ଓଡ଼ିଶାରେ ଖଣିଜ ସମ୍ପଦର ବିକାଶ ଓ ରାଜ୍ୟର ଅର୍ଥନୀତିକୁ ମଜବୁତ କରିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି।ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିବା ଅନୁଯାୟୀ, ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର ଆସିବା ପରେ ଗୋଟିଏ ବର୍ଷରେ ୮ଟି ଖଣି ନିଲାମ କରିଛନ୍ତି । ଖୁବ୍ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି । […]
ପୁଣି NCERTରୁ ବାଦ୍ ପଡିଲା ପାଇକ ବିଦ୍ରୋହ । NCERT ପାଠ୍ୟ ପୁସ୍ତକରୁ ପୁଣି ଏକ ଐତିହାସିକ ବିଷୟକୁ ବାଦ ଦିଆଯାଇଛି । ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ । ସେ ସୋସିଆଲ୍ ମିଡିଆ ଏକ୍ସରେ ଏନେଇ କହିଛନ୍ତି ଯେ, NCERT ପାଠ୍ୟ ପୁସ୍ତକରୁ ଓଡ଼ିଶାର ପାଇକ ବିଦ୍ରୋହକୁ ବାଦ ଦିଆଯିବା ନେଇ ମୁଁ ଚିନ୍ତିତ । ପାଇକ ବିଦ୍ରୋହ ଓଡ଼ିଶା ଇତିହାସର […]
ଭାଙ୍ଗିଲା ସବୁ ରେକର୍ଡ । ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ପୁଣି ଲକ୍ଷେ ଟଙ୍କା ଅତିକ୍ରମ କରିବା ସହ ନିୟମିତ ବଢୁଛି ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୧.୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ,୮୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୧,୨୯୦ […]
ରୋଗୀ ଡାକ୍ତରଖାନା ଆସିବନି, ଏଣିକି ଡାକ୍ତରଖାନା ପହଂଚିବ ରୋଗୀଙ୍କ ପାଖରେ । ଦୁର୍ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ଯେଉଁଠି ଘଟୁ ନା କାହିଁକି ସେଠି ପହଂଚିଯିବ ଏହି ଡ଼ାକ୍ତରଖାନା । ମାତ୍ର ୮ରୁ ୧୦ ମିନିଟରେ ଯୋଗାଇଦେବ ଚିକିତ୍ସା ସେବା । ଏମ୍ସର ‘ଭୀଷ୍ମ କ୍ୟୁବ୍’। ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ। ଗୋଟିଏ କ୍ୟୁବ୍ରେ ୨୦୦ରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା। ଏଥିରେ କ୍ୟୁଆର୍ କୋଡ୍ ବି ରହିବ। ଯେଉଁଥିରେ ସ୍କାନ୍ କଲେ ରୋଗୀଙ୍କୁ ମିଳିଯିବ […]
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ମନମୋହନ ଭେଟି ପାରନ୍ତି । ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ମନମୋହନଙ୍କ ସହ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ମଙ୍ଗୁଆଳ । ଏକମାତ୍ର ପ୍ରାର୍ଥୀ ଭାବେ […]
ମୁନିଗୁଡ଼ା,୨୧/୭ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ଭୂତଳ ରାସ୍ତା ପାଇଁ ସୋମବାର ହେବାକୁ ଥିବା ରିଲେ ହଙ୍ଗର ଷ୍ଟ୍ରାଇକ ସ୍ଥଗିତ ରଖାଯିବ ନେଇ ସମ୍ପାଦକ ଶିମାଞ୍ଚଲ ପଣ୍ଡା ସୂଚନା ଦେଇଛନ୍ତି।ଆଜି ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ରେଲୱେ ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ସେ କହିଛନ୍ତି କାର୍ଯ୍ୟ ଆରମ୍ଭ ନିମନ୍ତେ ଏକ ମାସ ସମୟ ସିମା ଦିଆଯାଇଛି,କାର୍ଯ୍ୟ ନହେଲେ ଆନ୍ଦୋଳନ ଜୋରଦାର ପାଇଁ ଚେତାବନୀ ଦିଆଯାଇଥିବା ଜଣାଇଛନ୍ତି।ଏନେଇ ପ୍ରଗତି ମଞ୍ଚ ତରଫରୁ ସଭାପତି ସିଏଚ ଗଣେଶ୍ୱର ରାଓ […]
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି କରାଯାଇଛି। ନିର୍ଦେଶାବଳୀ ଅନୁସାରେ, ସିବିଏସ୍ଇ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ ବାଧ୍ୟତାମୂଳକ କରାଯିବ। ଏଥିରେ ରିଅଲ-ଟାଇମ ଅଡିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ଏହି ନିୟମ ବିଦ୍ୟାଳୟ ପରିସରରେ ନିରାପତ୍ତା ବିଶେଷ କରି ଅନୁପ୍ରବେଶକାରୀଙ୍କ ବିପଦକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି।ସିସିଟିଭି କ୍ୟାମେରାଗୁଡ଼ିକ ଜରିଆରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରିଅଲ୍-ଟାଇମ୍ ଅଡିଓ-ଭିଜୁଆଲ ରେକର୍ଡିଂ ରହିବ। […]
ଶେଷରେ ଗିରଫ ହେଲେ କେନ୍ଦୁଝର DFO ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଗତ ତିନି ଦିନ ଧରି ରେଡ୍ କରିଥିଲା ଭିଜିଲାନ୍ସ । । ଅନୁଗୁଳ ଛେଣ୍ଡିପଦାରେ ତାଙ୍କର ଆଉ ଏକ ଫାର୍ମ ହାଉସ ଠାବ ହୋଇଛି । ୩ ଏକର ଜମିରେ ଥିବା ଫାର୍ମ ହାଉସର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଅନୁମାନ କରାଯାଇଛି । ଗତକାଲି ଚଢଉର ଦ୍ବିତୀୟ ଦିନରେ ତାଙ୍କ ଘରୁ […]
ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଜଣ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ହୋଇଛି। ଅଭିଯୁକ୍ତ ହକି କୋଚ ଓ ସହଯୋଗୀ ରାସ୍ତାରୁ ଉଠାଇ ନେଇ ଲଜରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ୩ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ଛାତ୍ରୀ ଜଣକ ୨ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିଯମରେ ପ୍ରଶିକ୍ଷଣ ନେଉଥିଲେ । ଅଭିଯୋଗକୁ ଭିତ୍ତି […]
ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବଳଙ୍ଗା ପୀଡ଼ିତା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଗତକାଲି ତାଙ୍କର ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି । ଏବେ ମଧ୍ୟ ତାଙ୍କୁ ଅକ୍ସିଜେନ ସହାୟତାରେ ରଖାଯାଇଛି । ଉଭୟ ବିଜେଡି ଓ ବିଜେପିର ସାଂସଦ ଦିଲ୍ଲୀ ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପୀଡିତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ନେଇ […]
ମାଲକାନଗିରିରେ ଲଜ୍ଜା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ନାବାଳିକାଙ୍କ ପରିବାର ପକ୍ଷରୁ ମାଲକାନଗିରି ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣଙ୍କ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ସାଙ୍ଗ ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି ପରେ ଝିଅର […]
୨୦୨୨ ଅଗଷ୍ଟ ୧୧ରେ ଭାରତର ୧୪ତମ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡ଼ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପଛରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି । ଜଗଦୀପ ଧନଖଡ଼ ଜଣେ ପ୍ରଖ୍ୟାତ ଓକିଲ ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ । ଜଗଦୀପ ଧନଖଡ ବିରୋଧୀ ଦଳର ମାର୍ଗାରେଟ ଆଲଭାଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ ।ପ୍ରଶ୍ନ ହେଉଛି, ସେହି ରୋଗଗୁଡ଼ିକ କ’ଣ ଥିଲା ଯାହା ଯୋଗୁ ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ପଡିଲା?ଜଗଦୀପ […]
