ରାୟଗଡା-ରାୟଗଡା ଜିଲ୍ଲାରେ କାର୍ଯ୍ଯରତ ଫାର୍ମାସି ଅଫିସର ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କର୍ମଚାରୀ ଙ୍କ ବିଭିନ୍ନ ସମସ୍ଯା ଯଥା ପଦ୍ବୋନତୀ,ନୂତନ ନିଯୁକ୍ତି, ଦରମାରେ ଅସଂଗତି,ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସମସ୍ତ ସଭ୍ଯ ନିଜ ନିଜ ମତ ଦେଇଥିବା ବେଳେ ବୈଠକରେ ଆଗାମୀ ଦୁଇ ବର୍ଷ ପାଇଁ ସଂଘ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ସଭାପତି ଭାବେ ଶିବପ୍ରସାଦ ନାୟକ,ଉପସଭାପତି ଅଶ୍ବିନୀ କୁମାର […]
ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ବିସ୍ଫୋରଣ ଘଟଣାକୁ ମାସେ ବିତିଛି। ଏହି ସମୟ ମଧ୍ୟରେ ଏୟାର ଇଣ୍ଡିଆର ଅନେକ ବିମାନ ଯାନ୍ତ୍ରିକ ତ୍ରୁଟି ବା ଅନ୍ୟ କାରଣ ପାଇଁ ଜରୁରୀକାଳିନ ଅବତରଣ କରିଛି।ଏହି ଦୁର୍ଘଟଣାରେ ବିମାନର ତିନୋଟି ଟାୟାର ଫାଟି ଯାଇଛି। ଆଶ୍ୱସ୍ତିର କଥା ହେଉଛି ଯେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ଘଟଣା ସମୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିଲା, ଯାହା ଅବତରଣ କରିବା ବହୁତ କଷ୍ଟକର ଥିଲା ଏବଂ ଏହି କାରଣରୁ […]
ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଦୁର୍ବୃତ୍ତଙ୍କ ପାଶବିକ ଅତ୍ୟାଚାରର ଶିକାର ହୋଇ ଜଳି ଯାଇଥିବା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଛନ୍ତି ବିଜେଡିର ୪ ସାଂସଦ।। ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଓ ନିରଞ୍ଜନ ବିଶି ଏମ୍ସ ଯାଇ ପୀଡିତାଙ୍କୁ ଦେଖିଛନ୍ତି। ସେଠାରେ ପୀଡିତାଙ୍କ ଦାଦାଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କଠା ପୀଡିତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ […]
ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଜଣ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ହୋଇଛି। କୋଚ ଏବଂ ସହେଯାଗୀ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଲଜରେ ଦୁଶ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୩ ତାରିଖ ସନ୍ଧ୍ୟାରେ ଘଟିଥିଲା ଘଟଣା । ଛାତ୍ରୀ ଜଣଙ୍କ ଦୁଇ ବର୍ଷ ହେବ ଯାଜପୁର ହକି ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଥିଲେ । ତେବେ ଟାଉନ ଥାନାରେ […]
ରେଜେଷ୍ଟ୍ରି ଅଫିସ୍ ଦଲାଲ ମୁକ୍ତ ହୋଇନି। କଟକ ଆଇଜିଆର ଅଫିସ୍କୁ ସରପ୍ରାଇଜ୍ ଭିଜିଟ୍ ବେଳେ ଏଆଇ କଣ୍ଟ୍ରୋଲ ରୁମ୍ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆଖିରେ ଏଭଳି ଏକ ଘଟଣା ଧରା ପଡ଼ିଛି। ବିଭିନ୍ନ ରେଜିଷ୍ଟ୍ରି ଅଫିସ୍କୁ କିଛି ଲୋକ ବାରମ୍ବାର ଆସୁଛନ୍ତି।ସେମାନଙ୍କ ଉଦ୍ଦେଶ୍ୟ ମହତ୍ ନୁହେଁ ବୋଲି ମନ୍ତ୍ରୀ ସନ୍ଦେହ କରିଛନ୍ତି । ତେବେ ଲୋକଙ୍କ ଠାରୁ ପଜିଟିଭ ଫିଡ୍ବ୍ୟାକ୍ ଆସିଛି କିନ୍ତୁ କିଛି ଅବ୍ୟବସ୍ଥା ରହିଛି। ଆଇଜିଆର ଅଫିସରେ ଏକା ସାଙ୍ଗରେ ଭିଡ଼ ହୋଇଯାଉଛି […]
ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ଘଟିଛି ଅଘଟଣ । ଆଜିକାଲି ଲୋକଙ୍କ ମଧ୍ୟରେ ପ୍ରାଣହାରିବା ମାମଲା ବଢିବାରେ ଲାଗିଛି। ଅତ୍ୟଧିକ ଚିନ୍ତା ଏବଂ ଚାପଗ୍ରସ୍ତ ପାଇଁ ଲୋକେ ଏଭଳି ପଦକ୍ଷେପ ନେଉଛନ୍ତି। ତେବେ ବର୍ତ୍ତମାନ ଏଭଳି ଏକ ପ୍ରାଣ ହାରିବା ମାମଲା ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ସ୍ଥାନୀୟ ଶରଧାପୁର ଗାଁ’ର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଗତ ଫେବୃଆରିରେ ସମ୍ପୃକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ […]
କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ୨ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗ ଦେଇଥିବା ସୂଚନା ମିଳିଛି। ପୋଲିସ ଇନଫର୍ମର ସନ୍ଦେହ ଏହି ହତ୍ୟାକାଣ୍ଡ କରିଛନ୍ତି ମାଓବାଦୀ।ଅନ୍ୟପକ୍ଷେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ନେଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।
ଇଣ୍ଡୋନେସିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରେ ୩୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି । ନିଜ ଜୀବନ ବଞ୍ଚାଇବା ପାଇଁ ଜାହାଜରୁ ଅନେକ ଯାତ୍ରୀମାନେ ମଧ୍ୟ ଡେଇଁ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨୮୦ ଜଣଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ସ୍ତାନାନ୍ତର କରିବାର ପ୍ରୟାସ ଜାରି ରହିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି ।ତେବେ ଶତାଧିକ […]
ଖୋଲିଲା ୪୬ ମିଶ୍ରଣ ସ୍କୁଲ। ପୂର୍ବରୁ ମିଶ୍ରଣ ହୋଇଥିବା ୪୬ ସ୍କୁଲ ଖୋଲିଛି । ଆଗକୁ ଆଉ ୪ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ।ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ସେତେବେଳେ ଭାଜପା ସମେତ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଏହାଦ୍ୱାରା ସ୍କୁଲରେ ଡ୍ରପ୍ଆଉଟ୍ ହାର ବଢ଼ିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ […]
ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି। NSUI ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି NSUI ରାଷ୍ଟ୍ରୀୟ ସଭାପତି ବରୁଣ ଚୋଧୁରୀ। । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।ଜଣେ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର […]
ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୋଲିସ। ଏକାସଙ୍ଗେ ତିନିଟି ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ତଦନ୍ତ କରୁଛନ୍ତି । ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିଥିବା ବେଳେ ଅନ୍ୟ ଏକ ଟିମ୍ ପୀଡ଼ିତାଙ୍କ ସାଙ୍ଗଙ୍କ ଘରେ ପହଞ୍ଚିଛି । ସେହିପରି ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପୋଲିସର ସ୍ପେଶାଲ ଟିମ୍ ପୀଡ଼ିତାଙ୍କ ଘରେ ଛାନଭିନ୍ କରିଛି। ବଳଙ୍ଗା ବଜ଼ାରର […]
ଗତକାଲି ହେବାକୁ ଥିବା ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ରାତି ଅଧରେ ପ୍ରଶ୍ନପତ୍ର ପ୍ରଘଟ ଦର୍ଶାଇ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ଶିକ୍ଷକମାନେ ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ।ଏତେ ସଂଖ୍ୟକ ଶିକ୍ଷକ ପରୀକ୍ଷା ଦେବାପାଇଁ ପ୍ରଶ୍ନପତ୍ର ଓ ପରୀକ୍ଷା ପରିଚାଳନା ଦାୟିତ୍ବ ମାଧ୍ୟମିକ ଶିକ୍ଷା ପରିଷଦକୁ ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳନା ତ୍ରୁଟି ଯୋଗୁଁ ଓଟିଇଟି ପରୀକ୍ଷା ହୋଇପାରି ନାହିଁ ଓ ଶିକ୍ଷା ବିଭାଗ ବଦନାମ […]
