତୀ । ତାଙ୍କ ସହ ଯାଇଥିବା ଆଉ ଜଣେ ମହିଳା ଦଳାଚକଟାରେ ଗୁରୁତର ଅଛନ୍ତି ।ଏକାଦଶୀ ଯୋଗୁଁ ଆଜି ସକାଳ ସମୟରେ ମନ୍ଦିରରକୁ ହଜାର […]

ଘରର ଫ୍ରିଜରୁ ଏକ ନାଗ ସାପ ଉଦ୍ଧାର

ପୁରୀ ଜିଲ୍ଲାର ଏକ ଘରର ଫ୍ରିଜରୁ ଏକ ନାଗ ସାପ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଜିଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗାଁରେ ଘଟିଛି। ଗତକାଲି କୁଣ୍ଢେଇ ଗ୍ରାମରୁ ନୃସିଂହ ପ୍ରଧାନଙ୍କ ସିଡ଼ି ଘର ପାଖରେ ଏକ ଫ୍ରିଜ ଥିଲା । ନୃସିଂହଙ୍କ ପତ୍ନୀ ଫ୍ରିଜ ଭିତରୁ ଜିନିଷ ଆଣିବାକୁ ଫ୍ରିଜର ଟ୍ରେ ଖୋଲିଲା ବେଳକୁ ଏକ ନାଗ ସାପ ଶୋଇଥିବା ଦେଖିବାକୁ ପାଇଥିଲେ । ଆତଙ୍କିତ ହୋଇ ଭୟରେ ଚମକି ପଡିଲେ ସେ । […]

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତରାୟଗଡ଼ ତା ୧-୧୧-୨୦୧୫

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହରାୟଗଡ଼ ଜିଲ୍ଲା ପ୍ରଶାସନ ତଥା ଦୁର୍ନୀତି ନିବାରଣ ବିଭାଗ ତରଫରୁ ଶନିବାର ଦିନ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ କକ୍ଷରେ ଆୟୋଜିତ ଏହି ସାଧାରଣ ସଭାରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଶ୍ରୀଜଗନ୍ନାଥଙ୍କ ପାଦପଙ୍କଜରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପ ମାଲ୍ୟାର୍ପଣ କରି ଶୁଭାରମ୍ଭ କରିଥିଲେ । ଅତୀତରେ ଭାରତୀୟଙ୍କ ନୀତି, ସଂସ୍କାର ଓ ମୂଲ୍ୟବୋଧର ଭୂୟଷୀ ପ୍ରଶଂସା କରିବା ସହ କାଳକ୍ରମେ ଲୋକଙ୍କ ଚାରିତ୍ରିକ ସ୍ଖଳନର […]

“ଶ୍ରୀ ସୃଜନ “ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ଅଁଳା ନବମୀ  ଅବସରରେ ‘ଶ୍ରୀସୃଜନ’,ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ  ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସ୍ଥାୟୀ ସଭାପତି ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସମ୍ପାଦିକା ଜୟଶ୍ରୀ ଦେବୀ,ସଭ୍ୟ ଲକ୍ଷ୍ମୀଧର ମହାପାତ୍ର ,କମ୍ରେଡ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା।ଏହି ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠ […]

ଆସନ୍ତାକାଲି ଦେଶର ସବୁଠୁ ଭାରି ଯୋଗାଯୋଗ ଉପଗ୍ରହ ଲଞ୍ଚ କରିବ ଇସ୍ରୋ

କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପକ୍ଷରୁ ଆସନ୍ତାକାଲି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ପାଇଁ ପ୍ରସ୍ତୁତି ସରିଛି । ଏହି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ ହେବ । ଏହାକୁ ଇସ୍ରୋର ଶକ୍ତିଶାଳୀ ରକେଟ୍, LVM3-M5 ଦ୍ୱାରା ପୃଥିବୀର ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥରେ ପ୍ରେରଣ କରାଯିବ । CMS-03 ଯୋଗାଯୋଗ ଉପଗ୍ରହ ଭାରତର ଉଚ୍ଚ-କ୍ଷମତା ବିଶିଷ୍ଟ ମହାକାଶ ଯୋଗାଯୋଗକୁ ଏକ ନୂତନ […]

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହେଲା ହୃଦଘାତ । ନିଜର ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୪୦ରୁ ଅଧିକ ଜୀବନ

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହେଲା ହୃଦଘାତ । ବସକୁ ରାସ୍ତାକଡ଼କୁ ନେଇ ବଞ୍ଚାଇଲେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳରେ। ବସ୍‌ଟି ଭୁବନେଶ୍ବରରରୁ ଭଞ୍ଜନଗର ଯାଉଥିଲା। କିନ୍ତୁ ଏମିତି ହେବ ବୋଲି କିଏ ଜାଣିଥିଲା।ସୂଚନା ଅନୁସାରେ, ଡ୍ରାଇଭର ଜଣଙ୍କ ବସ୍ ଚଳାଉଥିବାବେଳେ ବୋଲଗଡ଼ ବଜାର ଉପରେ ହଠାତ୍ ହୃଦଘାତ ହୋଇଥିଲା । ସେ ଜାଣିପାରି ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ । ପରେ ବସର କଣ୍ଡକ୍ଟର ଡ୍ରାଇଭରଙ୍କୁ ପାଣି ପିଆଇ […]

କୁକୁରକୁ ହତ୍ୟା କଲେ । ପରେ ଗାଡି ପଛରେ ବାନ୍ଧି ମୃତ କୁକରକୁ ଘୋଷାଡି ଘୋଷାଡି ନେଲେ ବସ୍ ଡ୍ରାଇଭର

ବସ ଡ୍ରାଇଭରଙ୍କ ବର୍ବରକାଣ୍ଡ । ପ୍ରଥମେ ଗାଡି ଚଢାଇ କୁକୁରକୁ ହତ୍ୟା କଲେ । ପରେ ଗାଡି ପଛରେ ବାନ୍ଧି ମୃତ କୁକରକୁ ଘୋଷାଡି ଘୋଷାଡି ନେଲେ ବସ୍ ଡ୍ରାଇଭର । କେନ୍ଦୁଝର ବାଂଶପାଳ ବ୍ଲକ କାଦକଳା ଗାଁରେ କୁହାଯାଉଥିବା ଏହି ଭିଡିଓରେ କୁକୁରର ବେକକୁ ବାନ୍ଧି ଏମିତି ଭାବେ ନିଆଯାଉଛି ଯାହା ସ୍ପଷ୍ଟ ଦେଖିବା ଓ ଦେଖେଇବା ଅସମ୍ଭବ ହୋଇପଡୁଛି । ମିଳିଥିବା ସୂଚନା ଅନୁସାରେ କୁକୁରକୁ ଗାଡି ଧକ୍କା ଦେବା ପରେ ତାର ମୃତ୍ୟୁ […]

୪୪ ଟି ତହସିଲ୍‌ରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସହଜ ହେବ ଜମିଜମା ପଞ୍ଜୀକରଣ ଓ କିଣାବିକା। ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ସ୍ଲଟ୍ ବୁକ୍‌। ଲୋକସେବା ଭବନରେ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ରାଜସ୍ୱ ପ୍ରଶାସନକୁ ନାଗରିକଙ୍କ ପାଖରେ ସହଜରେ ପହଞ୍ଚାଇବା ଲକ୍ଷ୍ୟରେ, ଜମିଜମା ପଞ୍ଜୀକରଣ ଓ କିଣାବିକାକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ତହସିଲରେ ଉପନିବନ୍ଧନ ବା ସବ୍‌-ରେଜିଷ୍ଟ୍ରେସନ୍‌ ଅଫିସ୍ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ, ଆଜି ପ୍ରଥମ ପର୍ଯ୍ୟାୟରେ […]

ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା LPG ଗ୍ୟାସ୍ ଦର

ଆଜିଠାରୁ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜିଠାରୁ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କିଲୋ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇଛି । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୪.୫ ରୁ ୬.୫ ଟଙ୍କା ହ୍ରାସ କରିଛନ୍ତି । ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ବାଣିଜ୍ୟିକ ରନ୍ଧନ ଗ୍ୟାସର ମୂଲ୍ୟ ୧ ,୫୯୦ .୫୦ ଟଙ୍କା ହୋଇଛି।ବାଣିଜ୍ୟିକ […]

ଉପନିର୍ବାଚନ ପୂର୍ବରୁ ନୂଆପଡାରେ ଫୁଟିଲା ଗୁଳି

ଉପନିର୍ବାଚନ ପୂର୍ବରୁ ନୂଆପଡ଼ାକୁ ଅଶାନ୍ତ କରିବାକୁ କୌଣସି ପ୍ରକାର ସୁଯୋଗ ଛାଡୁନି ବିଜେପି ।  ପ୍ରଶାସନ ଓ ପୋଲିସକୁ ଲଗାଇ ବିରୋଧୀଙ୍କ ସ୍ବରକୁ ଦବାଇ ଦେବାକୁ ଚେଷ୍ଟା କରିଛି । ଏପରି ସ୍ଥିତିରେ ବ୍ଲାକ୍ ଫାୟରିଂ କରି ଶାନ୍ତ ନୂଆପଡ଼ାକୁ ଅଶାନ୍ତ ମଧ୍ୟକୁ ଠେଲି ଦେବାକୁ ଉଦ୍ୟମ କରାଯାଇଛି ।କୋମନାରେ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଜଣେ ବିଜେପି ବିଧାୟକଙ୍କ ପିଏସଓ ବ୍ଲାଙ୍କ ଫାୟାରିଙ୍ଗ କରିଥିବା ସୂଚନା ମିଳିଛି […]