author

ରାଜଧାନୀରେ ମହିଳା ହଷ୍ଟେଲରେ ପଶି ଯୁବତୀଙ୍କୁ ଦୁଷ୍କର୍ମ

ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର। ଗତକାଲି ବିଳମ୍ବିତ ରାତିରେ ଏକ ମହିଳା ହଷ୍ଟେଲରେ ଜଣେ ଦୁର୍ବୃତ୍ତ ପଶି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସୂଚନା ମିଳିଛି। ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ପିଜି (ପେଇଂ ଗେଷ୍ଟ) ମହିଳା ହଷ୍ଟେଲରେ ଏହି ଘଟଣା ଘଟିଛି।ସୂଚନା ଅନୁଯାୟୀ, ଜଣେ ଦୁର୍ବୃତ୍ତ ଗେଟ ଡେଇଁ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ମହିଳା ହଷ୍ଟେଲ କୋଠାରେ ପ୍ରବେଶ କରିଥିଲେ। ସେ କୌଣସି ପ୍ରକାରେ ପ୍ରଥମ […]

ଜୋୟେ ମୋକିର, ଫିଲିପ ଆଘିଅନ ଓ ପିଟର ହୋୱିଟଙ୍କୁ ମିଳିବ ୨୦୨୫ ନୋବେଲ ପୁରସ୍କାର

ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା। ୨ ଆମେରିକୀୟ ଜୋଏଲ୍ ମୋକିର, ପିଟର୍ ହାୱିଟ ଏବଂ ଜଣେ ବ୍ରିଟିଶ ନାଗରିକ ଫିଲିପ୍ ଏଘିଅନଙ୍କୁ ପ୍ରଦାନ କରାଯାଇଛି ଅର୍ଥନୀତିରେ ନୋବେଲ। ଆର୍ଥିକ ବିକାଶରେ ଇନୋଭେସନ ପାଇଁ ନୋବେଲ ପ୍ରଦାନ କରାଯାଇଛି।ପ୍ରଯୁକ୍ତିବିଦ୍ୟା ପ୍ରଗତି ମାଧ୍ୟମରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁମତି ଦେଉଥିବା ପ୍ରମୁଖ ପରିସ୍ଥିତି ଚିହ୍ନଟ କରିବା ପାଇଁ ଜୋଏଲ୍ ମୋକିରଙ୍କୁ ସମ୍ମାନିତ କରାଯିବ । ସେହିପରି ଫିଲିପ୍ ଆଘିଅନ୍ ଏବଂ ପିଟର୍ ହୋୱିଟ୍ ମିଳିତ ଭାବରେ ଅର୍ଥନୀତି ବିକାଶରେ “ସୃଜନଶୀଳ […]

ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ଯୋଜନା

ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟଭି କ୍ୟାମେରା। କେନ୍ଦ୍ର ଓ ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଅପରାଧ ଦୁର୍ନୀତି ରୋକିବାକୁ ବଡ ପଦକ୍ଷେପ ନିଆଯାଇଛି । ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ କରିବ। ଏପରିକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ସହ ଉକ୍ତ ସିସିଟିଭି ଯୋଡ଼ାଯିବ ବୋଲି ଜଣାପଡିଛି। ଯୋଜନା ସମ୍ପର୍କରେ ଆସନ୍ତା ୧୭ ତାରିଖରେ ବଡ଼ ବୈଠକ ବସିବ ବୋଲି […]

ପୋଲିସ ଏସଆଇ ପରୀକ୍ଷା ଠକେଇ ମାମଲା, ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି

ପୋଲିସ SI ପରୀକ୍ଷା ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସୋମବାର ଲୁକ ଆଉଟ୍‌ ସର୍କୁଲାର ଜାରି କରିଛି।ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତିଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିଛି । କ୍ରାଇମ୍ ବ୍ରାଞ୍ଚର ସ୍ୱତନ୍ତ୍ର ଦଳ ଝାଡ଼ଖଣ୍ଡ ଏବଂ ବିହାରରେ ମଧ୍ୟ ଚଢାଉ ଏବଂ ତଦନ୍ତ ଜାରି ରଖିଛନ୍ତି ।

ଆସନ୍ତାକାଲି ଏହିସବୁ ସ୍ଥାନରେ ବର୍ଷା ହୋଇପାରେ

ଆଜିଠୁ ରାଜ୍ୟରୁ ଫେରିବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକିମ୍‌, ତେଲେଙ୍ଗାନାର କିଛି ଅଞ୍ଚଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରର ଅବଶିଷ୍ଟ ଅଂଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିବ। ପରବର୍ତ୍ତୀ ୨ରୁ […]

ପୁରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ପଇଡ଼ ପିଇ​‌ଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଇଡ଼ ପଇବା ବେଳେ ବ୍ୟବସାୟୀ ଶ୍ରୀଧର ମହାପାତ୍ର ସହ କଥା ହୋଇଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବର୍ଷା ହେଉଥିବାରୁ ବେପାର କମ୍ ହେଉଛି ବୋଲି ଶ୍ରୀଧର କହିଥିଲେ। ମହାବାତ୍ୟା ପରଠୁ ସାକ୍ଷୀଗୋପାଳରେ ନଡ଼ିଆ ଉତ୍ପାଦନ କମିଛି । ୧୯୯୯ ମହାବାତ୍ୟାରେ ଅନେକ ଗଛ ମରିଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଇଡ଼ ପିଇବା […]

ମହାପ୍ରଭୁଙ୍କୁ ଅସମ୍ମାନ: ପିନ୍ଧା ଧୋତିରେ ଶ୍ରୀଜଗନ୍ନାଥ

କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ । ଧୋତିରେ ଶ୍ରୀଜଗନ୍ନାଥଙ୍କ ମୁଣ୍ଡମଣ୍ଡଳ ଚିତ୍ରଥିବା ଧୋତି ପିନ୍ଧି ଶ୍ରୀମନ୍ଦିର ଆସିଲେ ଜଣେ ଶ୍ରଦ୍ଧାଳୁ । ଏହାକୁ ଶ୍ରୀମନ୍ଦିର ସେବାୟତ ଘୋର ବିରୋଧ କରିଛନ୍ତି । ସୂଚାନମୂତାବକ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରଵେଶ ପାଇଁ ଥିବା ବ୍ୟାରିକେଡ଼ରେ କିଛି ଶ୍ରଦ୍ଧାଳୁ ପ୍ରଵେଶ ପାଇଁ ଠିଆ ହୋଇଥିଲେ । ଜଣେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଚିତ୍ରିତ ହୋଇଥିବା ଧୋତି ପରିଧାନ କରି ଆସିଥିଲେ । ଯାହା ସେବାୟତଙ୍କ ନଜରକୁ ଆସିଥିଲା […]

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଭୁବନେଶ୍ୱରରେ ଆକ୍ରମଣ

ରାୟଗଡ଼ା ଜିଲ୍ଲାର ସ୍ବନାମଧନ୍ୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱରର ରେଳବାଇ ଷ୍ଟେସନ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି I ସୂଚନାରୁ ଜଣାଯାଇଛି ଆଜି ଶ୍ରୀସାହୁ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିଲେ I ଭୁବନେଶ୍ୱର ରେଳବାଇ ଷ୍ଟେସନ ନିକଟରେ ସେ ଚାଲିଚାଲି ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିବା ଜଣାପଡିଛି Iଫଳରେ ଶିକ୍ଷକଙ୍କ ମୁଣ୍ଡ ଫାଟିଯାଇ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି […]

ନୂଆପଡା ଉପନିର୍ବାଚନରେ ୮ଟି ବୁଥରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା ଉପନିର୍ବାଚନରେ ୮ଟି ବୁଥରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ଥିବା ୮ଟି ବୁଥରେ ହେଲିକପ୍ଟର ବ୍ୟବହାର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଭୋଟଦାନ ପାଇଁ ୫୬ଟି ବୁଥ୍ ହୋଇଛି । ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଆଚରଣବିଧି ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ନୂଆପଡା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ […]

ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରାରେ ସାମିଲ ହେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କର ଜନ୍ମଦିନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ପଣ୍ଡା ଏପରି ସୂଚନା ଦେଇଛନ୍ତି ।ସୂଚନାମୁତାବକ, ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ଗଙ୍ଗ ନଗର ଓ୍ୱାର୍ଡ ନଂ ୫୨ରେ ବିରୋଧୀଙ୍କୁ ଦେଖାଇବେ ତାଙ୍କର ନିର୍ବାଚନ ରଣନୀତି । ଜନସମ୍ପର୍କ ପଦଯାତ୍ରା କରିବେ […]

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥା ଓ ପରମ୍ପରା ଅନୁଯାୟୀ, […]

ଭୁବନେଶ୍ୱର ସରକାନ୍ତରାରେ ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର ସରକାନ୍ତରାରେ ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଖବର ମିଳିଛି । ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାଯାଇଛି। ସ୍କୁଟିରେ ଦୁର୍ବୃତ୍ତ ଆସି ଗୁଳି ମାରିଛି । ସୂଚନା ଥାଉକି, ଭୁବନେଶ୍ବର ଏମ୍‌ସ କର୍ମଚାରୀଙ୍କୁ ଗୁଳି ମାଡ଼ କରିଛନ୍ତି ଦୁର୍ବୃତ୍ତ । ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଡ୍ୟୁଟିକୁ ଆସିବାବେଳେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତଙ୍କ ୩ ରାଉଣ୍ଡ ଗୁଳିମାଡ଼ […]

Odisha Darpan Digital