ମାଲକାନଗିରିରେ ଲଜ୍ଜା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ନାବାଳିକାଙ୍କ ପରିବାର ପକ୍ଷରୁ ମାଲକାନଗିରି ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣଙ୍କ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ସାଙ୍ଗ ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି ପରେ ଝିଅର […]
୨୦୨୨ ଅଗଷ୍ଟ ୧୧ରେ ଭାରତର ୧୪ତମ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡ଼ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପଛରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି । ଜଗଦୀପ ଧନଖଡ଼ ଜଣେ ପ୍ରଖ୍ୟାତ ଓକିଲ ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ । ଜଗଦୀପ ଧନଖଡ ବିରୋଧୀ ଦଳର ମାର୍ଗାରେଟ ଆଲଭାଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ ।ପ୍ରଶ୍ନ ହେଉଛି, ସେହି ରୋଗଗୁଡ଼ିକ କ’ଣ ଥିଲା ଯାହା ଯୋଗୁ ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ପଡିଲା?ଜଗଦୀପ […]
ଖୁବଶୀଘ୍ର ରାଜ୍ୟରେ ହୋଇପାରେ ମନ୍ତ୍ରିମଣ୍ଡଳ ଅଦଳବଦଳ । ଅଚନାକ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ବଢିଲା ଚର୍ଚ୍ଚା । ପ୍ରାୟ ୨୦ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା । ଅନ୍ୟପଟେ ରାଜ୍ୟପାଳ ହରିବାବୁ କମ୍ଭମପାଟି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସୋମବାର ତାଙ୍କ ସରକାରୀ ବାସଭବନଠାରେ ଭେଟିଛନ୍ତି। ତେବେ ରାଜ୍ୟପାଳ ଆଇନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳ […]
ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]
ଭୁବନେଶ୍ବର: ନବନିର୍ମାଣ ଯୁବଛାତ୍ର ସଂଗଠନର ଛାତ୍ର “ଜାଗୃତି ଅଭିଯାନ” ଆରମ୍ଭ ହୋଇଯାଇଛି। ଯୁବଛାତ୍ର ରାଜ୍ୟ ସଂଯୋଜକ ଏମ୍.ଡି ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ଆଜି ନୟାପଲ୍ଲୀ ସ୍ଥିତ ଦେବରାୟ ଓ ରାଜଧାନୀ କଲେଜରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଯୁବଛାତ୍ର ସଂଗଠନର କର୍ମକର୍ତ୍ତାମାନେ କଲେଜ କ୍ୟାମ୍ପସ ପରିସରରେ ଏକ ସଭା ଆୟୋଜନ କରିଥିଲେ। ସେଠାରେ ଯୁବଛାତ୍ର ମାନଙ୍କୁ ଆହ୍ବାନ କରି ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରାଣ ପ୍ରତିଷ୍ଠାତା ଅକ୍ଷୟ କୁମାର କହିଛନ୍ତି ଯେ, ଏ ଦେଶକୁ ତିଆରି କରିବାରେ […]
ବରିଷ୍ଠ ରାଜନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ସାରସ୍ବତ ସାଧକ ବିଶ୍ୱଭୂଷଣ ହରିଚନ୍ଦନ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି । ତେବେ ଆସନ୍ତା ୨୭ ତାରିଖ ସଂଧ୍ୟାରେ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ଉତ୍ସବରେ ଶ୍ରୀ ହରିଚନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।ଏନେଇ ଗତ ରବିବାର ସଂଧ୍ୟାରେ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ସ୍ଥିର […]
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ରରେ ମହିପୁର ଅଞ୍ଚଳର ୱାନ୍ ଷ୍ଟପ ସେଣ୍ଟରରେ ଥିବା ଅସହାୟ ମହିଳାଙ୍କର ଆଜି ଘର ବାହୁଡା଼ ହୋଇଛି । ପ୍ରକାଶ ଥାଉ କି , ଆଠ ଦିନ ତଳେ ଅସହାୟ ଅବସ୍ଥାରେ ମହିଳା ଜଣଙ୍କ ରାତ୍ରି ୯ ଟା ରେ ଜଗନ୍ନାଥ ପରିସରରେ ଥିଲେ । ସଚିବଙ୍କ ନିର୍ଦ୍ଦେଶାନୁସାରେ ଅଧିକାର ମିତ୍ର ପ୍ରଫୁଲ୍ଲ ବେହେରା […]
ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ ।ପେଟ୍ରୋଲ ପମ୍ପ ମାଲିକ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା । ଖୁଚୁରା ଭାବେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି। କାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଯାଞ୍ଚ ହେବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର। ଖୋଲା ପାତ୍ରରେ ପେଟ୍ରୋଲ […]
ରାୟଗଡା-ରାୟଗଡା ଜିଲ୍ଲାରେ କାର୍ଯ୍ଯରତ ଫାର୍ମାସି ଅଫିସର ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କର୍ମଚାରୀ ଙ୍କ ବିଭିନ୍ନ ସମସ୍ଯା ଯଥା ପଦ୍ବୋନତୀ,ନୂତନ ନିଯୁକ୍ତି, ଦରମାରେ ଅସଂଗତି,ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସମସ୍ତ ସଭ୍ଯ ନିଜ ନିଜ ମତ ଦେଇଥିବା ବେଳେ ବୈଠକରେ ଆଗାମୀ ଦୁଇ ବର୍ଷ ପାଇଁ ସଂଘ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ସଭାପତି ଭାବେ ଶିବପ୍ରସାଦ ନାୟକ,ଉପସଭାପତି ଅଶ୍ବିନୀ କୁମାର […]
ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ବିସ୍ଫୋରଣ ଘଟଣାକୁ ମାସେ ବିତିଛି। ଏହି ସମୟ ମଧ୍ୟରେ ଏୟାର ଇଣ୍ଡିଆର ଅନେକ ବିମାନ ଯାନ୍ତ୍ରିକ ତ୍ରୁଟି ବା ଅନ୍ୟ କାରଣ ପାଇଁ ଜରୁରୀକାଳିନ ଅବତରଣ କରିଛି।ଏହି ଦୁର୍ଘଟଣାରେ ବିମାନର ତିନୋଟି ଟାୟାର ଫାଟି ଯାଇଛି। ଆଶ୍ୱସ୍ତିର କଥା ହେଉଛି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ଘଟଣା ସମୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିଲା, ଯାହା ଅବତରଣ କରିବା ବହୁତ କଷ୍ଟକର ଥିଲା ଏବଂ ଏହି କାରଣରୁ […]
ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଦୁର୍ବୃତ୍ତଙ୍କ ପାଶବିକ ଅତ୍ୟାଚାରର ଶିକାର ହୋଇ ଜଳି ଯାଇଥିବା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଛନ୍ତି ବିଜେଡିର ୪ ସାଂସଦ।। ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ ନିରଞ୍ଜନ ବିଶି ଏମ୍ସ ଯାଇ ପୀଡିତାଙ୍କୁ ଦେଖିଛନ୍ତି। ସେଠାରେ ପୀଡିତାଙ୍କ ଦାଦାଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କଠା ପୀଡିତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ […]
ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଜଣ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ହୋଇଛି। କୋଚ ଏବଂ ସହେଯାଗୀ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଲଜରେ ଦୁଶ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୩ ତାରିଖ ସନ୍ଧ୍ୟାରେ ଘଟିଥିଲା ଘଟଣା । ଛାତ୍ରୀ ଜଣଙ୍କ ଦୁଇ ବର୍ଷ ହେବ ଯାଜପୁର ହକି ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଥିଲେ । ତେବେ ଟାଉନ ଥାନାରେ […]
